Categories: ଜାତୀୟ

ଡିସେମ୍ବର ୨୦୨୩ ସୁଦ୍ଧା ଭକ୍ତଙ୍କ ପାଇଁ ଖୋଲିବ ଅଯୋଧ୍ୟା ରାମ ମନ୍ଦିର ଦ୍ୱାର

ଅଯୋଧ୍ୟା,୪।୮: ଉତ୍ତରପ୍ରଦେଶ ଅଯୋଧ୍ୟାରେ ଥିବା ରାମ ମନ୍ଦିରକୁ ନେଇ ବୁଧବାର ଏକ ବଡ଼ ଖବର ସାମ୍ନାକୁ ଆସିଛି। ଶେଷରେ ରାମ ଭକ୍ତଙ୍କ ଅପେକ୍ଷାର ଅନ୍ତ ଘଟିବାକୁ ଯାଉଛି। ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ପରେ ବର୍ତ୍ତମାନ ରାମ ମନ୍ଦିରର ବିଶାଳ ନିର୍ମାଣ କାର୍ଯ୍ୟ ଜୋରସୋରରେ ଚାଲିଛି। ଅଯୋଧ୍ୟାରେ ରାମଲାଲାଙ୍କ ଦର୍ଶନ କେବେ ଅନୁଷ୍ଠିତ ହେବ ସେନେଇ ଏକ ନୂଆ ତାରିଖ ଘୋଷଣା ହୋଇଛି। ମିଳିଥିବା ସୂଚନାନୁସାରେ, ଅଯୋଧ୍ୟାରେ ଥିବା ରାମ ମନ୍ଦିର ଡିସେମ୍ବର ୨୦୨୩ ସୁଦ୍ଧା ଭକ୍ତଙ୍କ ପାଇଁ ଖୋଲାଯିବ। ଏଥିପାଇଁ ଏବେ ପ୍ରସ୍ତୁତି ଚାଲିଛି। ୨୦୨୫ ସୁଦ୍ଧା ଭବ୍ୟ ରାମ ମନ୍ଦିର ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇଯିବ ବୋଲି ସୂଚନା ରହିଛି। ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୨୦ ଅଗଷ୍ଟ ୫ରେ ରାମ ମନ୍ଦିର ପାଇଁ ମୂଳଦୁଆ ପକାଇଥିଲେ। ସେହି ଦିନଠାରୁ ରାମଲଲା ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ତେବେ ୨୦୨୨ରେ ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ ଏବଂ ୨୦୨୪ରେ ଲୋକ ସଭା ନିର୍ବାଚନ ରହିଛି। ତେବେ ଏହାପୂର୍ବରୁ ଭକ୍ତଙ୍କ ପାଇଁ ରାମ ମନ୍ଦିର ଖୋଲି ସମସ୍ତ ଶ୍ରେୟ ନେବାକୁ ଚାହୁଁଛନ୍ତି ଭାଜପା ସରକାର। ଯଦିଓ ମନ୍ଦିର ନିର୍ମାଣ କାର୍ଯ୍ୟ ସମାପ୍ତ ନ ହୁଏ, ତେବେ ଗର୍ଭଗୃହ ନିଶ୍ଚିତ ଭାବେ ପ୍ରସ୍ତୁତ ହୋଇଯିବ ବୋଲି ସୂଚନା ରହିଛି।

Share