କୋଇଲା ଅଭାବ, ରେଲଓ୍ବେ ପକ୍ଷରୁ ଚଳାଚଳ କରୁଛି ୩ କିଲୋମିଟର ଲମ୍ବ ଡ୍ରାଗନ ର଼୍ୟାକ…

ନୂଆଦିଲ୍ଲୀ, ୧୭।୫ : ଦେଶରେ ତାତି ବଢ଼ିବା ସହିତ ବିଦ୍ୟୁତ୍‌ ସଙ୍କଟ ଦେଖାଦେଇଛି। ତେବେ ରେଳଓ୍ବେ ପକ୍ଷରୁ ଉତ୍ତର ଭାରତରେ ବିଦ୍ୟୁତ୍‌ ସଙ୍କଟର ମୁକାବିଲା ପାଇଁ ନୂତନ ପରୀକ୍ଷଣ କରୁଛି। ନୂତନ ରେଳ ଚଳାଚଳ ଠାରୁ ଆରମ୍ଭ କରି କ୍ଷମତା ବୃଦ୍ଧି ପର୍ଯ୍ୟନ୍ତ ଆଦି କରାଯାଇ କୋଇଲା ଶୀଘ୍ର ତାପଜ ବିଦ୍ୟୁତ୍‌ କେନ୍ଦ୍ରଗୁଡ଼ିକୁ ଯୋଗାଇ ଦେବାକୁ ରେଲଓ୍ବେ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି।

ଏଥିପାଇଁ ରେଲଓ୍ବେ ପକ୍ଷରୁ ଦୈନିକ ୪୫୯ ଟି କୋଇଲା ଟ୍ରେନ୍‌ ଚଳାଚଳ କରୁଛି । ସେଥିମଧ୍ୟରେ ୪୨୯ ଟି ସ୍ବଦେଶୀ କୋଇଲା ପରିବହନ କରୁଥିବାବେଳେ ୪୯ଟି ଆମଦାନୀ କୋଇଲା ର଼୍ୟାକ ପରିବହନ କରୁଛି। କୋଇଲା ଯୋଗାଣକୁ ତ୍ୱରାନ୍ବିତ କରିବା ପାଇଁ ରେଲଓ୍ବେ ଡ୍ରାଗନ ର଼୍ୟାକ୍‌ ଚଳାଇବା ଆରମ୍ଭ କରିଛି। ଏହି ମାଲ ଗାଡ଼ିର ଲମ୍ବ ୩ କିଲୋମିଟର। ଏଥିରେ ୨୪୦ଟି ୱାଗନ ରହିଛି। ଏକ ସମୟରେ ଏହା ୧୬,୦୦୦ ଟନ କୋଇଲା ପରିବହନ କରିଥାଏ।

ଏଥିରେ ୪ ଟି ଇଞ୍ଜିନ ସଂଯୋଗ କରାଯାଇଛି। ପ୍ରତିଦିନ ଏହିପରି ୭୦ ଟି ଡ୍ରାଗନ ଟ୍ରେନ ଚଳାଚଳ କରୁଛି। ଗତ ଏହା ଦ୍ୱାରା ପାୱାର ପ୍ଲାଣ୍ଟକୁ ପ୍ରତିଦିନ ୪୬୦ ର଼୍ୟାକ୍‌ କୋଇଲା ପଠାଯାଉଛି। ଗୋଟିଏ ର଼୍ୟାକରେ ପ୍ରାୟ ୫୮ ଟି ୱାଗନ ରହିଥାଏ। ମେ ମାସରେ, ବର୍ତ୍ତମାନ ପର୍ଯ୍ୟନ୍ତ, ରେଲଓ୍ବେ ପ୍ରତିଦିନ ଏହିପରି ୭୦ଟି ଲମ୍ବା ଟ୍ରେନ ଚଳାଚଳ ଜାରି ରଖିଛି। ଫଳରେ ଏପର୍ଯ୍ୟନ୍ତ ସମୁଦାୟ ୧,୦୦୦ ଡ୍ରାଗନ ର଼୍ୟାକ ଚଳାଚଳ କରିଛି। ଏହି କୋଇଲା ଡ୍ରାଗନ ର଼୍ୟାକ କୋରବା ଠାରୁ ଉତ୍ତର ଭାରତର ବିଭିନ୍ନ ପାୱାର୍‌ ପ୍ଲାଣ୍ଟ୍‌ ପର୍ଯ୍ୟନ୍ତ ଚଳାଚଳ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଶାହି ମସ୍‌ଜିଦ ଭଙ୍ଗାକୁ ନେଇ ଉତ୍ତେଜନା, ଗୁଜବ ପ୍ରଚାର କରୁଥିବା ୫ ଅଟକ

ଉଜ୍ଜୟିନୀ,୨୮ା୯: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶାହି ମସ୍‌ଜିଦକୁ ଆଶିଂକ ଭାଙ୍ଗିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ସକାଳେ ମୁସଲମାନ ସମ୍ପ୍ରଦାୟର ବହୁସଂଖ୍ୟାରେ…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

ରାଜସ୍ବ ନିରୀକ୍ଷକଙ୍କୁ କାର୍ଯ୍ୟାଳୟରୁ ଘୋଷାଡି ଆକ୍ରମଣ: ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଧାରଣା

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ସୋହେଲା ରାଜସ୍ବ ନିରୀକ୍ଷକ ଇନ୍ଦ୍ର କୁମାର ବାଦିଙ୍କୁ ସୋମବାର ତାଙ୍କ କାର୍ଯ୍ୟାଳୟ ଭିତରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଏ ନେଇ…

ନିର୍ବାଚନ କମିଶନଙ୍କୁ ସୁପ୍ରିମକୋର୍ଟଙ୍କ କଡ଼ା ନିର୍ଦ୍ଦେଶ: ୩ ମାସ ମଧ୍ୟରେ…

ନୂଆଦିଲ୍ଲୀ,୨୮।୯: ସୁପ୍ରିମକୋର୍ଟ ସୋମବାର ନିର୍ବାଚନ କମିଶନଙ୍କୁ ଏକ ବଡ଼ ନିର୍ଦ୍ଦେଶ ଦେଇଛନ୍ତି। ତୃଣମୂଳ କଂଗ୍ରେସ (TMC)ର ଦୁଇ ବିରୋଧୀ ଗୋଷ୍ଠୀ ମଧ୍ୟରେ ‘ଅଲ ଇଣ୍ଡିଆ ତୃଣମୂଳ କଂଗ୍ରେସ’…

ରାଜ୍ୟ ବ୍ୟାଡମିଣ୍ଟନ ଚାମ୍ପିୟନସିପ୍‌ରେ କୁନି ସେଠୀ ଚାମ୍ପିୟନ: ଛୁଟୁଛି ଶୁଭେଚ୍ଛାର ସୁଅ

ଦିଗପହଣ୍ଡି,୨୮।୯(ଅଶେଷ ନାଥ ମିଶ୍ର): ରାୟଗଡ଼ାଠାରେ ଚାଲିଥିବା ରାଜ୍ୟସ୍ତରୀୟ ବ୍ୟାଡମିଣ୍ଟନ ଚାମ୍ପିୟନସିପ୍‌ରେ ୧୭ ବର୍ଷରୁ କମ ବାଳିକା ବିଭାଗରେ ଦିଗପହଣ୍ଡିର କୁନି ସେଠୀ ଚାମ୍ପିୟନ ହୋଇଛନ୍ତି। ଦିଗପହଣ୍ଡିର ନରେଶ…

ବଢୁଛି କଂସ କଳାକାରଙ୍କ ଅଡ଼ୁଆ: ପରିବର୍ତ୍ତନ ଦାବିରେ ଚାଲିଲା ଦସ୍ତଖତ ଅଭିଯାନ

ବରଗଡ଼,୨୯।୯(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବକୁ ଆଉ ମାତ୍ର ସାଢ଼େ ୩ ମାସ ବାକି ରହିଲା। ୨୦୨୭ ଜାନୁଆରୀ ୧୨ରୁ ୨୨ ତାରିଖ…

୩୬ ଘଣ୍ଟାରେ ଜ୍ଞାନେଶ କୁମାରଙ୍କୁ ୩ ବଡ଼ ଆଶ୍ୱସ୍ତି, ନୀରବ ରହି ମଜବୁତ କଲେ ନିଜ ସ୍ଥିତି

ନୂଆଦିଲ୍ଲୀ,୨୮।୯: ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ କୁମାରଙ୍କୁ ନେଇ ଗତ କିଛି ଦିନ ହେବ ରାଜନୀତି ସରଗରମ ରହିଛି। ସେପ୍ଟେମ୍ବର ୨୩ରେ ପ୍ରକାଶିତ ଏକ ରିପୋର୍ଟରେ…

ଟ୍ରକ୍‌ ଡ୍ରାଇଭରଙ୍କ ଝିଅ ରଚିଲେ ଇତିହାସ: ଏସିଆନ ଗେମ୍‌ରେ ଭାଙ୍ଗିଲେ ୪୨ ବର୍ଷର ରେକର୍ଡ

ନୂଆଦିଲ୍ଲୀ,୨୮।୯: ଏସିଆନ ଗେମ୍ସ ୨୦୨୬ରେ ତାମିଲନାଡୁର ଆଥଲେଟ ବିଥ୍ୟା ରାମରାଜ ନିଜ ନାଁରେ କରିଛନ୍ତି ଏକ ବଡ଼ ରେକର୍ଡ। ମହିଳା ୪୦୦ ମିଟର ହର୍ଡଲ୍ସରେ ସେ ୫୪.୭୫…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?