Categories: ଜାତୀୟ

ରାମ ମନ୍ଦିର ଟ୍ରଷ୍ଟର ଅଧ୍ୟକ୍ଷ ଅସୁସ୍ଥ

ଲୋକ୍ଷ୍ନୌ,୧୩।୮: ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ଅଧ୍ୟକ୍ଷ ନୃତ୍ୟ ଗୋପାଳ ଦାସ ଅସୁସ୍ଥ ହୋଇପଡ଼ିଛନ୍ତି। ଗୁରୁବାର ନୃତ୍ୟ ଗୋପାଳ ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରିଥିଲେ। ଏହାପରେ ଡାକ୍ତର ପହଞ୍ଚି ତାଙ୍କର ଚିକିତ୍ସା କରୁଥିବା ଜଣାପଡ଼ିଛି। ବର୍ତ୍ତମାନେ ସେ ମଥୁରାରେ ଅଛନ୍ତି। ପ୍ରତିବର୍ଷ ଶ୍ରୀକୃଷ୍ଣଙ୍କ ଜନ୍ମାଷ୍ଟମୀରେ ନୃତ୍ୟ ଗୋପାଳ ମଥୁରାକୁ ଯାଇଥାନ୍ତି। ଇତିମଧ୍ୟରେ ଗୁରୁବାର ତାଙ୍କର ସ୍ବାସ୍ଥବସ୍ଥା ବିଗିଡ଼ିବା ସହ ନିଶ୍ୱାସ ନେବାରେ କଷ୍ଟ ଅନୁଭବ ହୋଇଥିଲା। ଚିକିତ୍ସା ପାଇଁ ଆଗ୍ରା ସିଏମ୍‌ଓ ଓ ଡାକ୍ତରମାନେ ମଥୁରା ପହଞ୍ଚିଥିବା ସୂଚନା ରହିଛି। ବର୍ତ୍ତମାନ ସୁଦ୍ଧା କରୋନା ସଂକ୍ରମଣ ନେଇ କୌଣସି ସୂଚନା ନ ଥିବା ବେଳେ ଖୁବ୍‌ଶୀଘ୍ର ତାଙ୍କର ପରୀକ୍ଷା କରାଯିବ ବୋଲି କୁହାଯାଉଛି।

Share