ଚପଲ ପିନ୍ଧିବା ଛାଡିଦେଲେ ରାକ୍ଷି

ମୁମ୍ବାଇ: ଏଣ୍ଟରଟେନମେଣ୍ଟ କୁଇନ ରାକ୍ଷି ସାଓ୍ବନ୍ତ ତାଙ୍କର ବେକାବୁ ବୟାନ ଓ ସେନ୍ସ ଅଫ ହ୍ୟୁମରକୁ ନେଇ ଖୁବ ପରିଚିତ। ସେ ପ୍ରାୟ ସବୁବେଳେ ପାପାରାଜିଙ୍କ ସହ କଥା ହେଉଥିବା ଦେଖାଯାଏ। ନିଜର ହରକତକୁ ନେଇ ସେ ସମସ୍ତଙ୍କୁ ହସାଇ ଥାଆନ୍ତି। ସେ ଖୁବ ଶୀଘ୍ର ଲୋକଙ୍କ ଆଟେନଶନ ନିଜ ଆଡକୁ କରି ନେଇଥାଆନ୍ତି। ରାକ୍ଷି ନିକଟରେ ଏୟାରପୋର୍ଟରେ ସ୍ପଟ ହୋଇଥିଲେ। ହେଲେ ସେତେବେଳେ ସେ ଖାଲି ପାଦରେ ଚାଲୁଥିବା ଦେଖାଯାଇଥିଲା। ସେ ସଲମାନଙ୍କ ବିବାହକୁ ନେଇ ମନ୍ନତ ମାଗିଥିବା କହିଥିଲେ। ଏହାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ଭିଡିଓରେ ଦେଖିବାକୁ ମିଳିଛି ଅଭିନେତ୍ରୀ ତାଙ୍କ ମୁଣ୍ଡରେ ଏକ ବ୍ଲେଜର ଘୋଡାଇ ହୋଇ ଖାଲି ପାଦରେ ଚାଲୁଛନ୍ତି। ପିଙ୍କ କଲର ବ୍ଲେଜର ସହ ଖାଲି ପାଦରେ ଚାଲୁଥିବା ଦେଖାଯାଇଥିଲା। ସେ କହିଥିଲେ ମୋର ମନ୍ନତ ରହିଛି, ମୁଁ ଶ୍ରୀଲଙ୍କା, ଦୁବଇରୁ ବିନା ଚପଲରେ ଆସିଛି କି ସଲମାନ ଖାଁଙ୍କ ବିବାହ ହୋଇଯାଉ। ସେ ପର୍ଯ୍ୟନ୍ତ ଆଉ ଚପଲ ପିନ୍ଧିବି ନାହିଁ।
ଏହି ଭିଡିଓଟି ଦେଖିବା ପରେ ୟୁଜର୍ସ ଖୁବ କମେଣ୍ଟ କରୁଛନ୍ତି। ଜଣେ ୟୁଜର୍ସ ଲେଖିଛନ୍ତି, ତାହେଲେ ତ ରାକ୍ଷି ମରିବା ପର୍ଯ୍ୟନ୍ତ ଚପଲ ପିନ୍ଧି ପାରିବେ ନାହିଁ। ଅନ୍ୟ ଜଣେ ଲେଖିଛନ୍ତି, ରାକ୍ଷି ପାଗଳ ହୋଇଯାଇଛନ୍ତି। କେତେଜଣ ହସିବାର ଇମୋଜି ବି ପୋଷ୍ଟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦ୍ରୁତଗତିରେ ଆସି ଗ୍ୟାରେଜ୍‌ରେ ପଶିଗଲା ଥାର୍‌, ଆଉ ତା’ପରେ..

ଭୁବନେଶ୍ୱର,୨୩ା୫: ରାଜଧାନୀ ଭୁବନେଶ୍ୱରରେ ପୁଣି ଥାର୍‌ ଆତଙ୍କ। ଦ୍ରୁତଗତିରେ ଏକ ଥାର୍‌ ଆସି ନୟାପଲ୍ଲୀ ଥାନା ଅଞ୍ଚଳରେ ଥିବା ଏକ ଗ୍ୟାରେଜ ଭିତରକୁ ପଶିଯାଇଥିଲା। ଫଳରେ ଗ୍ୟାରେଜ…

ମେ ୩୧ରେ BEd ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର,୨୩ା୫: ଆସନ୍ତା ୩୧ ତାରିଖରେ ଦୁଇବର୍ଷିଆ ବି.ଏଡ୍‌(BEd)ପାଠ୍ୟକ୍ରମର ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ସକାଳ ୧୦ଟାରୁ ୧୨ଟା ପର୍ଯ୍ୟନ୍ତ ପରୀକ୍ଷା ଚାଲିବ। ସେହିପରି ବି.ଏଚ୍‌.ଏଡ଼ (ହିନ୍ଦୀ) ଓ…

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ: ରଣେନ୍ଦ୍ର ପ୍ରତାପଙ୍କୁ ଆକ୍ରମଣ କରିଥିବା ଅଭିଯୁକ୍ତଙ୍କ ବିରୋଧରେ…

ଭୁବନେଶ୍ୱର,୨୩।୫(ସୁନିତ୍‌ ମିଶ୍ର): ଆଠଗଡ଼ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ(ରାଜା)ଙ୍କ ଉପରେ ଗତ ଶୁକ୍ରବାର ହୋଇଥିବା ଆକ୍ରମଣକୁ ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ…

ଗାଁରେ ମଦ ବିକିବା ପଡିଲା ମହଙ୍ଗା

କୋକସରା,୨୩ା୫(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କୋକସରା ଅବକାରୀ ଥାନା ପକ୍ଷରୁ ଶନିବାର ମହାଜନଗୁଡା ଗ୍ରାମରେ ଚଢ଼ାଉ କରାଯାଇ ଦେଶୀ ଓ ବିଦେଶୀ ମଦ ଜବତ ସହ ୨ ଜଣଙ୍କୁ…

ଗଣ୍ଡ ସମାଜର ସାଙ୍ଗଠନିକ ସଭା

କୋକସରା,୨୩ା୫ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଖପ୍ରାମାଲ ଗ୍ରାମର ଆମ୍ବପଡ଼ା ମହାଭାରତ ଆମ୍ବତୋଟାଠାରେ ବ୍ଲକ ଗଣ୍ଡ ସମାଜର ସାଙ୍ଗଠନିକ ସଭା ଶନିବାର ଅନୁଷ୍ଠିତ…

ଅଂଶୁଘାତ ନେଲା ୧୬ ଜୀବନ

ହାଇଦ୍ରାବାଦ,୨୩ା୫: ତେଲଙ୍ଗାନାରେ ପ୍ରବଳ ଗ୍ରୀଷ୍ମଲହରି ଜାରି ରହିଥିବାବେଳେ ଅଂଶୁଘାତରେ ୧୬ ଜଣଙ୍କର ମୃତ୍ୟୁ ଘଟିଥିବା ରାଜ୍ୟ ରାଜସ୍ବ ମନ୍ତ୍ରୀ ପୋଙ୍ଗୁଲେଟି ଶ୍ରୀନିବାସ ରେଡ୍ଡୀ ଶନିବାର ପ୍ରକାଶ କରିଛନ୍ତି।…

ସମର୍ଥଙ୍କୁ ୭ ଦିନିଆ ରିମାଣ୍ଡରେ ନେଲା ପୋଲିସ

ଭୋପାଳ,୨୩ା୫: ଟ୍ବିଶା ଶର୍ମା ମୃତ୍ୟୁ ମାମଲାରେ ୧୦ ଦିନ ହେଲା ଫେରାର ଥିବା ସ୍ବାମୀ ସମର୍ଥ ସିଂଙ୍କୁ ପୋଲିସ ଶୁକ୍ରବାର ଜବଲପୁରରୁ ଗିରଫ କରିବା ପରେ ଶନିବାର…

ଏସିଆନ ଗେମ୍ସ ଚୟନରେ ଭାଗନେବେ ଭିନେଶ

ନୂଆଦିଲ୍ଲୀ, ୨୩ା୫: ରେସଲର ଭିନେଶ ଫୋଗତ ଆଗାମୀ ଏସିଆନ ଗେମ୍ସ ଚୟନ ପ୍ରକ୍ରିୟାରେ ଭାଗ ନେବେ। ଏଥିନେଇ ତାଙ୍କୁ ଦିଲ୍ଲୀ ହାଇକୋର୍ଟ ଅନୁମତି ପ୍ରଦାନ କରିବା ସହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri