ଗେଷ୍ଟହାଉସ୍‌ରେ ପହଞ୍ଚିଲେ ରକୁଲପ୍ରୀତ୍‌ ସିଂ

ମୁମ୍ବାଇ,୨୫।୯: ଡ୍ରଗ୍ସ ମାମଲାରେ ଅନେକ ବଲିଉଡ ସେଲିବ୍ରିଟିଙ୍କ ନାମ ଆସିବା ପରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ତଦନ୍ତ ତ୍ୱରାନ୍ବିତ କରିଛି। ଏହି ମାମଲାରେ ଏନସିବି ଅଭିନେତ୍ରୀ ସାରା ଅଲ୍ଲୀ ଖାନ, ଦୀପିକା ପାଦୁକୋନ, ଶ୍ରଦ୍ଧା କପୁର, ରକୁଲପ୍ରୀତ ସିଂଙ୍କୁ ଡକାଇ ପଚରାଉଚରା ପାଇଁ ଡାକିଛି। ଡ୍ରଗ୍ସ ସଂପର୍କରେ ପଚରାଉଚରା ପାଇଁ ଶୁକ୍ରବାର ଏନସିବି ଗେଷ୍ଟହାଉସ୍‌ରେ ହାଜର ହୋଇଛନ୍ତି ରକୁଲପ୍ରୀତ ସିଂ। ଏହା ବ୍ୟତୀତ ଦୀପିକା ପାଦୁକୋନଙ୍କ ମ୍ୟାନେଜର କରିସ୍ମା ପ୍ରକାଶଙ୍କୁ ଏହାପରେ ପଚରାଉଚର କରାଯିବ। ନିକଟରେ ଦୀପିକା ଏବଂ କରିସ୍ମା ପ୍ରକାଶଙ୍କ ଡ୍ରଗ୍ସ ଚାଟ ପ୍ରକାଶ ପାଇଥିଲା। ଏଥିରେ କରିସ୍ମା ଦୀପିକାଙ୍କୁ ହ୍ୟାସ ଦେବା ବିଷୟରେ କହୁଥିଲେ।

Share