ବିବାହ ପରେ ରାଖୀଙ୍କ ନୂଆ ଅବତାର: ହିଜାବ-ବୁର୍ଖା ପିନ୍ଧି ଘରୁ ବାହାରିଲେ…

ବମ୍ବେ: ବିବାହକୁ ନେଇ ଲଗାତାର ଭାବେ ଚର୍ଚ୍ଚାରେ ରହି ଆସୁଛନ୍ତି ଡ୍ରାମା କୁଇନ୍‌ ରାଖୀ ସାଓ୍ବନ୍ତ। ପ୍ରେମିକ ଆଦିଲ ଖାଁଙ୍କ ହାତ ଧରିବା ପରେ ସେ ଧର୍ମ ବଦଳାଇଦେଇଛନ୍ତି। ଏସବୁ ଭିତରେ ରାଖୀଙ୍କୁ ବୁର୍ଖା ଏବଂ ହିଜାବ ପିନ୍ଧିଥିବା ଦେଖାଯାଇଛି। ବିବାହ ପରେ ତାଙ୍କର ଏଭଳି ଲୁକ୍‌ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ପୂର୍ବରୁ ରାଖୀ ବିବାହ ସାର୍ଟିଫିକେଟ ଶେୟାର କରିଥିଲେ। ଏଥିରେ ତାଙ୍କ ନାମ ତଳେ ଫାତିମା ଲେଖାଯାଇଥିଲା।

ତେବେ ରାଖୀ ରିତେଶ ରାଜଙ୍କ ସହ ପ୍ରଥମ ବିବାହ କରିଥିଲେ। ଦୁହେଁ ସଲମାନଙ୍କ ଶୋ’ ବିଗ୍‌ ବସ୍‌ର ୧୫ତମ ସିଜନରେ ସାମିଲ ହୋଇଥିଲେ। ଶୋ’ରୁ ବାହାରକୁ ଆସିବା ପରେ ଦୁହେଁ ବାଟ ଅଲଗା କରିନେଇଥିଲେ। ଏହାପରଠାରୁ ରାଖୀ ଆଦିଲଙ୍କ ସହ ସମ୍ପର୍କକୁ ନେଇ ଚର୍ଚ୍ଚାରେ ରହି ଆସୁଛନ୍ତି।

Share