Posted inଜାତୀୟ

ଝଲସୁଛି ରାମନଗରୀ ଅଯୋଧ୍ୟା, ଗିନିଜ୍‌‌ ଓ୍ବାର୍ଲ୍ଡ ରେକର୍ଡରେ ପାଇଲା ସ୍ଥାନ

ଲକ୍ଷ୍ନୌ,୧୪ା୧୧: ଅଯୋଧ୍ୟାରେ ଦୀପାବଳି ଉତ୍ସବ ଆରମ୍ଭ ହୋଇସାରିଛି। ଆଜି ରାମନଗରୀର ସୌନ୍ଦର୍ଯ୍ୟ ଢେର୍‌ ଅଧିକ ବଢ଼ିଯାଇଛି। ଅଯୋଧ୍ୟାରେ ଶୁକ୍ରବାର ଦୀପତ୍ସୋବ ପାଳନ କରାଯାଇଥିଲା। ଏଠାରେ ପ୍ରାୟ ୬,୦୬,୫୬୯ ଦୀପ ଜଳାଯାଇଥିଲା। ଏହା ଗିନିଜ୍‌‌ ଓ୍ବାଲର୍‌ଡ ରେକର୍ଡ କରିଛି। ରାମଙ୍କ ନଗରୀରେ ରାମଙ୍କ ଗୁଣଗାନ ଚାଲିଛି। ପୂରା ଅଯୋଧ୍ୟା ଶ୍ରୀରାମ ଧ୍ୱନିରେ ପ୍ରକମ୍ପିତ ହେଉଛି। ସରଯୁ ନଦୀ କୂଳରେ ଏକ ବିରାଟ ଶୋ’ର ଆୟୋଜନ କରାଯାଇଥିଲା। ଏହି ଶୋ’ରେ ରାମାୟଣ ପରିବେଷିତ ହୋଇଥିଲା।
ଅଯୋଧ୍ୟାରେ ଚଳିତବର୍ଷ ଧୂମଧାମରେ ଦୀପାବଳି ପାଳନ କରାଯାଉଛି। ଏହି ବର୍ଷ ଏଥିପାଇଁ ସ୍ବତନ୍ତ୍ର ଯେ, କିଛି ଦିନ ପୂର୍ବରୁ ରାମମନ୍ଦିରର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା। ଏହି ବିଶେଷ ଉତ୍ସବରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ଅଯୋଧ୍ୟାରେ ପହଞ୍ଚିଛନ୍ତି।

ସିଏମ୍‌ ଯୋଗୀ ଆଦିତ୍ୟନାଥ କହିଛନ୍ତି ଯେ, ଆମେ ରାମଙ୍କ ଚରିତ ବିସ୍ତାର କରିଛୁ। ଏହି ବର୍ଷ ୬ ଲକ୍ଷ ଦୀପ ଜଳୁଛି, ଆସନ୍ତା ବର୍ଷ ଏହି ସଂଖ୍ୟା ୭.୫୧ ଲକ୍ଷରେ ପହଞ୍ଚିବାକୁ ଯାଉଛି।
ଏହି ବିଶେଷ ଉତ୍ସବରେ ଉତ୍ତରପ୍ରଦେଶ ରାଜ୍ୟପାଳ ଆନନ୍ଦୀ ବେନ୍‌ ମଧ୍ୟ ଉପସ୍ଥିତ ଥିଲେ। ରାମମନ୍ଦିର ଭିତ୍ତିପ୍ରସ୍ତର ପରେ ପ୍ରଥମଥର ଏଠାରେ ଦୀପାବଳି ପାଳନ କରାଯାଉଛି। ଏହା ଆଧ୍ୟାତ୍ମିକତାର ଶିଖରରେ ପହଞ୍ଚିବାକୁ ବାଧ୍ୟ। ଏହି ମୁହୂର୍ତ୍ତ ପାଇଁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୋନିଆଙ୍କ ବାସଭନରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୧୨।୧୧: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଆଶୋକ ଗେହଲଟ ଗୁରୁବାର କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଦିଲ୍ଲୀ ବାସଭନରେ ଭେଟିଛନ୍ତି। ରାଜସ୍ଥାନର ରାଜନୈତିକ ସ୍ଥିତି ଓ କ୍ୟାବିନେଟ୍‌ ସମ୍ପ୍ରସାରଣ...

ଟ୍ରକ ମାଡିଯାଇ ୬ ଜଣଙ୍କ ମୃତ୍ୟୁ

ଲକ୍ଷ୍ନୌ,୩।୧୧: ଉତ୍ତର ପ୍ରଦେଶର ଗାଜିପୁର ଅହରାଉଲି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଏକ ଚା’ ଦୋକାନରେ ଟ୍ରକ ମାଡିଯାଇ ୬ ଜଣଙ୍କ ମୃତ୍ୟୁ ଘଟିଛି॥...

୮ କୋଟିତମ ସିଲିଣ୍ଡର ସଂଯୋଗ ପ୍ରଦାନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୮।୯: ଉଜ୍ଜ୍ୱଳା ଯୋଜନା ଅଧୀନରେ ଧାର୍ଯ୍ୟ ସମୟ ପୂର୍ବରୁ ୮ କୋଟି ଏଲ୍‌ପିଜି ସଂଯୋଗ ଲକ୍ଷ୍ୟ ପୂରଣ ହୋଇଛି। ଶନିବାର ମହାରାଷ୍ଟ୍ରର ଔରଙ୍ଗାବାଦ୍‌ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର...

ସରକାରୀ ନିଯୁକ୍ତିରେ ମହିଳାଙ୍କୁ ୫୦ ପ୍ରତିଶତ ସଂରକ୍ଷଣ

ଗୁଆହାଟି,୬।୩: ଆସାମରେ ଆଗକୁ ବିଧାନସଭା ନିର୍ବାଚନ। ଭୋଟରଙ୍କୁ ହାତେଇବା ପାଇଁ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ବିଭିନ୍ନ ପ୍ରତିଶ୍ରୁତି ଦିଆଯିବା ଆରମ୍ଭ ହୋଇଛି। ଏହି ମର୍ମରେ...

ସତ୍ୟ ଗୁରୁତ୍ୱପୂର୍ଣ୍ଣ, କାହାର ମନ୍ତବ୍ୟ ନୁହେଁ: ନୀତୀଶ

ପାଟନା,୬।୫: ବିହାର ପଛୁଆ ରାଜ୍ୟ ହେବା ପାଇଁ ନୀତୀଶ କୁମାରଙ୍କ ୧୫ବର୍ଷର ଶାସନ ଦାୟୀ ବୋଲି ଗୁରୁବାର ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋର ସମାଲୋଚନା କରିଥିଲେ।...

୨ ଆଇନଜୀବୀଙ୍କୁ ୮ ଲକ୍ଷ ଟଙ୍କା ଜରିମାନା

ନୂଆଦିଲ୍ଲୀ,୧୮।୫: ଟ୍ରାଫିକ୍‌ ଭିଡ଼, ବାୟୁ ପ୍ରଦୂଷଣ ଓ ନିର୍ଗମନ ନିୟମ ପ୍ରସଙ୍ଗରେ ଆବେଦନ କରିଥିବା ୨ ଆଇନଜୀବୀଙ୍କ ଉପରେ ସୁପ୍ରିମକୋର୍ଟ ମଙ୍ଗଳବାର ଦୃଷ୍ଟାନ୍ତମୂଳକ ଭାବେ ୮...

ଅସ୍ତ୍ରବିରତି ଉଲ୍ଲଂଘନ କଲା ପାକିସ୍ତାନ: ୨ ଯବାନ ଶହୀଦ୍‌

ଶ୍ରୀନଗର,୨୦।୧୦: ଜମ୍ମୁ-କଶ୍ମୀର କୁପଓ୍ବାରା ଜିଲାରେ ରବିିବାର ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଂଘନ କରିଛି। ଏଥିରେ ୨ ଜଣ ଭାରତୀୟ ଯବାନ ଶହୀଦ୍‌ ହୋଇଥିବାବେଳେ ଜଣେ ସ୍ଥାନୀୟ ଲୋକଙ୍କ...

ମୁସଲମାନ୍‌ ଯୁବକ ପାଲଟିଲେ କାଉଡ଼ିଆ: ଭାରତରେ ଗୀତା-କୋରାନ୍‌ ଏବଂ ସବୁ ସମ୍ପ୍ରଦାୟ ସମାନ ବୋଲି କହିଲେ

ଲକ୍ଷ୍ନୌ,୨୮।୭: ଶ୍ରାବଣ ମାସରେ ମହାଦେବଙ୍କୁ ଜଳ ଲାଗି ପାଇଁ କାଉଡ଼ିଆମାନେ ପବିତ୍ର ନଦୀଜଳ ବୋହି ନେଇଥାନ୍ତି। ଏହାକୁ ମୁଖ୍ୟତଃ ହିନ୍ଦୁମାନେ ହିଁ କରିଥାନ୍ତି। ତେବେ ଉତ୍ତରପ୍ରଦେଶର...

Advertisement
Archives

Model This Week