ରକ୍ଷାବନ୍ଧନ

ହିନ୍ଦୁ ଧର୍ମଶାସ୍ତ୍ରରେ ଶ୍ରାବଣ ମାସ (ଜୁଲାଇ-ଅଗଷ୍ଟ)ର ପୂର୍ଣ୍ଣିମାକୁ ରାଖୀପୂର୍ଣ୍ଣିମା ଭାବେ ପାଳନ କରାଯାଏ। ଏହି ଦିନ ପ୍ରତ୍ୟେକ ଭଉଣୀ ଭାଇମାନଙ୍କୁ ରାଖୀ ବାନ୍ଧି ନିଜ ସୁରକ୍ଷା ପାଇଁ ପ୍ରତିଜ୍ଞାବଦ୍ଧ କରାଇଥାନ୍ତି। ରକ୍ଷାବନ୍ଧନର ଇତିହାସ ହିନ୍ଦୁ ପୁରାଣରେ ବର୍ଣ୍ଣିତ ହୋଇଛି। ବାମନାବତାର ନାମକ ପୌରାଣିକ କଥାରେ ରକ୍ଷାବନ୍ଧନର ପ୍ରସଙ୍ଗ ଉଲ୍ଲେଖ ରହିଛି। କାହାଣୀ ଅନୁସାରେ; ରାଜା ବଳି ଯଜ୍ଞ ସମ୍ପନ୍ନ କରି ସ୍ବର୍ଗ ଅଧିକାର କରିବାକୁ ପ୍ରସ୍ତୁତ ହେଉଥିଲେ। ଏହା ଜାଣି ଦେବରାଜ ଇନ୍ଦ୍ର ଭଗବାନ ବିଷ୍ଣୁଙ୍କୁ ପ୍ରାର୍ଥନା କଲେ। ପ୍ରଭୁ ବାମନାବତାର ଗ୍ରହଣ କରି ବ୍ରାହ୍ମଣ ବେଶରେ ବଳି ରାଜାଙ୍କ ପାଖକୁ ଭିକ୍ଷା ମାଗିବାକୁ ଗଲେ। ବଳି ଭିକ୍ଷା ଦେବାକୁ ଉଦ୍ୟତ ହୁଅନ୍ତେ ତାଙ୍କ କୁଳଗୁରୁ ଏଥିରୁ ବିରତ ହେବାକୁ ଚେତାଇ ଦେଇଥିଲେ। କିନ୍ତୁ ବଳି କିଛି ନ ଶୁଣି ଭଗବାନଙ୍କୁ ତିନିପାଦ ଭୂମି ଦାନ କଲେ। ଏହି ତିନିପାଦ ଭୂମିରେ ଭଗବାନ ଆକାଶ, ପାତାଳ ଓ ପୃଥିବୀକୁ ମାପିନେଇ ବଳିଙ୍କୁ ରସାତଳକୁ ଚାପିଦେଲେ। ଏହି ସମୟରେ ରାଜା ବଳି ନିଜ ଭକ୍ତିବଳରେ ପ୍ରତ୍ୟେକ ସମୟରେ ଭଗବାନଙ୍କୁ ନିଜ ପାଖରେ ରହିବାକୁ ପ୍ରତିଜ୍ଞା କରାଇନେଲେ। ଲକ୍ଷ୍ମୀ ମା’ ଏହାକୁ ନେଇ ଚିନ୍ତିତ ହେଲେ। ନାରଦଙ୍କ ପରାମର୍ଶ ନେଇ ସେ ବଳି ରାଜାଙ୍କୁ ରକ୍ଷାସୂତ୍ର ବାନ୍ଧି ଭାଇ କରିନେଲେ। ବଦଳରେ ବଳି ରାଜା ବିଷ୍ଣୁ ଭଗବାନଙ୍କ ପ୍ରତିଜ୍ଞାକୁ ଖଣ୍ଡନ କଲେ।
ମହାଭାରତ ସମୟରେ ଯୁଧିଷ୍ଠିର ଭଗବାନ କୃଷ୍ଣଙ୍କୁ ପଚାରିଲେ ମୁଁ ସମସ୍ତ ସଙ୍କଟକୁ କିପରି ପାରି କରିପାରିବି? ଭଗବାନ କହିଥିଲେ, ତୁମେ ତୁମ ସେନାଙ୍କୁ ରାଖୀପୂର୍ଣ୍ଣିମା ପାଳନ କରିବାକୁ ଅନୁମତି ଦିଅ। କେବଳ ସେତିକି ନୁହେଁ, ଶିଶୁପାଳକୁ ବଧ କରିବା ସମୟରେ ସୁଦର୍ଶନ ଚକ୍ରରେ କୃଷ୍ଣଙ୍କ ତର୍ଜନୀ କ୍ଷତାକ୍ତ ହୋଇଥିଲା। ସେତେବେଳେ ଦ୍ରୌପଦୀ ରକ୍ତସ୍ରାବ ବନ୍ଦ କରିବାକୁ କୃଷ୍ଣଙ୍କ ହାତରେ ଶାଢ଼ି ଚିରି ଗୁଡ଼ାଇ ଦେଇଥିଲେ। ଏହାର ଫଳସ୍ବରୂପ କୁରୁସଭାରେ ଦ୍ରୌପଦୀଙ୍କ ବସ୍ତ୍ରହରଣ ସମୟରେ ଭଗବାନ କୋଟିବସ୍ତ୍ର ପ୍ରଦାନ କରିଥିଲେ।
ଇତିହାସ ପୃଷ୍ଠା ଲେଉଟାଇଲେ ଜଣାପଡ଼େ, ରକ୍ଷାବନ୍ଧନର ଉତ୍ପତ୍ତି ପ୍ରାୟ ୬ ହଜାର ବର୍ଷ ପୁରୁଣା। ତେବେ ଏହାର କୌଣସି ଠିକ୍‌ ସମୟ ଇତିହାସରେ ଲିପିବଦ୍ଧ ନାହିଁ। କୁହାଯାଏ, ସର୍ବପ୍ରଥମେ ସାକ୍ଷ୍ୟରାଣୀ କର୍ଣ୍ଣାବତୀ ଓ ସମ୍ରାଟ୍‌ ହୁମାୟୁନ୍‌ ରକ୍ଷାବନ୍ଧନ ଆରମ୍ଭ କରିଥିଲେ। ମଧ୍ୟକାଳୀନ ଯୁଗରେ ରାଜପୁତ ଓ ମୁସ୍‌ଲିମ୍‌ଙ୍କ ମଧ୍ୟରେ ସଂଘର୍ଷ ଚାଲିଥିଲା। ରାଣୀ କର୍ଣ୍ଣାବତୀ ଚିତ୍ତୋର ରାଜାଙ୍କ ବିଧବା ପତ୍ନୀ ଥିଲେ। ସେତେବେଳେ ଗୁଜରାଟର ସୁଲତାନ୍‌ ବାହାଦୁର ଶାହଙ୍କଠୁ ନିଜ ରାଜ୍ୟ ଓ ପ୍ରଜାଙ୍କ ସୁରକ୍ଷା ପାଇଁ ରାଣୀ ହୁମାୟୁନ୍‌ଙ୍କୁ ରାଖୀ ପଠାଇଥିଲେ। ହୁମାୟୁନ୍‌ କର୍ଣ୍ଣାବତୀଙ୍କ ରାଖୀର ସମ୍ମାନ ରକ୍ଷାକରି ତାଙ୍କ ରାଜ୍ୟର ରକ୍ଷା କରିଥିଲେ। ଦ୍ୱିତୀୟ ସୂତ୍ରଧର ଥିଲେ ଆଲେକ୍‌ଜାଣ୍ଡର ଓ ପୁରୁ। କୁହାଯାଏ, ଆଲେକ୍‌ଜାଣ୍ଡର ଭାରତୀୟ ରାଜା ପୁରୁଙ୍କ ପ୍ରଖରତା ସାମ୍ନାରେ ବିଚଳିତ ହୋଇପଡ଼ିଥିଲେ। ଏହାକୁ ନେଇ ଆଲେକ୍‌ଜାଣ୍ଡରଙ୍କ ପତ୍ନୀ ଚିନ୍ତିତ ହୋଇ ପୁରୁଙ୍କ ପାଖକୁ ରାଖୀ ପଠାଇଲେ। ପୁରୁ ଆଲେକ୍‌ଜାଣ୍ଡରଙ୍କ ପତ୍ନୀଙ୍କୁ ଭଉଣୀ ଭାବେ ସମ୍ମାନ ଦେଲେ ଓ ଯୁଦ୍ଧର ପରିସମାପ୍ତି ଘଟିଲା। ପୁରୁ ଆଲେକ୍‌ଜାଣ୍ଡରଙ୍କୁ ଜୀବନଦାନ ଦେଲେ।
ଭାରତ ସ୍ବାଧୀନତା ସମୟରେ କ୍ରାନ୍ତିକାରୀ ଚନ୍ଦ୍ରଶେଖର ଆଜାଦ୍‌ ଇଂରେଜଙ୍କଠୁ ବଞ୍ଚତ୍ବା ପାଇଁ ଜଣେ ବିଧବା ବୃଦ୍ଧାଙ୍କ ଘରେ ତୋଫାନି ରାତିରେ ପ୍ରବେଶ କଲେ। ସେଠାରେ ବୃଦ୍ଧା ନିଜ ଝିଅକୁ ଧରି ରହୁଥିଲେ। ଆଜାଦ୍‌ ନିଜ ପରିଚୟ ଦେବା ପରେ ତାଙ୍କୁ ବୃଦ୍ଧା ଶରଣ ଦେଲେ। କଥାବାର୍ତ୍ତାରୁ ଆଜାଦ୍‌ ଜାଣିବାକୁ ପାଇଲେ ଗରିବ ହେତୁ ବୃଦ୍ଧା ଜଣକ ନିଜ ଝିଅର ବିବାହ କରାଇପାରୁନାହାନ୍ତି। ସେ ବୃଦ୍ଧାଙ୍କୁ କହିଲେ, ମୋତେ ଧରାଇଦେବା ଲୋକଙ୍କୁ ଇଂରେଜମାନେ ୫ ହଜାର ଟଙ୍କା ଦେବେ। ତେଣୁ ତୁମେ ମୋତେ ସେମାନଙ୍କ ହାତରେ ଧରାଇଦିଅ। ସେଇ ୫ ହଜାର ଟଙ୍କାରେ ଝିଅର ବିବାହ ସମ୍ପନ୍ନ କର। ବିଧବା ଜଣଙ୍କ କହିଲେ, ତୁମକୁ ଧରାଇଦେଇ ସେ ରାକ୍ଷସଙ୍କ ପଇସାରେ ମୁଁ ମୋ ଝିଅ ବାହାଘର କରିପାରିବିନାହିଁ। ଏତିକି କହି ସେ ରକ୍ଷାସୂତ୍ରକୁ ଆଜାଦ୍‌ଙ୍କ ହାତରେ ବାନ୍ଧି ଦେଶସେବାର ବଚନ ନେଲେ। ସକାଳ ପାହିବା ବେଳକୁ ଆଜାଦ୍‌ ଘରୁ ଚାଲିଯାଇଥିଲେ। ହେଲେ ତକିଆ ତଳେ ୫ ହଜାର ଟଙ୍କା ସହ ଏକ ଚିଠି ଛାଡ଼ିଯାଇଥିଲେ। ସେଥିରେ ଲେଖା ଥିଲା, ପ୍ରିୟର ଭଉଣୀ ପାଇଁ ରାଖୀବନ୍ଧାର ଭେଟିସ୍ବରୂପ ଏହାକୁ ଗ୍ରହଣ କର।

  • ଡ. ଅରୁନ୍ଧତୀ ଦେବୀ
    ନିର୍ଦ୍ଦେଶିକା-ସମ୍ପାଦିକ, ଆନ୍ତର୍ଜାତିକ ଅଶୋଭନୀୟତା ନିରୋଧ ଆନ୍ଦୋଳନ,
    କଟକ, ମୋ-୯୯୩୭୧୭୨୮୧୦

Enter your email to get our daily news in your inbox.

All Right Reserved By Dharitri.Com

ପୁରାଣ କଥାରେ ସୃଷ୍ଟିତତ୍ତ୍ୱ

ଆମ ଦେଶରେ ଆମେ ଯେତେବେଳେ ସୃଷ୍ଟିର ପୌରାଣିକ କଥା ସମ୍ପର୍କରେ ବିଚାର କରୁ, ସେତେବେଳେ ସଂସ୍କୃତ କାହାଣୀ ଉପସ୍ଥାପନ କରିଥାଉ। ବିଶେଷକରି ବିଷ୍ଣୁ ଅନନ୍ତନାଗ ଉପରେ ଶୟନ…

ରାଜା ଗୁଣେ ପ୍ରଜା

ପ୍ରଜାଙ୍କୁ ପ୍ରଜାମାନେ ଅନୁସରଣ କରିବା ସ୍ବାଭାବିକ କଥା। ରାଜାଙ୍କ ହାବଭାବ, ଚାଲିଚଳନ, କଥାବାର୍ତ୍ତା, ଆଚାର ବ୍ୟବହାର ଏପରି କି ଚିନ୍ତାଦର୍ଶନକୁ ପ୍ରଜାମାନେ ଅନୁସରଣ କରୁଥିଲେ। ତେଣୁ ଲୋକପ୍ରିୟ…

ଗୋଡ଼ ଖସିବ

ଆମେରିକା-ଇସ୍ରାଏଲ ମିଳିତ ଭାବେ ଇରାନ୍‌ ସହିତ ଯୁଦ୍ଧ କରୁଛନ୍ତି। ଇସ୍ରାଏଲ-ହମାସ୍‌ ସଂଘର୍ଷ ପ୍ରାୟ ଅଢ଼େଇ ବର୍ଷ ଧରି ଚାଲିଥିବା ବେଳେ ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ୪ ବର୍ଷ ଅତିକ୍ରମ…

ଆଇନା ଓ ମଇନା

ଆଇନା ସବୁବେଳେ ସତ କହେ! ହୋଇଥିବ ବୋଧେ! ଏକଥା ସତ ବୋଲି ବି ମୋତେ ଲାଗିଲା। ଯଦିଓ ମୁଁ ସବୁବେଳେ ଆଇନା ଦେଖି ମୋ ରୂପ ସଜାଏ।…

ବରିଷ୍ଠ ନାଗରିକଙ୍କୁ ତାଚ୍ଛଲ୍ୟ

ମନୁଷ୍ୟ ସ୍ବାଭାବିକ ଜୀବନଚକ୍ରରେ ନିର୍ଦ୍ଦିଷ୍ଟ ବର୍ଷ ଅତିକ୍ରମ ପରେ ବୃଦ୍ଧାବସ୍ଥା ପ୍ରାପ୍ତହୁଏ । ଅନେକ ମାତାପିତା ବୃଦ୍ଧାବସ୍ଥାରେ ଅବହେଳାର ଶିକାର ହେଉଥିବା ଅନୁଭବକରି ମିଳିତ ଜାତିସଂଘ ସେମାନଙ୍କର…

ଭାଗ୍ୟ ବଳରେ

କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଓ ହସ୍ପିିଟାଲରେ ୧୫ ମାର୍ଚ୍ଚ ବିଳମ୍ବିତ ରାତ୍ରିରେ ଟ୍ରମା କେୟାର ଇଣ୍ଟେନସିଭ୍‌ କେୟାର ୟୁନିଟ (ଆଇସିୟୁ)ରେ ଅଗ୍ନିକାଣ୍ଡ ଘଟି ୧୦…

ମଧ୍ୟପ୍ରାଚ୍ୟ ଯୁଦ୍ଧ

ମଧ୍ୟପ୍ରାଚ୍ୟ ଯୁଦ୍ଧର ତାଣ୍ଡବଲୀଳା ବଢିଚାଲିଛି। ଇରାନ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ଏବଂ ଇରାନର ଭୀଷଣ ପ୍ରତିଆକ୍ରମଣ ଯୁଦ୍ଧର ବିଭୀଷିକାକୁ ଆହୁରି ଗମ୍ଭୀର କରି…

କୃଷକ ବଜାର ଓ ଆର୍ଥିକ ସୁରକ୍ଷା

ଓଡ଼ିଶା ଦେଶର ଅଷ୍ଟମ ବୃହତ୍ତମ ରାଜ୍ୟ। ପ୍ରଚୁର କଞ୍ଚାମାଲ ଓ ଭିତ୍ତିଭୂମି ଥିବା ସତ୍ତ୍ୱେ ଆବଶ୍ୟକ ଶିଳ୍ପାୟନ ଅଭାବରୁ ଓଡ଼ିଶାରେ ଏବେ ବି ପ୍ରାୟ ୬୦-୭୦ ଭାଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri