ସ୍ମାର୍ଟ ମିଟର ବର୍ଜନ ପାଇଁ ମେଳି, ଟାଟା ବିରୁଦ୍ଧରେ ଆନ୍ଦୋଳନ ପାଇଁ ସଜବାଜ…

ଗଞ୍ଜାମ,୧୨।୧୦(ବିଦ୍ୟାଧର ସାହୁ): ଦିନକୁ ଦିନ ଟାଟା ବିଦ୍ୟୁତ କର୍ମଚାରୀଙ୍କ ମନମୁଖୀ ଶାସନରେ ଅତିଷ୍ଠ ହୋଇ ପଡିଲେଣି ବିଦ୍ୟୁତ ଉପଭୋକ୍ତା l ପ୍ରତ୍ୟେକ ଗ୍ରାହକଙ୍କ ଘରେ ଜବରଦସ୍ତ ସ୍ମାର୍ଟ ମିଟର ଲଗାଇବା ଓ ସ୍ମାର୍ଟ ମିଟର ଲାଗିବା ପରେ ମୋଟା ଅଙ୍କର ବିଲ, ମନ ଇଚ୍ଛା ବିଦ୍ୟୁତ କାଟ୍‌ ଯୋଗୁ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି l ଏହାକୁ ବିରୋଧ କରି ରବିବାର ଖଣ୍ଡଦେଉଳୀ ସହିଦ ଭଗତ ସିଂ କଲେଜ ପରିସରରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ପୂର୍ବତନ ସରପଞ୍ଚ ରାମଚନ୍ଦ୍ର ନାୟକ ସଭାପତିତ୍ୱ କରିଥିଲେ। ରାଜ୍ୟ ବରିଷ୍ଠ ସିପିଏମ୍‌ ନେତା ଅଳିକିଶୋର ପଟ୍ଟନାୟକ, ଏଆଇକେଏସ୍‌ ଜିଲା ସଭାପତି ପି ହରେକୃଷ୍ଣ ରେଡ୍ଡି, ପୂର୍ବତନ ସରପଞ୍ଚ ଦିଲୀପ କୁମାର ଛୋଟରାଏ ପ୍ରମୁଖ ଉପସ୍ଥିତ ରହି ଟାଟା କର୍ମଚାରୀଙ୍କ ଶୋଷଣ ନୀତିକୁ ବରଦାସ୍ତ କରାଯିବ ନାହିଁ। ଏଥିପାଇଁ ଜନ ଆନ୍ଦୋଳନ କରାଯିବ ବୋଲି ନିଜ ବକ୍ତବ୍ୟରେ କହିଥିଲେ। ଗଞ୍ଜାମ ବ୍ଲକର ପ୍ରତ୍ୟେକ ପଞ୍ଚାୟତର ପ୍ରତ୍ୟେକ ଗ୍ରାମରେ ଲୋକଙ୍କୁ ସଚେତନତା କରାଯିବ ବୋଲି ଆଲୋଚନା ହୋଇଥିଲା।
ତାଲା ପଡ଼ିଥିବା ଘରକୁ ମଧ୍ୟ ୧୫ ଶହରୁ ୧୭ ଶହ ଟଙ୍କା ବିଲ୍‌ ଆସୁଥିବା ପ୍ରତିବାଦ ସଭାରେ ଲୋକେ ଅଭିଯୋଗ କରିଥିଲେ। ସ୍ମାର୍ଟ ମିଟର ବର୍ଜନ ପାଇଁ ୧୦ ପଞ୍ଚାୟତର ପ୍ରାୟ ୨୫ ଖଣ୍ଡ ଗ୍ରାମର ଜନସାଧାରଣ ଏହି ପ୍ରତିବାଦ ସଭାରେ ମେଳି ବାନ୍ଧିଥିଲେ। ଏଥିରେ ଖଣ୍ଡଦେଉଳୀ ସରପଞ୍ଚ ବୈରାଗୀ ବେହେରା, ସନ୍ତୋଷପୁର ସରପଞ୍ଚ ପ୍ରତିନିଧି ଭୀମସେନ ସାହୁ,ସମିତି ସଭ୍ୟ ପ୍ରତିନିଧି ରାମଚନ୍ଦ୍ର ରେଡ୍ଡି, ଶିକ୍ଷାବିତ ରାମଚନ୍ଦ୍ର ଗୌଡ଼, ଖଲି ସ୍ବାଇଁ, ପ୍ରଫୁଲ୍ଲ ସ୍ବାଇଁ, ଅଜୟ ଗୌଡ଼, ପ୍ରଫୁଲ୍ଲ ମାଳି, ପାଲଙ୍ଗ ପୂର୍ବତନ ସରପଞ୍ଚ ଜନାର୍ଦ୍ଦନ ରେଡି, କୁମୁଦ ସ୍ବାଇଁଙ୍କ ସମେତ ଶତାଧିକ ବିଦ୍ୟୁତ ଉପଭୋକ୍ତା, ଜନସାଧାରଣ ଉପସ୍ଥିତ ଥିଲେ।

Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକାଙ୍କୁ ବ୍ଲାକମେଲିଂ: ଫେକ ଆକାଉଣ୍ଟ ଖୋଲି ଛାଡୁଥିଲେ…

ଜଗତ୍‌ସିଂହପୁର,୩୧ା୧(ପ୍ରମୋଦ କୁମାର ନାୟକ): ଜଗତ୍‌ସିଂହପୁର ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ବ୍ଲାକ ମେଲିଂ ଅଭିଯୋଗରେ ଜଣେ ଯୁବକ ଗିରଫ ହୋଇଛନ୍ତି। ସେ ହେଲେ କେନ୍ଦୁଝର ଜିଲା ନନ୍ଦିପଡ଼ା…

ମାଗଣାରେ ରୋଗୀଙ୍କୁ ମେଡିକାଲ ନେବାକୁ ନିଆରା ପ୍ରୟାସ: ଅଟୋ ଶୁଭାରମ୍ଭ କଲେ ବିଡିଓ

ବିଷମକଟକ,୩୧।୧ (ପ୍ରସନ୍ନ କୁମାର ପଣ୍ଡା) : ରାୟଗଡ଼ା ଜିଲା ବିଷମକଟକ ବ୍ଲକ୍‌ ଅନ୍ତର୍ଗତ ହାଟ ମୁନିଗୁଡ଼ା ପଞ୍ଚାୟତରେ ରୋଗୀ ସେବା ଯୋଗାଇଦେବାକ ଏକ ଛୋଟ ପ୍ରୟାସ କରାଯାଇଛି।…

ନଳିନୀ ବିଦ୍ୟା ମନ୍ଦିରରେ ଝାଡ଼ାବାନ୍ତି ଆତଙ୍କ: ଜଣେ ଛାତ୍ରୀ ମୃତ, ୪୦ ଗୁରୁତର

ବିଷମ କଟକ, ୩୧।୧(ପ୍ରସନ୍ନ କୁମାର ପଣ୍ଡା): ରାୟଗଡ଼ା ଜିଲା ବିଷମକଟକ ବ୍ଲକ୍‌ ଅନ୍ତର୍ଗତ ଚାଟିକଣା ପଞ୍ଚାୟତରେ ମଙ୍ଗଳ ବିଭାଗ ଦ୍ୱାରା ପରିଚାଳନିତ ନଳିନୀ ବିଦ୍ୟାମନ୍ଦିରର ହଷ୍ଟେଲରେ ଶୁକ୍ରବାରଠାରୁ…

ଦାରିଙ୍ଗବାଡ଼ି ପ୍ରଶଂସାରେ ଶତମୁଖ ବିଦେଶୀ ପର୍ଯ୍ୟଟକ: ସାଇକେଲରେ ବୁଲିଲେ, ଇକୋ ରିଟ୍ରିଟ୍‌ରେ…

ଦାରିଙ୍ଗବାଡି, ୩୧।୧ (ଅରୁଣ ସାହୁ): ଓଡ଼ିଶାର ଅନ୍ୟତମ ପର୍ଯ୍ୟଟନ କ୍ଷେତ୍ର ମଧ୍ୟରୁ କନ୍ଧମାଳ ଜିଲା ଦାରିଙ୍ଗବାଡି ଗୋଟିଏ। ଏଠାକୁ ବୁଲି ଆସିବାକୁ ବିଦେଶୀ ପର୍ଯ୍ୟଟକଙ୍କ ଆଗ୍ରହ ପୁଣି…

ଅନାସ୍ଥା ପରେ ଖାଲି ପଡ଼ିଥିଲା ଗୁଡ଼ାରି ବ୍ଲକ ଅଧ୍ୟକ୍ଷା ପଦ: ଉପାଧ୍ୟକ୍ଷ ବିଶ୍ୱନାଥଙ୍କୁ ମିଳିଲା ଅତିରିକ୍ତ ଦାୟିତ୍ୱ

ଗୁଣପୁର,୩୧।୧(ସଂକେତ ପାତ୍ର)- ଅନାସ୍ଥା ପ୍ରସ୍ତାବ ଗୃହୀତ ହେବା ପରେ ଲକ୍ଷ୍ମୀ ଶବରଙ୍କ ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକ ଅଧ୍ୟକ୍ଷା ପଦ ଗତ ୨୨ତାରିଖର ରଦ୍ଦ ହୋଇଥିଲା। ଏହାପରେ…

ଅବସର ନେଲେ ରାଜେନ୍ଦ୍ର କୁମାର, କେଏସୟୁବିର ନୂତନ ଅଧ୍ୟକ୍ଷ ଭାବେ ଦାୟିତ୍ୱ ନେଲେ କୁମୁନ୍ଦ ମହାପାତ୍ର

ଭଞ୍ଜନଗର,୩୧।୧(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟର ଅଧ୍ୟକ୍ଷ ରାଜେନ୍ଦ୍ର କୁମାର ଦାସ ଅଧ୍ୟକ୍ଷ ପଦବୀରୁ ଶନିବାର ଅବସର ନେଇଛନ୍ତି। ଏନେଇ ସନ୍ଧ୍ୟାରେ…

ଦାଦନ ସାଜିଲା କାଳ: କେରଳରୁ ଫେରିବା ବେଳେ ଯୁବକ ନିଖୋଜ, ମୁକ୍ତି ପାଇଁ ମଗାଯାଉଛି ଟଙ୍କା,ଶୁଖୁ ନାହିଁ…

ଥୁଆମୂଳ ରାମପୁର, ୩୧।୧ (ଦୁର୍ଗା କୀର୍ତ୍ତି): ପେଟର ଭୋକ ଆଉ ପରିବାର ପ୍ରତିପୋଷଣର ଚିନ୍ତା ଜଣେ ଗରିବ ଯୁବକଙ୍କୁ ସୁଦୂର କେରଳକୁ ଟାଣି ନେଇଥିଲା। କିନ୍ତୁ ସେହି…

ବାଇକ୍‌କୁ ଧକ୍କା ଦେଇ ଘୋଷାଡ଼ି ନେଲା ବୋଲେରୋ: ଚାଲିଗଲା ସ୍ବାମୀଙ୍କ ଜୀବନ, ସ୍ତ୍ରୀ ଗୁରୁତର

ଗୋଡ଼ଭଗା,୩୧ା୧(ସୁରେଶ ଦାଶ): ଗୋଡ଼ଭଗା ଫାଣ୍ଡି ଅନ୍ତର୍ଗତ ଗୋଡ଼ଭଗା ମାରୱାଡି ଧର୍ମଶାଳା ପାଖରେ ଶୁକ୍ରବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ କଳାମାଟି ପଞ୍ଚାୟତ ମାଉଲିଭାଗର ହେମସାଗର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri