Categories: ଜାତୀୟ

ରାମ ମନ୍ଦିର ପରିସରରୁ ମାଙ୍କଡ ଘଉଡାଇବା ପାଇଁ ୧ ହଜାର କର୍ମଚାରୀ ନିୟୋଜିତ

ଅଯୋଧ୍ୟା,୫।୮: ରାମ ଜନ୍ମଭୂମି ପରିସରରେ ମାଙ୍କଡମାନଙ୍କୁ ଘଉଡାଇବା ପାଇଁ ପାଖାପାଖି ୧ ହଜାର କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୂମି ପୂଜନ ସମାରୋହରେ ଅଂଶଗ୍ରହଣ କରିବେ। ସ୍ଥାନୀୟ ପ୍ରଶାସନର ଏକ ଆକଳନ ଅନୁଯାୟୀ, ଅଯୋଧ୍ୟାରେ ପ୍ରାୟ ୧୦ ହଜାର ମାଙ୍କଡ଼ ଅଛନ୍ତି। ଭୂମି ପୂଜନ ସମାରୋହରେ ମାଙ୍କଡମାନେ କୌଣସି ବ୍ୟାଘାତ ସୃଷ୍ଟି ନ କରିବା ପାଇଁ ପ୍ରଶାସନ ବହୁ ସଂଖ୍ୟାରେ ସରକାରୀ କର୍ମଚାରୀଙ୍କୁ ମାଙ୍କଡମାନଙ୍କୁ ହଟାଇବା ପାଇଁ ନିୟୋଜିତ କରିଛି। ସୂଚନା ବିଭାଗର ଡେପୁଟି ଡାଇରେକ୍ଟର ମୁରଲୀଧର ସିଂ କହିଛନ୍ତି ଯେ, ଅଯୋଧ୍ୟା ନଗର ନିଗମ ଏବଂ ପଶୁପାଳନ ବିଭାଗକୁ ମାଙ୍କଡମାନଙ୍କଠାରୁ ସୁରକ୍ଷିତ ରଖିବା ଦାୟିତ୍ୱ ଦିଆଯାଇଛି।

Share