ଡ୍ରାମା କୁଇନ୍‌ଙ୍କ ପାଇଁ ଦୁବାଇରେ ଘର କିଣିଲେ ବୟଫ୍ରେଣ୍ଡ୍‌

ଟିଭିର ଡ୍ରାମା କୁଇନ ଭାବେ ପରିଚିତ ରାଖୀ ସାୱନ୍ତ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଆଜିକାଲି ଚର୍ଚ୍ଚାରେ ଅଛନ୍ତି। ରିତେଶଙ୍କଠାରୁ ଅଲଗା ହେବା ପରେ ଏବେ ରାଖୀ ଆଦିଲ ଖାନ ଦୁରାନୀଙ୍କୁ ଡେଟ କରୁଛନ୍ତି। ନିକଟରେ ସେ ନିଜେ ଏକଥା ସ୍ବୀକାର କରିଛନ୍ତି। ରାଖୀଙ୍କ ପାଇଁ ଆଦିଲ କୁଆଡେ ଦୁବାଇରେ ଘର କିଣିଛନ୍ତି। ଏବେ ଦୁହେଁ ଦୁବାଇରେ ସମୟ ବିତାଉଛନ୍ତି।
ରାଖୀ କୁହନ୍ତି,ଆଦିଲ ତାଙ୍କୁ ତାଙ୍କ ପରିବାର ସହିତ ପରିଚିତ କରିଛନ୍ତି ଏବଂ ଦୁବାଇରେ ତାଙ୍କ ନାମରେ ଏକ ଘର କିଣିଛନ୍ତି। ଆଦିଲ ମୋତେ ବିଏମଡବ୍ଲୁ ଉପହାର ଦେଇଛନ୍ତି କିନ୍ତୁ ମୁଁ ତାଙ୍କ ପ୍ରେମ ଚାହୁଁଛି। ତା’ର ପ୍ରେମ ସତ୍ୟ ଏବଂ ସେ ବହୁତ ବିଶ୍ୱସ୍ତ। ଆଦିଲ ମୋତେ ବହୁତ ଭଲ ପାଆନ୍ତ। ସେଥିପାଇଁ ସେ ମୋତେ ତାଙ୍କ ପରିବାର ସଦସ୍ୟଙ୍କ ସହିତ ମଧ୍ୟ ପରିଚିତ କରାଇଛନ୍ତି।
ଆଦିଲ ରାଖୀଙ୍କଠାରୁ ଛଅ ବର୍ଷ ସାନ ଏବଂ ସେ ବେଙ୍ଗାଲୁରୁର ବାସିନ୍ଦା। ରାଖୀ ଦୁବାଇରୁ ଇନଷ୍ଟାଗ୍ରାମରେ ଦୁଇଟି ଭିଡିଓ ପୋଷ୍ଟ କରିଥିଲେ। ଭିଡିଓରେ ସେ ଆଦିଲଙ୍କ ସହ କାରରେ ବସିଥିଲେ। ଦୁହେଁ ଏକାଠି ଖୁସି ଦେଖାଯାଉଥିଲେ ଏବଂ ରାଖୀ ପ୍ରଶଂସକମାନଙ୍କୁ ଦୁବାଇର ଦୃଶ୍ୟ ଦେଖାଉଥିଲେ।
ଲୁଚିଛପି ଆଦିଲଙ୍କ ସହ ରାଖୀଙ୍କର ନିର୍ବନ୍ଧ ଶେଷ ହୋଇଥିବା ଚର୍ଚ୍ଚା ହେଉଛି।
ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଛି। ଭିଡିଓରେ ରାଖୀ ଏକ ହୀରା ମୁଦି ପିନ୍ଧି କ୍ୟାମେରା ଆଗରେ ଦେଖାଉଥିବାର ନଜର ଆସିଛନ୍ତି। ମୁଁ କାହାକୁ କହିବାକୁ ଚାହୁଁ ନ ଥିଲି, କିନ୍ତୁ ଏବେ ମୁଁ କହିବାକୁ ଚାହୁଁଛି, ଏହା ପ୍ରଚାର ନୁହେଁ, ମୋର ପ୍ରେମ ବୋଲି କହିଛନ୍ତି ରାଖୀ।
ରାଖୀ ‘ବିଗ ବସ ୧୫’ରେ ସ୍ବାମୀ ରିତେଶଙ୍କୁ ସମସ୍ତଙ୍କ ଆଗରେ ପରିଚିତ କରାଇଥିଲେ। କିନ୍ତୁ ସେମାନଙ୍କର ସମ୍ପର୍କ ଅଧିକ ଦିନ ତିଷ୍ଠି ନ ଥିଲା। ‘ଶୋ’ରୁ ବାହାରିବା ପରେ ରାଖୀ ଏକ ପୋଷ୍ଟ ଶେୟାର କରି ସେ ଏବଂ ରିତେଶ ଆଉ ଏକାଠି ନ ଥିବା କହିଥିଲେ।
ରିତେଶଙ୍କଠାରୁ ଅଲଗା ହେବା ପରେ ରାଖୀ ଅବସାଦର ଶିକାର ହୋଇଥିଲେ। ଆଦିଲ ଖାନ ଦୁରାନୀ ତାଙ୍କୁ ଏଥିରୁ ବାହାରିବାରେ ସାହାଯ୍ୟ କରିଥିଲେ। ପରେ ଆଦିଲ ତାଙ୍କୁ ପ୍ରପୋଜ କରିଥିଲେ। ତେବେ ଆଦିଲଙ୍କ ପରିବାର ସେମାନଙ୍କ ସମ୍ପର୍କକୁ ବିରୋଧ କରୁଥିଲେ। ସେମାନେ ମୋ ପୋଷାକ ପିନ୍ଧିବା ଶୈଳୀକୁ ପସନ୍ଦ କରୁନାହାନ୍ତି। କିନ୍ତୁ ମୁଁ ସେମାନଙ୍କ ପାଇଁ ନିଜକୁ ପରିବର୍ତ୍ତନ କରିବାକୁ ପ୍ରସ୍ତୁତ ବୋଲି ଏକ ସାକ୍ଷାତକାରରେ ରାଖୀ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

ନାତୁଣୀଙ୍କୁ ଦୁର୍ବ୍ୟବହାର, ପ୍ରତିବାଦ କରିବାରୁ ଗାଁ ଦାଣ୍ଡରେ ବୃଦ୍ଧଙ୍କୁ ପିଟି ପିଟି ହତ୍ୟା; ମୃତଦେହ…

ଦିଗପହଣ୍ଡି,୧।୧(ଅଶେଷ ନାଥ ମିଶ୍ର): ନୂଆବର୍ଷରେ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷା ନିମଖଣ୍ଡି ପଞ୍ଚାୟତ ସିନ୍ଧବା ଗ୍ରାମରେ ଜଣେ ବୃଦ୍ଧ ସନିଆ ଗୌଡ଼(୮୫)ଙ୍କୁ ଗୁରୁବାର ସକାଳ...

ଫେବୃଆରୀ ୧ରୁ FASTag ନିୟମରେ ହେବ ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ,୧।୧: କେନ୍ଦ୍ର ସରକାର FASTag ନିୟମରେ ବଡ଼ ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଏହା ଅଧୀନରେ, ଗାଡ଼ି ମାଲିକଙ୍କୁ FASTag ପାଇବା ପାଇଁ ଆଉ KYC ପୂରଣ...

ସାବରିମାଲା ଦୁର୍ନୀତିର ବଡ଼ ପର୍ଦ୍ଦାଫାଶ

କୋଚି,୧ା୧: କେରଳ ହାଇକୋର୍ଟଙ୍କ ତରଫରୁ ସାବରିମାଲା ମନ୍ଦିରର ସୁନା ଚୋରି ଘଟଣାର ତଦନ୍ତ ଆରମ୍ଭ କରିଥିବା ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍‌ (ଏସ୍‌ଆଇଟି) ମନ୍ଦିର ଗର୍ଭଗୃହର ଦ୍ୱରାପାଳକ...

ଟି୨୦ ବିଶ୍ୱକପ୍‌: ଅଷ୍ଟ୍ରେଲିଆ ଦଳରେ ସ୍ପିନରଙ୍କୁ ପ୍ରାଧାନ୍ୟ

ମେଲବୋର୍ନ,୧ା୧: ଶ୍ରୀଲଙ୍କା ଏବଂ ଭାରତରେ ହେବାକୁଥିବା ଟି୨୦ କ୍ରିକେଟ ବିଶ୍ୱକପ୍‌ ପାଇଁ ଅଷ୍ଟ୍ରେଲିଆ ଚୟନକର୍ତ୍ତା ଏକ ୧୫ଜଣିଆ ଦଳ ଘୋଷଣା କରିଛନ୍ତି। ଦଳରେ ସ୍ପିନରଙ୍କୁ ପ୍ରାଧାନ୍ୟ...

ନୂଆବର୍ଷରେ କର୍ମୀଙ୍କ ବ୍ୟାନର ଓ୍ବାର, ନୂଆନୂଆ ଚେହେରା ଦେଖି…

ଧର୍ମଶାଳା,୧ା୧(ଶିବପ୍ରସାଦ ମହାନ୍ତି): ବିଦାୟ ନେଇଛି ବର୍ଷ ୨୦୨୫, ଆରମ୍ଭ ହୋଇଛି ନବବର୍ଷ ୨୦୨୬। ଏଥିପାଇଁ ଅନେକ ପ୍ରସ୍ତୁତି ମଧ୍ୟ ହୋଇଛି। ସବୁଠି ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri