ପୁଣି ରୋମାଣ୍ଟିକ୍‌ ହେଲେ ରାକ୍ଷୀ, ରିତେଶଙ୍କ ପରେ କିଏ ପଚାରିଲେ…

ଡ୍ରାମା କୁଇନ୍‌ ରାକ୍ଷୀ ସାୱନ୍ତ ପ୍ରାୟତଃ ଚର୍ଚ୍ଚାରେ ରହିଥାନ୍ତି। ବୃତ୍ତିଗତ ହେଉ କି ବ୍ୟକ୍ତିଗତ ଜୀବନ ସର୍ବଦା ଆଲୋଚନାରେ ରହିବା ପାଇଁ ସେ କିଛିନା କିଛି କରିଥାନ୍ତି। ସୋସିଆଲ ମିଡିଆରେ ଆକ୍ଟିଭ ରାକ୍ଷୀ ତାଙ୍କ ପ୍ରଂଶସକ ଙ୍କ ପାଇଁ କିଛି ନା କିଛି ଫଟୋ, ଭିଡିଓ ଶେୟାର କରନ୍ତି।
ବର୍ତ୍ତମାନ ରାକ୍ଷୀଙ୍କୁ ଏକ ନୂଆ ପ୍ରେମ ମିଳିଯାଇଥିବା ନେଇ ଚର୍ଚ୍ଚା ଜୋର ଧରିଛି। ସେ ତାଙ୍କ ସହ ଫଟୋ ଭିଡିଓ ଶେୟାର କରିଥିବା ବେଳେ ପ୍ରଂଶସକ ରାକ୍ଷୀଙ୍କୁ ସେ କିଏ ବୋଲି ପ୍ରଶ୍ନ କରିଛନ୍ତି। ନିକଟରେ ରାକ୍ଷୀ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଭିଡିଓ ଶେୟାର କରିଛନ୍ତି। ଯେଉଁଥିରେ ସେ ରିତେଶଙ୍କ ଠାରୁ ଅଲଗା ହେବା ପରେ ରୋମାଣ୍ଟିକ ହୋଇଥିବା ନଜର ଆସିଛନ୍ତି। ଭିଡିଓରେ ସେ ତାଙ୍କର ଏକ ନିକଟତର ବନ୍ଧୁ ସହିତ ନଜର ଆସିଛନ୍ତି। ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ବିଗ୍‌ ବସ୍‌ରେ ରାକ୍ଷୀ ସ୍ବାମୀ ରିତେଶଙ୍କ ବିଷୟରେ ଅନେ କିଛି କହି ତାଙ୍କୁ ଦେଖାଇଥିଲେ ଥିଲେ। ମାତ୍ର ତାଙ୍କ ମଧ୍ୟରେ ଥିବା ଏହି ପ୍ରେମକୁ ଦେଖିବାକୁ ମିଳି ନ ଥିଲା। ଶୋ’ରୁ ବାହାରିବା ପରେ ରିତେଶ ରାକ୍ଷୀଙ୍କ ସହ ସମ୍ପର୍କ ଭାଙ୍ଗି ଦେଇଥିଲେ।

Share