୬ ବର୍ଷ ସାନ ଆଦିଲଙ୍କ ପ୍ରେମରେ ପଡ଼ିଛନ୍ତି ରାକ୍ଷୀ, ଉପହାରରେ ମିଳିଛି ବିଏମ୍‌ଡବ୍ଲୁ

ବମ୍ବେ: ଛଅ ବର୍ଷ ସାନ ପ୍ରେମିକଙ୍କୁ ଡେଟ୍‌ କରିବାକୁ ନେଇ ଚର୍ଚ୍ଚାରେ ଡ୍ରାମା କୁଇନ୍‌ ରାକ୍ଷୀ ସାଓ୍ବନ୍ତ। ଉଭୟଙ୍କ ଅନେକ ଫଟୋ ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି। ଏଣୁ ପ୍ରେମିକ କିଏ, ସେ କ’ଣ କରନ୍ତି, ରାକ୍ଷୀଙ୍କୁ ସେ କିପରି ଚିହ୍ନିଲେ ବୋଲି ଅନେକଙ୍କ ମନରେ ପ୍ରଶ୍ନ ଉଠୁଥିଲା। ଏବେ ରାକ୍ଷୀ ସେସବୁର ଉତ୍ତର ଦେଇଛନ୍ତି।

ରାକ୍ଷୀ ଆଦିଲ ଖାଁ ଦୁରାନୀଙ୍କ ପ୍ରେମରେ ପଡ଼ିଛନ୍ତି। ସେ ତାଙ୍କଠାରୁ ବୟସରେ ୬ ବର୍ଷ ସାନ। ସ୍ବାମୀ ରିତେଶଙ୍କଠାରୁ ଅଲଗା ହେବା ପରେ ରାକ୍ଷୀ ଡିପ୍ରେଶନକୁ ଚାଲି ଯାଇଥିଲେ। ତାଙ୍କୁ କିଛି ଭଲ ଲାଗୁ ନ ଥିଲା। ଏହାପରେ ତାଙ୍କ ଜୀବନକୁ ଆସିଥିଲେ ଆଦିଲ। ମାସେ ଯାଏ ପରସ୍ପରକୁ ଭେଟିବା ପରେ ହଠାତ ତାଙ୍କୁ ପ୍ରେମ ନିବେଦନ କରିଥିଲେ ଆଦିଲ। ହେଲେ ବୟସାଗତ ତଫାତ ଯୋଗୁ ରାକ୍ଷୀ ପ୍ରଥମେ ରାଜି ହୋଇ ନ ଥିଲେ। ଆଦିଲ ରାକ୍ଷୀଙ୍କୁ ପ୍ରିୟଙ୍କା ଚୋପ୍ରା, ମଲାଇକା ଅରୋରାଙ୍କ ଉଦାହରଣ ଦେଇଥିଲେ। ଏପରିକି ତାଙ୍କୁ ବହୁତ ଭଲପାଆନ୍ତି ବୋଲି କହିଥିଲେ। ଏହାଶୁଣି ରାକ୍ଷୀ ହଁ ଭରିଥିବା କହିଛନ୍ତି।

ଆଦିଲ ମୈସୁରର। ପେସାରେ ସେ ଜଣେ ବ୍ୟବସାୟୀ। ତାଙ୍କ ଭାଇ ଶୌଲେ ରାକ୍ଷୀଙ୍କ ଭଲ ବନ୍ଧୁ ଏବଂ ବ୍ୟବସାୟରେ ପାର୍ଟନର ରହିଆସିଛନ୍ତି। ସେ ଆଦିଲଙ୍କୁ ରାକ୍ଷୀଙ୍କ ସହ ଭେଟ କରାଇଥିଲେ। ଉଭୟ କଥା ହେବା ପରେ ପରସ୍ପରକୁ ମନ ଦେଇଛନ୍ତି। ନିକଟରେ ଆଦିଲ ରାକ୍ଷୀଙ୍କୁ ଏକ ବିଏମ୍‌ଡବ୍ଲୁ ଉପହାରରେ ଦେଇଛନ୍ତି। ହେଲେ ଆଦିଲଙ୍କ ପରିବାର ସମ୍ପର୍କକୁ ନେଇ ଖୁସି ନାହାନ୍ତି। ରାକ୍ଷୀଙ୍କ ପୋଷାକ ପରିଧାନ ସେମାନଙ୍କୁ ପସନ୍ଦ ଆସୁନାହିଁ। ହେଲେ ଆବଶ୍ୟକ ପଡ଼ିଲେ ସେ ନିଜକୁ ବଦଳାଇବାକୁ ପସନ୍ଦ ବୋଲି ରାକ୍ଷୀ କହିଛନ୍ତି। ଏହାଛଡ଼ା ଆଦିଲଙ୍କ ପରିବାର ତାଙ୍କୁ ଆପଣାନ୍ତୁ ବୋଲି ସେ ଚାହୁଁଥିବା କହିଛନ୍ତି।

Share