କାହିଁକି ସ୍ବୟଂବର କରିଥିଲେ ରାଖୀ ସାୱନ୍ତ? ଖୋଲିଦେଲେ ଅସଲ କାରଣ, କହିଲେ-ବିବାହ ପାଇଁ ନୁହେଁ ବରଂ…

ମୁମ୍ବାଇ: ବଲିଉଡର ‘ଡ୍ରାମା କ୍ୱିନ’ ଭାବେ ପରିଚିତ ରାଖୀ ସାୱନ୍ତ ପୁଣିଥରେ ଚର୍ଚ୍ଚାରେ। ୨୦୦୯ରେ ତାଙ୍କ ସ୍ବୟଂବର ରିଆଲିଟି ଶୋ’ ଟେଲିଭିଜନରେ ଖୁବ ଚର୍ଚ୍ଚିତ ହୋଇଥିଲା। ସେତେବେଳେ ରାଖୀଙ୍କୁ ୧୬ ଜଣ ପୁରୁଷଙ୍କ ସହ ଡେଟ୍‌ କରି ସେମାନଙ୍କ ମଧ୍ୟରୁ ଜଣଙ୍କୁ ଜୀବନସାଥୀ ଭାବେ ବାଛିବାର ଥିଲା।

ଏହି ଶୋ’ରେ ବ୍ୟବସାୟୀ, ଅଭିନେତା, ମଡେଲ, ପୋଲିସକର୍ମୀ, କୋରିଓଗ୍ରାଫର୍‌, ଫିଟନେସ ଟ୍ରେନର୍‌ ଓ ଜ୍ୟୋତିଷୀଙ୍କ ସମେତ ଅନେକ ପ୍ରତିଯୋଗୀ ଭାଗ ନେଇଥିଲେ। ଏବେ ଦୀର୍ଘ ବର୍ଷ ପରେ ରାଖୀ ନିଜେ କହିଛନ୍ତି ଯେ ସେ ପ୍ରକୃତରେ କାହିଁକି ସ୍ବୟଂବର କରିଥିଲେ।
କମେଡିଆନ ରୌନକ ରଜାନୀଙ୍କ ଶୋ’ ‘ରିଲେସନସିପ ଆଡଭାଇସ’ରେ ନିକଟରେ ନଜର ଆସିଥିଲେ ରାଖୀ। ଏଠାରେ ସେ ନିଜ ସ୍ବୟଂବର ପଛର ଅସଲ କାରଣ ବିଷୟରେ ଖୁଲାସା କରିଛନ୍ତି। ରାଖୀ କହିଥିଲେ, ସେତେବେଳେ ତାଙ୍କର ବିବାହ କରିବାର ଆଦୌ ଇଚ୍ଛା ନଥିଲା। ସେ ନିଜ କ୍ୟାରିୟର୍‌ ଓ ବଲିଉଡ ଉପରେ ଧ୍ୟାନ ଦେଉଥିଲେ। ତାଙ୍କର ମୁଖ୍ୟ ଲକ୍ଷ୍ୟ ଥିଲା ନିଜ ପାଇଁ ଏକ ଘର କିଣିବା।
ରାଖୀଙ୍କ କହିବା ଅନୁସାରେ, ସେତେବେଳେ ସେ ଭଡ଼ା ଘରେ ରହୁଥିଲେ। ସ୍ବୟଂବର ଶୋ’ରୁ ମିଳୁଥିବା ଟଙ୍କା ସଞ୍ଚୟ କରି ଲୋଖଣ୍ଡୱାଲାରେ ନିଜର ଘର କିଣିବାକୁ ସେ ଚାହୁଁଥିଲେ।
ସ୍ବୟଂବର ଶୋ’ର ବିଭିନ୍ନ ପର୍ଯ୍ୟାୟ ପରେ ରାଖୀ କାନାଡାର ବ୍ୟବସାୟୀ ଏଲେଶ ପରୁଜନୱାଲାଙ୍କୁ ନିଜ ସାଥୀ ଭାବେ ବାଛିଥିଲେ। ତେବେ ଦୁହେଁ ବିବାହ କରିନଥିଲେ, କେବଳ ନିର୍ବନ୍ଧ କରିଥିଲେ। ପରେ ଉଭୟଙ୍କ ରାସ୍ତା ଅଲଗା ହୋଇଯାଇଥିଲା।

୨୦୦୯ ଡିସେମ୍ବରରେ ରାଖୀ ପୁଣିଥରେ ‘ରାଖୀ କା ଦ୍ୱିତୀୟ ସ୍ବୟଂବର’ କରିବାକୁ ଇଚ୍ଛା ପ୍ରକାଶ କରିଥିଲେ। ଏଥର ସେ ନିଜ ପରିବାରର ସହାୟତା ନେବେ ବୋଲି କହିଥିଲେ। ତେବେ ଏହି ଶୋ’ କେବେ ନିର୍ମାଣ ହୋଇପାରିନଥିଲା।

ପରେ ୨୦୧୦ରେ ‘ରାହୁଲ ଦୁଲହନିଆ ଲେ ଜାଏଗା’ ମାଧ୍ୟମରେ ଏହି ଫ୍ରାଞ୍ଚାଇଜ ପୁଣି ଆରମ୍ଭ ହୋଇଥିଲା। ଏଥିରେ ରାହୁଲ ମହାଜନଙ୍କୁ ବିବାହ କରିବା ପାଇଁ ୧୬ ଜଣ ମହିଳା ଭାଗ ନେଇଥିଲେ। ରାଖୀ ଏବେ ନିଜକୁ ସିଙ୍ଗଲ ବୋଲି କହୁଛନ୍ତି। ଅନେକ ପୁରୁଷଙ୍କଠାରୁ ଧୋକା ମିଳିବା ପରେ ତାଙ୍କର ପ୍ରେମ ଉପରୁ ଭରସା ଉଠିଯାଇଥିବା ସେ କହିଛନ୍ତି।
ଏହାଛଡ଼ା ‘ବିଗ ବସ’ରେ ଭାଗ ନେବା ସମୟରେ ରାଖୀ ରିତେଶ ସିଂହଙ୍କୁ ନିଜର ନକଲି ସ୍ବାମୀ ଭାବେ ଦର୍ଶାଇଥିବା ନେଇ ମଧ୍ୟ ଚର୍ଚ୍ଚା ହୋଇଥିଲା। ପରେ ସେ ଆଦିଲ ଖାନ ଦୁରାନୀଙ୍କୁ ବିବାହ କରିଥିଲେ, କିନ୍ତୁ ୨୦୨୩ରେ ଉଭୟଙ୍କ ଛାଡ଼ପତ୍ର ହୋଇଥିଲା।

 

 

Odisha’s No.1 Odia Daily

Share
Tags: Rakhi sawant