ଯନ୍ତ୍ରଣା ବଖାଣିଲେ ଡ୍ରାମା କୁଇନ୍

ଅଭିନେତ୍ରୀ ରାଖୀ ସାୱନ୍ତ ତାଙ୍କ ସ୍ବାମୀ ରିତେଶଙ୍କଠାରୁ ଅଲଗା ହୋଇଛନ୍ତି। ସେମାନେ ସେମାନଙ୍କର ତିନି ବର୍ଷର ବିବାହକୁ ଭାଙ୍ଗି ଦେଇଛନ୍ତି। ଭାଲେଣ୍ଟାଇନ୍ସ ଡେ’ର ଗୋଟିଏ ଦିନ ପୂର୍ବରୁ ରବିବାର ଦିନ ରାଖୀ ରିତେଶଙ୍କଠାରୁ ଅଲଗା ହେବାର ଘୋଷଣା କରିଥିଲେ। ବିବାହ ଭାଙ୍ଗିବାପରେ ନିଜ ଦୁଃଖ ବଖାଣିଛନ୍ତି ରାଖୀ।
ଏକ ସାକ୍ଷାତକାରରେ ରାଖୀ କାନ୍ଦି କାନ୍ଦି କହିଛନ୍ତି, ସେ ମୋତେ ଛାଡି ଚାଲିଗଲେ। ମୁଁ ତାଙ୍କୁ ବହୁତ ଭଲ ପାଉଥିଲି । ବିଗ ବସ ପରେ କିଛି ସପ୍ତାହ ପୂର୍ବରୁ ଆମେ ମୁମ୍ବାଇରେ ଆମ ଘରେ ଏକାଠି ରହିବା ଆରମ୍ଭ କରିଥିଲୁ, କିନ୍ତୁ ଗତକାଲି ସେ ତାଙ୍କ ଜିନିଷ ପ୍ୟାକ କରି ମୋତେ ଛାଡି ଚାଲିଗଲେ। ସେ ତାଙ୍କର ପ୍ରଥମ ସ୍ତ୍ରୀଙ୍କୁ ଛାଡପତ୍ର ଦେଇ ନାହାଁନ୍ତି ଏବଂ ସେ ଆଉ ମୋ ସହ ରହିବାକୁ ଚାହାଁନ୍ତି ନାହିଁ ବୋଲି କହିଥିଲେ। ବିଗ ବସ ଘରୁ ବାହାରକୁ ଆସିବା ପରେ ଯେତେବେଳେ ମୁଁ ଜାଣିଲି ଯେ ତାଙ୍କର ସ୍ତ୍ରୀ ଏବଂ ସନ୍ତାନ ଅଛି, ମୁଁ ହୃଦୟ ଭାଙ୍ଗିପଡିଥିଲା। ମୁଁ ଜଣେ ମହିଳା ଏବଂ ଅନ୍ୟାୟ କରିପାରିବି ନାହିଁ। ସେ ମୋତେ ଛାଡି ଚାଲିଗଲେ ଏବଂ ସବୁକିଛି ସରିଗଲା।
ସେମାନଙ୍କ ସାକ୍ଷାତକୁ ମନେପକାଇ ରାଖୀ କହିଛନ୍ତି, ପ୍ରଥମେ ଆମେ ହ୍ବାଟ୍‌ସଆପ୍‌ ମାଧ୍ୟମରେ ଯୋଡି ହୋଇଥିଲୁ ଏବଂ ପ୍ରାୟ ୬ ମାସ ଚାଟ୍‌ କରିଥିଲୁ। ତା’ପରେ ସେ ତାଙ୍କ ଅବସ୍ଥାନ, ବ୍ୟାଙ୍କ ଆକାଉଣ୍ଟ ବିବରଣୀ ଏବଂ ଅନ୍ୟାନ୍ୟ ଜିନିଷ ମଧ୍ୟ ପଠାଇଲେ ଏବଂ ମୁଁ ତାଙ୍କୁ ବିଶ୍ୱାସ କଲ। ସେ ବିବାହ ପ୍ରସ୍ତାବ ଦେଇଥିଲେ। ଯେହେତୁ ମୁଁ ମଧ୍ୟ ମୋ ଜୀବନରେ କାହା ସହିତ ରହିବାକୁ ଚାହୁଁଥିଲି, ମୁଁ ତାଙ୍କୁ ତିନି ବର୍ଷ ପୂର୍ବେ ବିବାହ କରିଥିଲି। ମୁଁ ରିତେଶଙ୍କୁ ମୋ ସହିତ ବିଗ ବସ ଘରକୁ ଆସିବାକୁ କହିଥିଲି। ମୁଁ ତାଙ୍କୁ ବହୁତ ଭଲ ପାଏ ଏବଂ ମୁଁ ତାଙ୍କୁ ସବୁକିଛି ପାଇଁ କ୍ଷମା କରିବି। ଯଦି ସେ ଛାଡପତ୍ର ଦେଇ ମୋ ପାଖକୁ ଫେରିବାକୁ ଚାହାଁନ୍ତି, ତେବେ ମୁଁଗ୍ରେହଣ କରିବି।କିନ୍ତୁ ଯଦି ସେ ତାଙ୍କ ସ୍ତ୍ରୀ ଏବଂ ପିଲାମାନଙ୍କ ସହ ରହିବେ ତେବେ ଭଗବାନ ତାଙ୍କୁ ଆଶୀର୍ବାଦ କରନ୍ତୁ। କିନ୍ତୁ ବିବାହ ଏବଂ ପ୍ରେମ ଖେଳନା ନୁହେଁ।
‘ବିଗ ବସ ୧୫’ ମାଧ୍ୟମରେ ରାଖୀ ସମସ୍ତଙ୍କୁ ତାଙ୍କ ସ୍ବାମୀ ରିତେଶଙ୍କ ସହିତ ପରିଚିତ କରାଇଥିଲୋ। ଏଠାରେ ଉଭୟଙ୍କୁ ରୋମାନ୍ସ କରୁଥିବା ମଧ୍ୟ ଦେଖିବାକୁ ମିଳିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମହଙ୍ଗା ପଡ଼ିଲା କର୍ତ୍ତବ୍ୟରେ ଅବହେଳା: ବିଏଲ୍‌ଓ ନିଲମ୍ବିତ

ଗଜପତ/ମୋହନା,୪।୪(ଗିରିଧାରୀ ପରିଛା/ମନ୍ମଥ ମିଶ୍ର): ଗଜପତି ଜିଲା ୧୩୭-ପାରଳାଖେମୁଣ୍ଡି ବିଧାନସଭାର କାଶୀନଗର ବ୍ଲକ ଅନ୍ତର୍ଗତ ଭୋଟଗ୍ରହଣ କେନ୍ଦ୍ରର ବୁଥସ୍ତରୀୟ ଅଧିକାରୀ ଦାୟିତ୍ୱରେ ଥିବା ସହକାରୀ ଶିକ୍ଷକଙ୍କୁ ଜିଲା ନିର୍ବାଚନ…

ରେଷ୍ଟୁରାଣ୍ଟ-ଢାବା ମାଲିକଙ୍କ ପାଇଁ ନିର୍ଦ୍ଦେଶ: କେବଳ ଏମିତି କଲେ ମିଳିବ ବାଣିଜ୍ୟିକ ସିଲିଣ୍ଡର

ନୂଆଦିଲ୍ଲୀ,୪।୪: ଦିଲ୍ଲୀ ସରକାର ବାଣିଜ୍ୟିକ LPG ସିଲିଣ୍ଡର ଯୋଗାଣ ନିୟନ୍ତ୍ରଣ ନିୟମକୁ କଡ଼ାକଡ଼ି କରିଛନ୍ତି। ଏବେ, ଯେଉଁ ଅଞ୍ଚଳରେ ପାଇପ ଯୁକ୍ତ ପ୍ରାକୃତିକ ଗ୍ୟାସ (PNG) ନେଟୱାର୍କ…

ଇସ୍ତଫା ଦେଲେ ପେଣ୍ଡିଲି ସରପଞ୍ଚ, କାରଣ କହିଲେ…

ଗୁଡାରି,୪।୪(ପ୍ରମୋଦ କୁମାର ପତି ): ଗୁଡାରି ବ୍ଲକର ପେଣ୍ଡିଲି ପଞ୍ଚାୟତ ସରପଞ୍ଚ ରେଣୁକା ଶବର ନିଜ ପଦବୀରୁ ଶନିବାର ଅପରାହ୍ନରେ ଇସ୍ତଫା ଦେଇଛନ୍ତି। ସେ ନିଜ ଇସ୍ତଫା…

ଚାଲିଛି ଆଇପିଏଲ ସିଜନ୍‌: ଯୁବ ଗୋଷ୍ଠୀଙ୍କୁ ଲୋଭ ଦେଖାଇ ଆକୃଷ୍ଟ କରୁଛନ୍ତି ଦଲାଲ

ଗଞ୍ଜାମ,୪।୪(ବିଦ୍ୟାଧର ସାହୁ ): ବର୍ତ୍ତମାନ ଆରମ୍ଭ ହୋଇଯାଇଛି ଆଇପିଏଲ ସିଜନ । ପ୍ରତ୍ୟେକ ଦିନ ବିଭିନ୍ନ ଫ୍ରାଞ୍ଚାଇଜ ଦଳ ସହ ଅନୁଷ୍ଠିତ ହେଉଛି ୨୦-୨୦ ମ୍ୟାଚ ।…

ପୁରୀ ବିମାନବନ୍ଦର ଜଙ୍ଗଲ ଜମି ଅନୁମତି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲେ ଭକ୍ତ, କହିଲେ…

ଭୁବନେଶ୍ୱର,୪ା୪: ପୁରୀ ବିମାନବନ୍ଦର ପାଇଁ ଜଙ୍ଗଲ ଜମି ଅନୁମତି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ। ପିସିସି ସଭାପତି ଭକ୍ତ ଶନିବାର ଗଣମାଧ୍ୟକୁ…

ନିଜ ପଢ଼ା ସମୟର କଥା କହିଲେ ଉପଜିଲାପାଳ: କେମିତି ପଢ଼ିଲେ…

ତୁମୁଡିବନ୍ଧ,୪।୪(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧସ୍ଥିତ ନେତାଜୀ ସୁଭାଷ ବୋଷ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂତନ ଭାବେ ନିର୍ମିତ ହୋଇଥିବା କୋଠା ଗୃହକୁ ବାଲିଗୁଡା ଉପଜିଲାପାଳ …

ସମ୍ପର୍କରେ ଲାଗିଲା କଳଙ୍କ: ଜ୍ୱାଇଁଙ୍କ ସହ ଶାଶୁ ଫେରାର, ମୋବାଇଲ ଲୋକେସନ ଖୋଲିଦେଲା ସବୁ ଗୁମର

ରାଞ୍ଚି,୪ା୪: ଝାଡ଼ଖଣ୍ଡର ଦୁମକା ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଶାଶୁ-ଜ୍ୱାଇଁଙ୍କ ପରି ପବିତ୍ର ସମ୍ପର୍କରେ କଳଙ୍କ ଲଗାଇଛି। ସରିଆହାଟ ଥାନା ଅଞ୍ଚଳର ମଥାକେସୋ…

F-୧୫ ଖସାଇବା ପରେ ବଡ଼ ଘୋଷଣା କଲା ଇରାନ, ଆମେରିକୀୟ ପାଇଲଟଙ୍କୁ ଧରିଲେ ମିଳିବ ୫୫ ଲକ୍ଷ

ତେହରାନ,୪ା୪:: ଶୁକ୍ରବାର ଦିନ ଇରାନ ଏକ ଆମେରିକୀୟ F-15 ଲଢ଼ୁଆ ବିମାନକୁ ଖସାଇ ଦେଇଥିବା ଦାବି କରିଛି । ଏହି ଘଟଣା ପରେ ଜଣେ ଆମେରିକୀୟ ପାଇଲଟ୍…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri