ଏୟାର ଲାଇନ୍ସ କମ୍ପାନୀର ମାଲିକ ରାମ ଚରଣ

ମୁମ୍ବାଇ: ସାଉଥ୍ ସୁପରଷ୍ଟାର ରାମ ଚରଣ ଜଣେ ଭଲ ଅଭିନେତା ସହ ତାଙ୍କର ଲକ୍‌ଜିୟସ ଲାଇଫ୍ ଷ୍ଟାଇଲକୁ ନେଇ ସେ ବେଶ୍ ପରିଚିତ । ତାଙ୍କର କେବଳ ସାଇଥରେ ନୁହେଁ ବରଂ ସାରା ଦେଶରେ ରହିଛନ୍ତି ବହୁ ଫ୍ୟାନ୍ ଫଲୋଇଙ୍ଗସ । ସାଉଥ୍ ଫିଲ୍ମର ଲିଜେଣ୍ଡ ସୁପରଷ୍ଟାର ଚିରନଞ୍ଜିବଙ୍କ ପୁଅ ରାମ ଚରଣ ଇଣ୍ଡଷ୍ଟ୍ରିର ସବୁଠାରୁ ଧନି କଳାକାରଙ୍କ ମଧ୍ୟରୁ ଜଣେ । ରାମ ଚରଣଙ୍କର ରହିଛି ଏକ ଏୟାର ଲାଇନ୍ସ କମ୍ପାନୀ ଓ ଏକ ପୋଲୋ କ୍ଲବ । ଘୋଡାକୁ ପିଲାବେଳୁ ପସନ୍ଦ କରନ୍ତି କଳାକାର ରାମ ଚରଣ । ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ରାମ ଚରଣ ଗୋଟିଏ ମାସରେ ୪ କୋଟି ଟଙ୍କା ଆୟ କରିଥାଆନ୍ତି । ତାଙ୍କ ପାଖଷରେ ରହିଛି କିଛି ବିଳାସପୂର୍ଣ୍ଣ ଗାଡି । ଏହାସହ ହାଇଦ୍ରାବାଦର ଜୁବଲି ହିଲ୍‌ସରେ ୨୫ ହଜାର ବର୍ଗ ଫୁଟରେ ଏକ ଆଲିଶାନ ଘର । ଯାହାର ଦାମ୍ ୩୦ କୋଟି ଟଙ୍କାରୁ ଅଧିକ ହେବ । ମୁମ୍ବାଇରେ ସେ ସଲମାନଙ୍କ ପଡୋଶୀ ।

Share