୬ ବର୍ଷ ସାନ ଆଦିଲଙ୍କ ପ୍ରେମରେ ପଡ଼ିଛନ୍ତି ରାକ୍ଷୀ, ଉପହାରରେ ମିଳିଛି ବିଏମ୍‌ଡବ୍ଲୁ

ବମ୍ବେ: ଛଅ ବର୍ଷ ସାନ ପ୍ରେମିକଙ୍କୁ ଡେଟ୍‌ କରିବାକୁ ନେଇ ଚର୍ଚ୍ଚାରେ ଡ୍ରାମା କୁଇନ୍‌ ରାକ୍ଷୀ ସାଓ୍ବନ୍ତ। ଉଭୟଙ୍କ ଅନେକ ଫଟୋ ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି। ଏଣୁ ପ୍ରେମିକ କିଏ, ସେ କ’ଣ କରନ୍ତି, ରାକ୍ଷୀଙ୍କୁ ସେ କିପରି ଚିହ୍ନିଲେ ବୋଲି ଅନେକଙ୍କ ମନରେ ପ୍ରଶ୍ନ ଉଠୁଥିଲା। ଏବେ ରାକ୍ଷୀ ସେସବୁର ଉତ୍ତର ଦେଇଛନ୍ତି।

ରାକ୍ଷୀ ଆଦିଲ ଖାଁ ଦୁରାନୀଙ୍କ ପ୍ରେମରେ ପଡ଼ିଛନ୍ତି। ସେ ତାଙ୍କଠାରୁ ବୟସରେ ୬ ବର୍ଷ ସାନ। ସ୍ବାମୀ ରିତେଶଙ୍କଠାରୁ ଅଲଗା ହେବା ପରେ ରାକ୍ଷୀ ଡିପ୍ରେଶନକୁ ଚାଲି ଯାଇଥିଲେ। ତାଙ୍କୁ କିଛି ଭଲ ଲାଗୁ ନ ଥିଲା। ଏହାପରେ ତାଙ୍କ ଜୀବନକୁ ଆସିଥିଲେ ଆଦିଲ। ମାସେ ଯାଏ ପରସ୍ପରକୁ ଭେଟିବା ପରେ ହଠାତ ତାଙ୍କୁ ପ୍ରେମ ନିବେଦନ କରିଥିଲେ ଆଦିଲ। ହେଲେ ବୟସାଗତ ତଫାତ ଯୋଗୁ ରାକ୍ଷୀ ପ୍ରଥମେ ରାଜି ହୋଇ ନ ଥିଲେ। ଆଦିଲ ରାକ୍ଷୀଙ୍କୁ ପ୍ରିୟଙ୍କା ଚୋପ୍ରା, ମଲାଇକା ଅରୋରାଙ୍କ ଉଦାହରଣ ଦେଇଥିଲେ। ଏପରିକି ତାଙ୍କୁ ବହୁତ ଭଲପାଆନ୍ତି ବୋଲି କହିଥିଲେ। ଏହାଶୁଣି ରାକ୍ଷୀ ହଁ ଭରିଥିବା କହିଛନ୍ତି।

ଆଦିଲ ମୈସୁରର। ପେସାରେ ସେ ଜଣେ ବ୍ୟବସାୟୀ। ତାଙ୍କ ଭାଇ ଶୌଲେ ରାକ୍ଷୀଙ୍କ ଭଲ ବନ୍ଧୁ ଏବଂ ବ୍ୟବସାୟରେ ପାର୍ଟନର ରହିଆସିଛନ୍ତି। ସେ ଆଦିଲଙ୍କୁ ରାକ୍ଷୀଙ୍କ ସହ ଭେଟ କରାଇଥିଲେ। ଉଭୟ କଥା ହେବା ପରେ ପରସ୍ପରକୁ ମନ ଦେଇଛନ୍ତି। ନିକଟରେ ଆଦିଲ ରାକ୍ଷୀଙ୍କୁ ଏକ ବିଏମ୍‌ଡବ୍ଲୁ ଉପହାରରେ ଦେଇଛନ୍ତି। ହେଲେ ଆଦିଲଙ୍କ ପରିବାର ସମ୍ପର୍କକୁ ନେଇ ଖୁସି ନାହାନ୍ତି। ରାକ୍ଷୀଙ୍କ ପୋଷାକ ପରିଧାନ ସେମାନଙ୍କୁ ପସନ୍ଦ ଆସୁନାହିଁ। ହେଲେ ଆବଶ୍ୟକ ପଡ଼ିଲେ ସେ ନିଜକୁ ବଦଳାଇବାକୁ ପସନ୍ଦ ବୋଲି ରାକ୍ଷୀ କହିଛନ୍ତି। ଏହାଛଡ଼ା ଆଦିଲଙ୍କ ପରିବାର ତାଙ୍କୁ ଆପଣାନ୍ତୁ ବୋଲି ସେ ଚାହୁଁଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୋଦିଙ୍କ ପାଇଁ ବଡ଼ କଥା କହିଦେଲେ ନେପାଳର ନୂଆ ପ୍ରଧାନମନ୍ତ୍ରୀ

କାଠମାଣ୍ଡୁ,୨୮।୩: ନେପାଳର ନୂଆ ପ୍ରଧାନମନ୍ତ୍ରୀ ବାଲେନ୍ଦ୍ର ଶାହା ଶନିବାର ଦିନ କହିଛନ୍ତି ଯେ ସେ ‘ଭାରତ ସହିତ ମିଶି କାମ କରିବାକୁ ଖୁବ ଆଗ୍ରହୀ ଅଛନ୍ତି।’ ତାଙ୍କ…

ଥକି ପଡିଲେଣି ଇସ୍ରାଏଲୀ ସେନା? ଫସିଗଲେ କି ନେତାନ୍ୟାହୁ? ସର୍ଭେରେ ଆସିଲା ଆଶ୍ଚର୍ଯ୍ୟଜନକ ତଥ୍ୟ

ଜେରୁଜେଲମ,୨୮।୩: ଇସ୍ରାଏଲୀ ସାମରିକ ବାହିନୀ ସମ୍ପର୍କରେ ଏକ ବଡ଼ ଚେତାବନୀ ସାମ୍ନାକୁ ଆସିଛି। ଦେଶର ମୁଖ୍ୟ କର୍ମଚାରୀ ଇୟାଲ ଜମିର ସରକାରଙ୍କୁ ସତର୍କ କରାଇ ଦେଇଛନ୍ତି ଯେ…

ବାଲେଶ୍ୱର ବାର୍‌ ଆସୋସିଏଶନ ନିର୍ବାଚନ: ୧୮ ପଦବୀ ପାଇଁ ୩୫ ପ୍ରାର୍ଥୀ

ବାଲେଶ୍ୱର,୨୮ା୩(ବାଞ୍ଛାନିଧି ଦେ): ବାଲେଶ୍ୱର ବାର୍‌ ଆସୋସିଏଶନ ନିର୍ବାଚନ ଶନିବାର ଅନୁଷ୍ଠିତ ହେଉଛି। ନିର୍ବାଚନରେ ୧୮ ପଦବୀ ପାଇଁ ୩୫ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ସଭାପତି ପଦବୀ…

ଯୁଦ୍ଧ ଭିତରେ ଭାରତ ପାଇଁ ଆସିଲା ଆଉ ଏକ ଖୁସି ଖବର

ନୂଆଦିଲ୍ଲୀ,୨୮।୩: ଆମେରିକା, ଇସ୍ରାଏଲ ଏବଂ ଇରାନ ସହିତ ଚାଲିଥିବା ବିବାଦ ପରେ ମଧ୍ୟପ୍ରାଚ୍ୟରେ ପ୍ରବଳ ଉତ୍ତେଜନା ରହିଛି। ଫଳସ୍ବରୂପ, ହର୍ମୁଜ ପ୍ରଣାଳୀକୁ ବନ୍ଦ କରିଦିଆଯାଇଛି। ତଥାପି, ଇରାନ…

ଦୁଃଖ ବଖାଣିଲେ ବରୁଣ ଧାୱନ: ଝିଅ ଲାରାଙ୍କୁ ହୋଇଛି…

ଅଭିନେତା ବରୁଣ ଧାୱନ ଇଣ୍ଡଷ୍ଟ୍ରିର ସବୁଠାରୁ ନିର୍ଭରଯୋଗ୍ୟ ଅଭିନେତା ଭାବରେ ଉଭା ହୋଇଛନ୍ତି। ଆଜିକାଲି ସେ ତାଙ୍କର ବ୍ଲକବଷ୍ଟର ଓ୍ବାର୍‌ ଡ୍ରାମା ଫିଲ୍ମ ‘ବର୍ଡର ୨’ର ସଫଳତାରେ…

୧୪ ଦିନରେ ୪ କିଲୋ ଓଜନ ହ୍ରାସ, ହସ୍ପିଟାଲ୍‌ରେ ହ୍ରିତିକ୍‌ ରୋଶନଙ୍କ ଗର୍ଲଫ୍ରେଣ୍ଡ

ବଲିଉଡ ଅଭିନେତା ହ୍ରିତିକ ରୋଶନଙ୍କ ଗର୍ଲଫ୍ରେଣ୍ଡ ସବା ଆଜାଦ ଆଜିକାଲି କଷ୍ଟକର ପରିସ୍ଥିତି ଦେଇ ଗତି କରୁଛନ୍ତି। ସବା ସାଇକ୍ଲୋସ୍ପୋରା କାଏଟାନେନ୍ସିସ ନାମକ ଏକ ରୋଗର ଶିକାର…

ଯୁଦ୍ଧ ଭିତରେ ପୁଟିନ୍‌ଙ୍କ ବଡ଼ ଘୋଷଣା, ଏପ୍ରିଲ ୧ରୁ ପେଟ୍ରୋଲ ରପ୍ତାନୀ ବନ୍ଦ; ଭାରତକୁ ଝଟ୍‌କା!

ମସ୍କୋ,୨୮।୩: ଇରାନ, ଇସ୍ରାଏଲ ଏବଂ ଆମେରିକା ସହିତ ଜଡିତ ବିବାଦ ମଧ୍ୟରେ ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଏବଂ ବିଶ୍ୱ ଅନିଶ୍ଚିତତା ଭିତରେ ରୁଷିଆ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି।…

ଯୁଦ୍ଧରୁ ବାହାରିବାକୁ ଛଟପଟ ହେଲାଣି ଆମେରିକା! ଜେଡି ଭାନ୍ସ ଏବଂ ନେତାନ୍ୟାହୁଙ୍କ ମଧ୍ୟରେ ବିବାଦ ଆରମ୍ଭ; ଟ୍ରମ୍ପଙ୍କୁ ଫସାଇଲା ଇସ୍ରାଏଲ

ଓ୍ବାଶିଂଟନ,୨୮।୩: ଇରାନ ସହିତ ଚାଲିଥିବା ବିବାଦ ମଧ୍ୟରେ, ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ ସମ୍ପର୍କରେ ଫାଟ ସୃଷ୍ଟି ହେବାର ରିପୋର୍ଟ ସାମ୍ନାକୁ ଆସିବା ଆରମ୍ଭ ହୋଇଛି। ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri