ପ୍ରଯୋଜକଙ୍କ ପ୍ରେମରେ ପଡ଼ିଛନ୍ତି ଏହି ଦକ୍ଷିଣ ଭାରତୀୟ ସୁନ୍ଦରୀ ଅଭିନେତ୍ରୀ, ଜନ୍ମଦିନରେ…

ହାଇଦ୍ରାବାଦ: ପ୍ରେମରେ ପଡ଼ିଛନ୍ତି ଦକ୍ଷିଣ ଭାରତୀୟ ଅଭିନେତ୍ରୀ ରକୁଲ ପ୍ରିତ। ଆଜି ରକୁଲ ନିଜର ୩୧ତମ ଜନ୍ମଦିନ ପାଳନ କରୁଛନ୍ତି। ଏହାକୁ ନେଇ ତାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟୁଛି। ଦିନଟିକୁ ଖାସ୍‌ କରିବାକୁ ଯାଇ ରକୁଲ ନିଜ ଇନ୍‌ଷ୍ଟାଗ୍ରାମରେ ଫିଲ୍ମ ପ୍ରଯୋଜକ ଜ୍ୟାକି ଭଗନାନୀଙ୍କ ସହ ଫଟୋ ଶେୟାର କରିଛନ୍ତି। ଦୁହେଁ ପରସ୍ପରକୁ ଡେଟ୍‌ କରୁଥିବା ସ୍ପଷ୍ଟ କରିଛନ୍ତି।

ପୋଷ୍ଟ କରି ରକୁଲ କହିଛନ୍ତି, ‘ଥ୍ୟାଙ୍କ ୟୁ ମାଇ ହାର୍ଟ। ତୁମେ ଏହି ବର୍ଷ ମୋ ପାଇଁ ସବୁଠାରୁ ବଡ଼ ଉପହାର। ମୋ ଜୀବନରେ ରଙ୍ଗ ଭରିଥିବା ପାଇଁ ଧନ୍ୟବାଦ। ସବୁବେଳେ ହସାଇବା ପାଇଁ ଧନ୍ୟବାଦ। ତୁମେ ଯେଭଳି ସେଭଳି ହେବା ପାଇଁ ଧନ୍ୟବାଦ। ହାତରେ ହାତ ମିଶାଇ ଆମକୁ ଅନେକ ସ୍ମୃତି ଗଢ଼ିବାର ରହିଛି ଜ୍ୟାକି’ ବୋଲି ସେ ଲେଖିଛନ୍ତି। ରକୁଲଙ୍କ ଏଭଳି ପୋଷ୍ଟ ପରେ ପ୍ରଶଂସକ ଚକିତ ହୋଇଯାଇଛନ୍ତି। ସାଥୀ କଳାକାରମାନେ ତାଙ୍କୁ ଶୁଭେଚ୍ଛା ଦେଉଛନ୍ତି।

ଅପରପକ୍ଷେ ଜ୍ୟାକି ମଧ୍ୟ ସମାନ ଫଟୋ ଶେୟାର କରି ‘ତୁମ ବିନା ଦିନ, ଦିନ ଭଳି ଲାଗେନା, ତୁମ ବିନା ସ୍ବାଦିଷ୍ଟ ଖାଇବାରେ ମଧ୍ୟ ଖାଦ୍ୟର ସ୍ବାଦ ନ ଥାଏ। ସବୁଠାରୁ ସୁନ୍ଦର ଯୁବତୀକୁ ଜନ୍ମଦିନର ଶୁଭେଚ୍ଛା ପଠାଉଛି, ଯିଏ ମୋ ଦୁନିଆ। ଭଗବାନ କରନ୍ତୁ ତୁମ ଦିନ ସେତିକି ସୁନ୍ଦର ହେଉ ଯେତିକି ତୁମେ ଏବଂ ତୁମ ହସ। ହାପି ବର୍ଥ ଡେ ମୋ ରକୁଲପ୍ରୀତ ବୋଲି ସେ ଲେଖିଛନ୍ତି।

Share