Categories: ଜାତୀୟ

ରାମଲଲାଙ୍କ ଦର୍ଶନ ପାଇଁ ଭିଡ ବେକାବୁ: ପୋଲିସର ଲାଠିଚାର୍ଜ, ଭକ୍ତ ଆହତ

ଅଯୋଧ୍ୟା,୨୩।୧: ପ୍ରାଣ ପ୍ରତିଷ୍ଠା ପରେ ଅଯୋଧ୍ୟାରେ ମଙ୍ଗଳବାର ପ୍ରବଳ ଭିଡ ହୋଇଛି। ସ୍ଥିତି ଏଭଳି ହୋଇଥିଲା ଯେ, ପୋଲିସକୁ ଭିଡ଼ ନିୟନ୍ତ୍ରଣ କରିବା ପାଇଁ ମୃଦୁ ଲାଠିଚାର୍ଜ କରିବାକୁ ପଡ଼ିଥିଲା । ତଥାପି ସ୍ଥିତି ନିୟନ୍ତ୍ରଣକୁ ଆସି ପାରି ନ ଥିଲା । ପରେ ଘଟଣାସ୍ଥଳରେ କମିଶନର, ଆଇଜି ଏବଂ ଏଡିଜି ପହଞ୍ଚି ଲୋକଙ୍କୁ ଶାନ୍ତି ବଜାୟ ରଖିବାକୁ ଅପିଲ
କରିଥିଲେ। ପ୍ରବଳ ଭିଡ଼କୁ ଦୃଷ୍ଟିରେ ରଖି ଅନ୍ୟ ଜିଲାରୁ ଅଯୋଧ୍ୟାକୁ ଯାଆସ କରୁଥିବା ସବୁ ଗାଡ଼ିକୁ ଅଟକାଯାଇଥିଲା ।

ସୂଚନା ଅନୁଯାୟୀ, ମଙ୍ଗଳବାର ସକାଳେ ମନ୍ଦିର ଖୋଲିବା ମାତ୍ରେ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା। ସାଢ଼େ ୧୧ଟା ବେଳକୁ ଭିଡ଼ ଅତ୍ୟଧିକ ବଢ଼ି ଯାଇଥିଲା । ଦିନ ୨ଟା ବେଳକୁ
ସ୍ଥିତି ଅଣାୟତ୍ତ ହୋଇଯାଇଥିଲା । ଭିଡକୁ ନିୟନ୍ତ୍ରଣ କରିବାକୁ ଯାଇ ପୋଲିସକୁ ମୃଦୁ ଲାଠିଚାର୍ଜ କରିଥିଲା ।
ଲାଠିଚାର୍ଜବେଳେ ଠେଲାପେଲା ହୋଇ ଅନେକ ଲୋକ ତଳେ ପଡ଼ିଯାଇ ଆହତ
ହୋଇଛନ୍ତି। ତେବେ ଘଟଣାକୁ ନେଇ ମଣ୍ଡଳାୟୁକ୍ତ, ଆଇଜି, ଡିଆଇଜି ପହଞ୍ଚି ସ୍ଥିତି ପରଖିଛନ୍ତି ।

Share