ରାମ ମନ୍ଦିର କନଫରେନ୍ସ ହଲ୍ ସିଲ୍‌

ଭୁବନେଶ୍ୱର,୭।୪(ବ୍ୟୁରୋ): ଭୁବନେଶ୍ୱର ଜନପଥ ସ୍ଥିତ ରାମ ମନ୍ଦିର ପରିସରରେ ଥିବା କନଫରେନ୍ସ ହଲକୁ ବୁଧବାର ବିଏମ୍‌ସି ସିଲ୍‌ କରିଛି। କୋଭିଡ୍‌ କଟକଣା ଉଲ୍ଲଙ୍ଘନ ଅଭିଯୋଗରେ ସିଲ୍‌ ହୋଇଛି। ଜନ୍ମଦିନ ପାର୍ଟି ଚାଲିଥିବା ବେଳେ କୋଭିଡ ନିୟମ ଉଲ୍ଲଙ୍ଘନ ହୋଇଥିବା ଜଣା ପଡ଼ିବା ପରେ ବିଏମ୍‌ସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ବିଏମସିର ବିନା ଅନୁମତିରେ ଜନ୍ମଦିନ ପାର୍ଟି ହୋଇଥିବା ଜଣାପଡ଼ିଛି। ଏ ନେଇ ପାର୍ଟି ଆୟୋଜକଙ୍କଠାରୁ ବିଏମସି ୫ହଜାର ଟଙ୍କାର ଜୋରିମାନା ଆଦାୟ କରିଛି।
ସେହିପରି ପଳାଶପଲ୍ଲୀ ସ୍ଥିତ ଅକ୍ସଫୋର୍ଡ ଇଞ୍ଜିନିୟରିଂ କଲେଜକୁ ବୁଧବାର ବିଏମ୍‌ସି ସିଲକରିଛି।