ପ୍ରଥମ ସ୍ତ୍ରୀଙ୍କୁ ଛାଡ଼ପତ୍ର ନ ଦେଇ ରାକ୍ଷୀଙ୍କୁ ବିବାହ କରିଛନ୍ତି ରିତେଶ, ପୁଣି ଚର୍ଚ୍ଚାରେ…

ବମ୍ବେ: ପୁଣି ଚର୍ଚ୍ଚାରେ ରାକ୍ଷୀ ସାଓ୍ବନ୍ତ। ବିଗ୍‌ ବସ୍‌ ୧୫ ଘରେ ସ୍ବାମୀ ରିତେଶ ସିଂହଙ୍କ ସହ ଏଣ୍ଟ୍ରି ନେଇଥିଲେ ସେ। ସେବେଯାଏ ସେ ସମସ୍ତଙ୍କଠାରୁ ରିତେଶଙ୍କ ପରିଚୟ ଲୁଚାଇ ରଖିଥିଲେ। ଏବେ କିନ୍ତୁ ରିତେଶଙ୍କ ସହ ତାଙ୍କର ସମ୍ପର୍କ ସତ କି ମିଛ ସେନେଇ ଚର୍ଚ୍ଚା ଜୋର ଧରିଛି। ଏହା ପଛରେ କାରଣଟି ହେଲା ଭାଇରାଲ ହେଉଥିବା କିଛି ଫଟୋ। ଏଥିରେ ରିତେଶଙ୍କ ସହ ପ୍ରଥମ ସ୍ତ୍ରୀ ସ୍ନିଗ୍ଧା ପ୍ରିୟା ଏବଂ ତାଙ୍କ ପୁଅଙ୍କୁ ଦେଖିବାକୁ ମିଳୁଛି।

ଫଟୋ ଭାଇରାଲ ପରେ ସ୍ନିଗ୍ଧା ବିଗ୍‌ ବସ୍‌ ଘରେ ଥିବା ବ୍ୟକ୍ତି ତାଙ୍କ ସ୍ବାମୀ। ଏପରିକି ସେ ତାଙ୍କ ବିରୋଧରେ ଘରୋଇ ହିଂସା ମାମଲା ରୁଜୁ କରିଥିବା କହିଛନ୍ତି। ଆହୁରି ମଧ୍ୟ ସେ କହିଛନ୍ତି, ରିତେଶ ବିହାରର। ୨୦୧୪ରେ ସେ ତାଙ୍କୁ ବିବାହ କରିଥିଲେ। ପରିବାରଲୋକଙ୍କ ସହମତିରେ ସେ ରିତେଶଙ୍କୁ ବିବାହ କରିଥିଲେ। ପ୍ରଥମେ ସେ ବିହାରରେ ରହୁଥିଲେ। ପରେ ଚେନ୍ନାଇ ଯାଇଥିଲେ। ୨୦୧୫ ଡିସେମ୍ବର ମାସରେ ତାଙ୍କର ଏକ ପୁଅ ହୋଇଥିଲା। ବିବାହର ୭ ବର୍ଷ ବେଶ କଠିନ ଥିଲା। କାରଣ ରିତେଶ ଚିଡ୍‌ଚିଡା ସ୍ବଭାବର ଥିଲେ। ସେ ମାରପିଟ କରୁଥିଲେ। ୨୦୧୭ରେ ସେ ତାଙ୍କ ବିରୋଧରେ ମାମଲା ଦାୟର କରିିଥିଲେ। ଏହାର ଅନେକ ଦିନ ପରେ ସେ ଛାଡ଼ପତ୍ର ଦେବା ଲାଗି ତାଙ୍କୁ କହିଥିଲେ। ହେଲେ ସେ ଅଲଗା ହୋଇନାହାନ୍ତି।

ଅପରପକ୍ଷେ ଟେଲିଭିଜନ ପରଦାରେ ରାକ୍ଷୀଙ୍କ ସ୍ବାମୀ ଭାବେ ତାଙ୍କୁ ଦେଖି ସ୍ନିଗ୍ଧା ଚମକି ଯାଇଛନ୍ତି। ବିବାହ ବିଚ୍ଛେଦ ହୋଇ ନ ଥିବା ବେଳେ କିଭଳି ଆଇନ ବାହାରକୁ ଯାଇ ସେ ପୁଣି ଥରେ ଏତେ ବଡ଼ ସେଲିବ୍ରିଟିଙ୍କୁ ବିବାହ କରିଛନ୍ତି ତାହା ଆଶ୍ଚର୍ଯ୍ୟ କରିଛି ବୋଲି ସେ କହିଛନ୍ତି।

Share