ରକ୍ଷାବନ୍ଧନ

ହିନ୍ଦୁ ଧର୍ମଶାସ୍ତ୍ରରେ ଶ୍ରାବଣ ମାସ (ଜୁଲାଇ-ଅଗଷ୍ଟ)ର ପୂର୍ଣ୍ଣିମାକୁ ରାଖୀପୂର୍ଣ୍ଣିମା ଭାବେ ପାଳନ କରାଯାଏ। ଏହି ଦିନ ପ୍ରତ୍ୟେକ ଭଉଣୀ ଭାଇମାନଙ୍କୁ ରାଖୀ ବାନ୍ଧି ନିଜ ସୁରକ୍ଷା ପାଇଁ ପ୍ରତିଜ୍ଞାବଦ୍ଧ କରାଇଥାନ୍ତି। ରକ୍ଷାବନ୍ଧନର ଇତିହାସ ହିନ୍ଦୁ ପୁରାଣରେ ବର୍ଣ୍ଣିତ ହୋଇଛି। ବାମନାବତାର ନାମକ ପୌରାଣିକ କଥାରେ ରକ୍ଷାବନ୍ଧନର ପ୍ରସଙ୍ଗ ଉଲ୍ଲେଖ ରହିଛି। କାହାଣୀ ଅନୁସାରେ; ରାଜା ବଳି ଯଜ୍ଞ ସମ୍ପନ୍ନ କରି ସ୍ବର୍ଗ ଅଧିକାର କରିବାକୁ ପ୍ରସ୍ତୁତ ହେଉଥିଲେ। ଏହା ଜାଣି ଦେବରାଜ ଇନ୍ଦ୍ର ଭଗବାନ ବିଷ୍ଣୁଙ୍କୁ ପ୍ରାର୍ଥନା କଲେ। ପ୍ରଭୁ ବାମନାବତାର ଗ୍ରହଣ କରି ବ୍ରାହ୍ମଣ ବେଶରେ ବଳି ରାଜାଙ୍କ ପାଖକୁ ଭିକ୍ଷା ମାଗିବାକୁ ଗଲେ। ବଳି ଭିକ୍ଷା ଦେବାକୁ ଉଦ୍ୟତ ହୁଅନ୍ତେ ତାଙ୍କ କୁଳଗୁରୁ ଏଥିରୁ ବିରତ ହେବାକୁ ଚେତାଇ ଦେଇଥିଲେ। କିନ୍ତୁ ବଳି କିଛି ନ ଶୁଣି ଭଗବାନଙ୍କୁ ତିନିପାଦ ଭୂମି ଦାନ କଲେ। ଏହି ତିନିପାଦ ଭୂମିରେ ଭଗବାନ ଆକାଶ, ପାତାଳ ଓ ପୃଥିବୀକୁ ମାପିନେଇ ବଳିଙ୍କୁ ରସାତଳକୁ ଚାପିଦେଲେ। ଏହି ସମୟରେ ରାଜା ବଳି ନିଜ ଭକ୍ତିବଳରେ ପ୍ରତ୍ୟେକ ସମୟରେ ଭଗବାନଙ୍କୁ ନିଜ ପାଖରେ ରହିବାକୁ ପ୍ରତିଜ୍ଞା କରାଇନେଲେ। ଲକ୍ଷ୍ମୀ ମା’ ଏହାକୁ ନେଇ ଚିନ୍ତିତ ହେଲେ। ନାରଦଙ୍କ ପରାମର୍ଶ ନେଇ ସେ ବଳି ରାଜାଙ୍କୁ ରକ୍ଷାସୂତ୍ର ବାନ୍ଧି ଭାଇ କରିନେଲେ। ବଦଳରେ ବଳି ରାଜା ବିଷ୍ଣୁ ଭଗବାନଙ୍କ ପ୍ରତିଜ୍ଞାକୁ ଖଣ୍ଡନ କଲେ।
ମହାଭାରତ ସମୟରେ ଯୁଧିଷ୍ଠିର ଭଗବାନ କୃଷ୍ଣଙ୍କୁ ପଚାରିଲେ ମୁଁ ସମସ୍ତ ସଙ୍କଟକୁ କିପରି ପାରି କରିପାରିବି? ଭଗବାନ କହିଥିଲେ, ତୁମେ ତୁମ ସେନାଙ୍କୁ ରାଖୀପୂର୍ଣ୍ଣିମା ପାଳନ କରିବାକୁ ଅନୁମତି ଦିଅ। କେବଳ ସେତିକି ନୁହେଁ, ଶିଶୁପାଳକୁ ବଧ କରିବା ସମୟରେ ସୁଦର୍ଶନ ଚକ୍ରରେ କୃଷ୍ଣଙ୍କ ତର୍ଜନୀ କ୍ଷତାକ୍ତ ହୋଇଥିଲା। ସେତେବେଳେ ଦ୍ରୌପଦୀ ରକ୍ତସ୍ରାବ ବନ୍ଦ କରିବାକୁ କୃଷ୍ଣଙ୍କ ହାତରେ ଶାଢ଼ି ଚିରି ଗୁଡ଼ାଇ ଦେଇଥିଲେ। ଏହାର ଫଳସ୍ବରୂପ କୁରୁସଭାରେ ଦ୍ରୌପଦୀଙ୍କ ବସ୍ତ୍ରହରଣ ସମୟରେ ଭଗବାନ କୋଟିବସ୍ତ୍ର ପ୍ରଦାନ କରିଥିଲେ।
ଇତିହାସ ପୃଷ୍ଠା ଲେଉଟାଇଲେ ଜଣାପଡ଼େ, ରକ୍ଷାବନ୍ଧନର ଉତ୍ପତ୍ତି ପ୍ରାୟ ୬ ହଜାର ବର୍ଷ ପୁରୁଣା। ତେବେ ଏହାର କୌଣସି ଠିକ୍‌ ସମୟ ଇତିହାସରେ ଲିପିବଦ୍ଧ ନାହିଁ। କୁହାଯାଏ, ସର୍ବପ୍ରଥମେ ସାକ୍ଷ୍ୟରାଣୀ କର୍ଣ୍ଣାବତୀ ଓ ସମ୍ରାଟ୍‌ ହୁମାୟୁନ୍‌ ରକ୍ଷାବନ୍ଧନ ଆରମ୍ଭ କରିଥିଲେ। ମଧ୍ୟକାଳୀନ ଯୁଗରେ ରାଜପୁତ ଓ ମୁସ୍‌ଲିମ୍‌ଙ୍କ ମଧ୍ୟରେ ସଂଘର୍ଷ ଚାଲିଥିଲା। ରାଣୀ କର୍ଣ୍ଣାବତୀ ଚିତ୍ତୋର ରାଜାଙ୍କ ବିଧବା ପତ୍ନୀ ଥିଲେ। ସେତେବେଳେ ଗୁଜରାଟର ସୁଲତାନ୍‌ ବାହାଦୁର ଶାହଙ୍କଠୁ ନିଜ ରାଜ୍ୟ ଓ ପ୍ରଜାଙ୍କ ସୁରକ୍ଷା ପାଇଁ ରାଣୀ ହୁମାୟୁନ୍‌ଙ୍କୁ ରାଖୀ ପଠାଇଥିଲେ। ହୁମାୟୁନ୍‌ କର୍ଣ୍ଣାବତୀଙ୍କ ରାଖୀର ସମ୍ମାନ ରକ୍ଷାକରି ତାଙ୍କ ରାଜ୍ୟର ରକ୍ଷା କରିଥିଲେ। ଦ୍ୱିତୀୟ ସୂତ୍ରଧର ଥିଲେ ଆଲେକ୍‌ଜାଣ୍ଡର ଓ ପୁରୁ। କୁହାଯାଏ, ଆଲେକ୍‌ଜାଣ୍ଡର ଭାରତୀୟ ରାଜା ପୁରୁଙ୍କ ପ୍ରଖରତା ସାମ୍ନାରେ ବିଚଳିତ ହୋଇପଡ଼ିଥିଲେ। ଏହାକୁ ନେଇ ଆଲେକ୍‌ଜାଣ୍ଡରଙ୍କ ପତ୍ନୀ ଚିନ୍ତିତ ହୋଇ ପୁରୁଙ୍କ ପାଖକୁ ରାଖୀ ପଠାଇଲେ। ପୁରୁ ଆଲେକ୍‌ଜାଣ୍ଡରଙ୍କ ପତ୍ନୀଙ୍କୁ ଭଉଣୀ ଭାବେ ସମ୍ମାନ ଦେଲେ ଓ ଯୁଦ୍ଧର ପରିସମାପ୍ତି ଘଟିଲା। ପୁରୁ ଆଲେକ୍‌ଜାଣ୍ଡରଙ୍କୁ ଜୀବନଦାନ ଦେଲେ।
ଭାରତ ସ୍ବାଧୀନତା ସମୟରେ କ୍ରାନ୍ତିକାରୀ ଚନ୍ଦ୍ରଶେଖର ଆଜାଦ୍‌ ଇଂରେଜଙ୍କଠୁ ବଞ୍ଚତ୍ବା ପାଇଁ ଜଣେ ବିଧବା ବୃଦ୍ଧାଙ୍କ ଘରେ ତୋଫାନି ରାତିରେ ପ୍ରବେଶ କଲେ। ସେଠାରେ ବୃଦ୍ଧା ନିଜ ଝିଅକୁ ଧରି ରହୁଥିଲେ। ଆଜାଦ୍‌ ନିଜ ପରିଚୟ ଦେବା ପରେ ତାଙ୍କୁ ବୃଦ୍ଧା ଶରଣ ଦେଲେ। କଥାବାର୍ତ୍ତାରୁ ଆଜାଦ୍‌ ଜାଣିବାକୁ ପାଇଲେ ଗରିବ ହେତୁ ବୃଦ୍ଧା ଜଣକ ନିଜ ଝିଅର ବିବାହ କରାଇପାରୁନାହାନ୍ତି। ସେ ବୃଦ୍ଧାଙ୍କୁ କହିଲେ, ମୋତେ ଧରାଇଦେବା ଲୋକଙ୍କୁ ଇଂରେଜମାନେ ୫ ହଜାର ଟଙ୍କା ଦେବେ। ତେଣୁ ତୁମେ ମୋତେ ସେମାନଙ୍କ ହାତରେ ଧରାଇଦିଅ। ସେଇ ୫ ହଜାର ଟଙ୍କାରେ ଝିଅର ବିବାହ ସମ୍ପନ୍ନ କର। ବିଧବା ଜଣଙ୍କ କହିଲେ, ତୁମକୁ ଧରାଇଦେଇ ସେ ରାକ୍ଷସଙ୍କ ପଇସାରେ ମୁଁ ମୋ ଝିଅ ବାହାଘର କରିପାରିବିନାହିଁ। ଏତିକି କହି ସେ ରକ୍ଷାସୂତ୍ରକୁ ଆଜାଦ୍‌ଙ୍କ ହାତରେ ବାନ୍ଧି ଦେଶସେବାର ବଚନ ନେଲେ। ସକାଳ ପାହିବା ବେଳକୁ ଆଜାଦ୍‌ ଘରୁ ଚାଲିଯାଇଥିଲେ। ହେଲେ ତକିଆ ତଳେ ୫ ହଜାର ଟଙ୍କା ସହ ଏକ ଚିଠି ଛାଡ଼ିଯାଇଥିଲେ। ସେଥିରେ ଲେଖା ଥିଲା, ପ୍ରିୟର ଭଉଣୀ ପାଇଁ ରାଖୀବନ୍ଧାର ଭେଟିସ୍ବରୂପ ଏହାକୁ ଗ୍ରହଣ କର।

  • ଡ. ଅରୁନ୍ଧତୀ ଦେବୀ
    ନିର୍ଦ୍ଦେଶିକା-ସମ୍ପାଦିକ, ଆନ୍ତର୍ଜାତିକ ଅଶୋଭନୀୟତା ନିରୋଧ ଆନ୍ଦୋଳନ,
    କଟକ, ମୋ-୯୯୩୭୧୭୨୮୧୦

Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଚାକିରି ଛାଡ଼ି ଛତିଶଗଡ଼ର ଚାଷୀ ସମୀକ୍ଷା ଚନ୍ଦ୍ରକର ଟମାଟୋ ଓ ଅନ୍ୟାନ୍ୟ ପରିବା ଚାଷକରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ସମୀକ୍ଷା ଏମ୍‌ବିଏ ପାସ୍‌ କରିବା...

ଜୀବନର ଧାଁ ଦଉଡ଼

ବହୁତ ତରତର ବା ବ୍ୟସ୍ତ ଥିବା ମଣିଷକୁ ଦେଖି ମନରେ ଉଙ୍କିମାରେ ପ୍ରଶ୍ନଟିଏ, ଇଏ ଏତେ ବ୍ୟସ୍ତ କାହିଁକି? କାମଟି ଧୀରେ ଧୀରେ କଲେ କ’ଣ...

ଟଙ୍କାଖିଆ ମଣିଷ

ପିଲାବେଳର କଥା ମନେପଡ଼େ। ସେତେବେଳେ (ଆଜକୁ ଚାଳିଶ ବର୍ଷ ପୂର୍ବେ) ବିଶେଷକରି ଗାଁ ଲୋକେ ଚାକିରି କରିବା କିମ୍ବା ବାହାର ରାଜ୍ୟକୁ ଯାଇ ଦାଦନ ଖଟିବାକୁ...

ଦୁଇ ଦେଶ ଲୁଟୁଛନ୍ତି

ସମ୍ଭବତଃ ୨୦୨୫ ବର୍ଷଟି ସମସ୍ତଙ୍କର ମନେ ରହିବ, କାରଣ ଆମେରିକାର ରାଷ୍ଟ୍ରପତି ଏହି ବର୍ଷ ବୈଶ୍ୱିକ ବାଣିଜ୍ୟ ବ୍ୟବସ୍ଥାକୁ ଶେଷ କରିଦେଇଛନ୍ତି। କନ୍ତୁ ସତ କଥା...

ଏଇ ଭାରତରେ

ପଲିଥିନ ବ୍ୟବହାର ଉପରେ କଟକଣା ଲାଗୁ ହୋଇଥିଲେ ମଧ୍ୟ ଏହାର ବ୍ୟବହାର ପୂର୍ୱଭଳି ଜାରି ରହିଛି। ଅଧିକାଂଶ ଲୋକ ବ୍ୟାଗ୍‌ ନ ନେଇ ପଲିଥିନରେ ପରିବା...

ଯିଶୁଖ୍ରୀଷ୍ଟଙ୍କ ଜନ୍ମ ମହତ୍ତ୍ୱ

ଶ୍ୱର ଜଗତକୁ ଏତେ ପ୍ରେମ କଲେ ଯେ, ତାଙ୍କ ନିଜର ଅଦ୍ୱିତୀୟ ପୁତ୍ର ପ୍ରଭୁ ଯିଶୁଙ୍କୁ ପୃଥିବୀକୁ ପଠାଇଲେ। ଏଣୁ ଯେ କେହି ଯିଶୁଙ୍କଠାରେ ବିଶ୍ୱାସ...

ଗାନ୍ଧୀ ନୂଅଁାଖାଇ

ନୂଆ ଫସଲ ଅମଳ ପରେ ଆମ ଓଡ଼ିଶାରେ ବିଭିନ୍ନ ତିଥି ନେଇ ନୂଅଁାଖାଇ ପାଳନ କରାଯାଏ। ବିଶେଷକରି ଓଡ଼ିଶାର ପଶ୍ଚିମାଞ୍ଚଳରେ ନୂଆଖାଇ ବା ନୂଅଁାଖାଇ ଏକ...

ଜୈନ ଗ୍ରନ୍ଥ ଓ କର୍ମ ସିଦ୍ଧାନ୍ତ

ଜୈନ ଗ୍ରନ୍ଥ ଅନୁଯାୟୀ, ପରମସତ୍ତାଙ୍କ ହିସାବ ଖାତାରେ ପ୍ରତ୍ୟେକ କର୍ମର ଭଲ ମନ୍ଦ ଫଳ ରହିଛି। ନିଜର ଲୋଭ ଓ ମୋହ (ଖାଇବାଠାରୁ ଆରମ୍ଭକରି ବିଭିନ୍ନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri