ସ୍ମାର୍ଟ ମିଟର ବର୍ଜନ ପାଇଁ ମେଳି, ଟାଟା ବିରୁଦ୍ଧରେ ଆନ୍ଦୋଳନ ପାଇଁ ସଜବାଜ…

ଗଞ୍ଜାମ,୧୨।୧୦(ବିଦ୍ୟାଧର ସାହୁ): ଦିନକୁ ଦିନ ଟାଟା ବିଦ୍ୟୁତ କର୍ମଚାରୀଙ୍କ ମନମୁଖୀ ଶାସନରେ ଅତିଷ୍ଠ ହୋଇ ପଡିଲେଣି ବିଦ୍ୟୁତ ଉପଭୋକ୍ତା l ପ୍ରତ୍ୟେକ ଗ୍ରାହକଙ୍କ ଘରେ ଜବରଦସ୍ତ ସ୍ମାର୍ଟ ମିଟର ଲଗାଇବା ଓ ସ୍ମାର୍ଟ ମିଟର ଲାଗିବା ପରେ ମୋଟା ଅଙ୍କର ବିଲ, ମନ ଇଚ୍ଛା ବିଦ୍ୟୁତ କାଟ୍‌ ଯୋଗୁ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି l ଏହାକୁ ବିରୋଧ କରି ରବିବାର ଖଣ୍ଡଦେଉଳୀ ସହିଦ ଭଗତ ସିଂ କଲେଜ ପରିସରରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ପୂର୍ବତନ ସରପଞ୍ଚ ରାମଚନ୍ଦ୍ର ନାୟକ ସଭାପତିତ୍ୱ କରିଥିଲେ। ରାଜ୍ୟ ବରିଷ୍ଠ ସିପିଏମ୍‌ ନେତା ଅଳିକିଶୋର ପଟ୍ଟନାୟକ, ଏଆଇକେଏସ୍‌ ଜିଲା ସଭାପତି ପି ହରେକୃଷ୍ଣ ରେଡ୍ଡି, ପୂର୍ବତନ ସରପଞ୍ଚ ଦିଲୀପ କୁମାର ଛୋଟରାଏ ପ୍ରମୁଖ ଉପସ୍ଥିତ ରହି ଟାଟା କର୍ମଚାରୀଙ୍କ ଶୋଷଣ ନୀତିକୁ ବରଦାସ୍ତ କରାଯିବ ନାହିଁ। ଏଥିପାଇଁ ଜନ ଆନ୍ଦୋଳନ କରାଯିବ ବୋଲି ନିଜ ବକ୍ତବ୍ୟରେ କହିଥିଲେ। ଗଞ୍ଜାମ ବ୍ଲକର ପ୍ରତ୍ୟେକ ପଞ୍ଚାୟତର ପ୍ରତ୍ୟେକ ଗ୍ରାମରେ ଲୋକଙ୍କୁ ସଚେତନତା କରାଯିବ ବୋଲି ଆଲୋଚନା ହୋଇଥିଲା।
ତାଲା ପଡ଼ିଥିବା ଘରକୁ ମଧ୍ୟ ୧୫ ଶହରୁ ୧୭ ଶହ ଟଙ୍କା ବିଲ୍‌ ଆସୁଥିବା ପ୍ରତିବାଦ ସଭାରେ ଲୋକେ ଅଭିଯୋଗ କରିଥିଲେ। ସ୍ମାର୍ଟ ମିଟର ବର୍ଜନ ପାଇଁ ୧୦ ପଞ୍ଚାୟତର ପ୍ରାୟ ୨୫ ଖଣ୍ଡ ଗ୍ରାମର ଜନସାଧାରଣ ଏହି ପ୍ରତିବାଦ ସଭାରେ ମେଳି ବାନ୍ଧିଥିଲେ। ଏଥିରେ ଖଣ୍ଡଦେଉଳୀ ସରପଞ୍ଚ ବୈରାଗୀ ବେହେରା, ସନ୍ତୋଷପୁର ସରପଞ୍ଚ ପ୍ରତିନିଧି ଭୀମସେନ ସାହୁ,ସମିତି ସଭ୍ୟ ପ୍ରତିନିଧି ରାମଚନ୍ଦ୍ର ରେଡ୍ଡି, ଶିକ୍ଷାବିତ ରାମଚନ୍ଦ୍ର ଗୌଡ଼, ଖଲି ସ୍ବାଇଁ, ପ୍ରଫୁଲ୍ଲ ସ୍ବାଇଁ, ଅଜୟ ଗୌଡ଼, ପ୍ରଫୁଲ୍ଲ ମାଳି, ପାଲଙ୍ଗ ପୂର୍ବତନ ସରପଞ୍ଚ ଜନାର୍ଦ୍ଦନ ରେଡି, କୁମୁଦ ସ୍ବାଇଁଙ୍କ ସମେତ ଶତାଧିକ ବିଦ୍ୟୁତ ଉପଭୋକ୍ତା, ଜନସାଧାରଣ ଉପସ୍ଥିତ ଥିଲେ।

Enter your email to get our daily news in your inbox.

All Right Reserved By Dharitri.Com

ସୁନାଖଳା ପାହାଡ଼ରେ ବାଘ ଆତଙ୍କ, ଲୋକେ ଭୟଭୀତ

ପାତ୍ରପୁର୨୧।୩(ଉମାଚରଣ ନେପାକ): ଗଞ୍ଜାମ ଜିଲା ସାମନ୍ତିଆପଲ୍ଲୀ ବନାଞ୍ଚଳ ଅଧୀନ ଲଙ୍କା-ସୁନାଖଳା ପାହାଡ଼ ନିକଟରେ ଶନିବାର ସନ୍ଧ୍ୟାରେ ଏକ କଲରାପତିରିଆ ବାଘ ବସିଥିବା ସ୍ଥାନୀୟ ଲୋକେ ଦେଖିଥିବା ଚର୍ଚ୍ଚା…

ବିଜେଡି ଛାଡ଼ିଲେ ବସ୍ତା ବ୍ଲକ ସଭାପତି ଅନିଲ ମହାନ୍ତି, କହିଲେ ଏହି ବଡ଼ କାରଣ…

ବାଲେଶ୍ୱର, ୨୧।୩(ବାଞ୍ଛାନିଧି ଦେ): ବିଜେଡି ଛାଡ଼ିଲେ ବାଲେଶ୍ୱର ଜିଲା ବସ୍ତା ବ୍ଲକ ସଭାପତି ଅନିଲ କୁମାର ମହାନ୍ତି l ସେ ଶନିବାର ଦଳର ପ୍ରାଥମିକ ସଦସ୍ୟ ପଦରୁ…

ସ୍ତ୍ରୀଙ୍କୁ ତଣ୍ଟିଚିପି ହତ୍ୟା କରିବା ପରେ ଆତ୍ମହତ୍ୟାର ରୂପ ଦେଇଥିଲେ ସ୍ବାମୀ, ଅଦାଲତ ଶୁଣାଇଲେ ଏମିତି ରାୟ

ଥୁଆମୂଳ ରାମପୁର,୨୧ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଓ ଦୌରା ଜଜ୍‌ ଅଦାଲତ ଏକ ସମ୍ବେଦନଶୀଳ ହତ୍ୟା ମାମଲାର ବିଚାର କରି ଅଭିଯୁକ୍ତ ସ୍ବାମୀଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି।…

ସ୍ବାମୀଙ୍କ ମୃତ୍ୟୁ ଖବର ଶୁଣି ଛାତରୁ ଡେଇଁ ପଡ଼ିଲେ ସ୍ତ୍ରୀ, ଆଉ ତା’ପରେ…

କଣ୍ଟାବାଞ୍ଜି,୨୧।୩: ବଲାଙ୍ଗୀର ଜିଲା ବଙ୍ଗୋମୁଣ୍ଡା ଥାନା କପିଳାଭଟା ଗାଁରେ ଶନିବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ବାମୀଙ୍କ ମୃତ୍ୟୁ ଖବର ଶୁଣି ସ୍ତ୍ରୀ ଛାତରୁ ଡେଇଁ…

ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ୍‌ କରି ଜଙ୍ଗଲରେ ବିସ୍ଫୋରକ ଖଞ୍ଜିଥିଲେ ମାଓବାଦୀ, ବଡ଼ ଅଘଟଣ ଘଟିବା ପୂର୍ବରୁ…

ବାଲିଗୁଡ଼ା,୨୧ା୩(ସଞ୍ଜୟ କୁମାର ପାଣିଗ୍ରାହୀ): ସମଗ୍ର କନ୍ଧମାଳ ଜିଲାରେ କୋମ୍ବିଂ ଅପରେଶନକୁ ଜୋରଦାର କରାଯାଉଥିବା ବେଳେ ଏକ ବଡ଼ଧରଣର ଅଘଟଣରୁ ବର୍ତ୍ତିଯାଇଛନ୍ତି ସୁରକ୍ଷାକର୍ମୀ। ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ଜଙ୍ଗଲରେ…

ସାକ୍ଷୀଗୋପାଳଙ୍କୁ ଦର୍ଶନ କରି ଟଳି ପଡ଼ିଲେ ବୃଦ୍ଧା

ସାକ୍ଷୀଗୋପାଳ,୨୧ା୩(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ଶନିବାର ସନ୍ଧ୍ୟାରେ ଶ୍ରୀ ସାକ୍ଷୀଗୋପାଳଙ୍କୁ ଦର୍ଶନ କରିବା ପରେ ଜଣେ ବୃଦ୍ଧା ତୀର୍ଥଯାତ୍ରୀ ହଠାତ୍‌ ଟଳି ପଡ଼ିଥିଲେ। ତାଙ୍କ ସହିତ ରହିଥିବା…

କାମାକ୍ଷାନଗର କଲେଜ ଛାତ୍ରୀଙ୍କୁ ବଳାତ୍କାର ପରେ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତଙ୍କୁ ଧରିଲା ପୋଲିସ, ଓଗାଳିଲେ ସବୁ ସତ

କାମାକ୍ଷାନଗର,୨୧ା୩(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ବହୁ ଚର୍ଚ୍ଚିତ କଲେଜ ଛାତ୍ରୀ ବଳାତ୍କାର ଓ ହତ୍ୟା ଘଟିବାର ତିନିଦିନ ପରେ ମୁଖ୍ୟ ଅଭିଯୁକ୍ତଙ୍କୁ ପୋଲିସ ଧରିବାରେ…

ସେବା ପାଇଁ ଉଦାହାରଣ ସାଜିଛନ୍ତି ବିପଦର ବନ୍ଧୁ କର୍ମକର୍ତ୍ତା, ରକ୍ତ ଦେବା ସହ ଚିକିତ୍ସା କରି…

ଭଞ୍ଜନଗର,୨୧ା୩(ବାବୁଲା ପ୍ରଧାନ): ବିପଦର ବନ୍ଧୁ ଓଡ଼ିଶା ଭଞ୍ଜନଗର ଶାଖା କର୍ମକର୍ତ୍ତାମାନେ ସର୍ବଦା ସେବା ପାଇଁ ଆଗକୁ ଆସନ୍ତି। ସେମାନଙ୍କ ସେବା ଆଗ୍ରହ ଅନେକଙ୍କ ପାଇଁ ବରଦାନ ହେଉଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri