ବିଗ୍‌ବସ୍‌ରେ ଦେଖିବାକୁ ମିଳିବ ହାଇଡ୍ରାମା ! ଶୀଘ୍ର ଏଣ୍ଟ୍ରି କରିବେ ଆଇଟମ୍‌ ଗର୍ଲ ରାକ୍ଷୀଙ୍କ ସ୍ବାମୀ

ବମ୍ବେ: ଆଇଟମ୍‌ ଗର୍ଲ ରାକ୍ଷୀ ସାଓ୍ବନ୍ତ ବିବାହ କରିଥିଲେ ହେଁ ସ୍ବାମୀଙ୍କ ମୁହଁ ଦେଖାଇବାକୁ ଅରାଜି ହେଉଛନ୍ତି। ସେ ବିବାହ ହେଉ ଅଥବା ଅନ୍ୟ କୌଣସି ସମାରୋହ, ସବୁବେଳେ ସେ ଏକା ନଜର ଆସନ୍ତି। ଏମିତିରେ ରାକ୍ଷୀ କାହା ହାତ ଧରିଲେ ତାହା ପ୍ରଶ୍ନ ହୋଇ ରହିଛି। ଏବେ କୁଆଡେ ରାକ୍ଷୀ ସ୍ବାମୀଙ୍କ ସହ ନଜର ଆସିବେ। ତାହା ପୁଣି ବିଗ୍‌ବସ୍‌ ଘରେ।

ଟେଲିପରଦାର ଲୋକପ୍ରିୟ ରିଆଲିଟି ଶୋ’ରେ ରାକ୍ଷୀଙ୍କ ଏଣ୍ଟ୍ରୀକୁ ଦର୍ଶକେ ବେଶ ପସନ୍ଦ କରୁଛନ୍ତି। ଏପରିସ୍ଥଳେ ସ୍ବାମୀ ରିତେଶଙ୍କୁ ଦେଖିବା ଲାଗି ଦର୍ଶକେ ଚାହିଁ ବସିଛନ୍ତି। ନୂଆବର୍ଷ ପ୍ରଥମ ସପ୍ତାହରେ ସେ ବିଗ୍‌ବସକୁ ଆସିପାରନ୍ତି। ନିର୍ମାତାମାନେ ତାଙ୍କ ସହ କଥା ହେଉଛନ୍ତି। ସବୁକିଛି ଠିକ୍‌ ରହିଲେ ତାହା ସମ୍ଭବ ହେବ ବୋଲି କୁହାଯାଉଛି।

ଏକ ସାକ୍ଷାତକାରରେ ରିତେଶ କହିଛନ୍ତି, ରାକ୍ଷୀଙ୍କୁ ସମର୍ଥନ କରିବାକୁ ସେ ବିଗ୍‌ବସ ଯିବାକୁ ଇଚ୍ଛୁକ। ସେ ଜଣେ ଭଲ ମଣିଷ। ଜୀବନରେ ଆଶୀର୍ବାଦ ଭଳି ସେ ଆସିଛନ୍ତି। ଏଣୁ ଶୋ’ରେ ପ୍ରତିଯୋଗୀ ଭାବେ ଯୋଗ ଦେବାକୁ ସେ ଚାହାନ୍ତି। ଏନେଇ ନିର୍ମାତାଙ୍କୁ ଜଣାଇଥିବା ବେଳେ ସେମାନେ ଏହା ଉପରେ କାମ କରୁଛନ୍ତି ବୋଲି କହିଛନ୍ତି ରିତେଶ।

Share