ହାତକୁ ଦି’ ହାତ ହେଲେ ବଲିଉଡ୍‌ର ଏହି ଚର୍ଚ୍ଚିତ ଯୋଡ଼ି

ବଲିଉଡ୍‌ ଅଭିନେତ୍ରୀ ରକୁଲ ପ୍ରୀତ ସିଂ ଏବଂ ଜ୍ୟାକି ଭାଗନାନୀ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଶିଖ ରୀତିନୀତି ଅନୁଯାୟୀ ଉଭୟଙ୍କ ବିବାହ ସମାପ୍ତ ହୋଇଛି। ପ୍ରଶଂସକମାନେ ବର୍ତ୍ତମାନ ନବ ବିବାହିତ ଦମ୍ପତିଙ୍କ ପ୍ରଥମ ଝଲକକୁ ଅପେକ୍ଷା କରିଛନ୍ତି। ଏହି ଦମ୍ପତି ଗୋଆରେ ବିବାହ କରିଛନ୍ତି। ବିବାହ ରୀତିନୀତି ସମାପ୍ତ ହୋଇଛି। ଏହି ବିବାହରେ ଚଳଚ୍ଚିତ୍ର ଜଗତର ଅନେକ ପ୍ରସିଦ୍ଧ ବ୍ୟକ୍ତିତ୍ୱ ମଧ୍ୟ ଯୋଗ ଦେଇଥିଲେ।
ଦୀର୍ଘ ଦିନ ଧରି ଡେଟିଂ କରିବା ପରେ ରକୁଲ ଏବଂ ଜ୍ୟାକି ଆଜି ଜୀବନର ଏକ ନୂତନ ଅଧ୍ୟାୟ ଆରମ୍ଭ କରିଛନ୍ତି। ଗୋଆରେ ଘନିଷ୍ଠ ବନ୍ଧୁ ଏବଂ ପରିବାର ଲୋକଙ୍କ ଉପସ୍ଥିତିରେ ଏହି ଦମ୍ପତି ପରସ୍ପରର ହାତ ଧରିଥିଲେ। ଶିଳ୍ପା ଶେଟ୍ଟୀ, ଅର୍ଜୁନ କପୁର, ବରୁଣ ଧାୱନ, ଆଦିତ୍ୟ ରୟ କପୁର-ଅନନ୍ୟା ପାଣ୍ଡେ ଏବଂ ଇଶା ଦେଓଲଙ୍କ ସମେତ ଅନେକ ତାରକା ସେମାନଙ୍କ ବିବାହ ଉତ୍ସବରେ ଯୋଗ ଦେଇଥିଲେ।

 

 

Share