ପୁଣି ପ୍ରେମରେ ପଡିଲେ ରାକ୍ଷୀ, ବୟଫ୍ରେଣ୍ଡ ଉପହାରରେ ଦେଲେ ବିଏମଡବ୍ଲୁ କାର

ମୁମ୍ବାଇ: ଏଣ୍ଟରଟେନମେଣ୍ଟ କୁଇନ୍ ରାକ୍ଷୀ ସାୱନ୍ତଙ୍କ ଜୀବନରେ ପୁଣି ଖୁସି ଫେରିଛି । ରାକ୍ଷୀଙ୍କୁ ତାଙ୍କ ନୂଆ ପ୍ରେମିକ ମିଳିଯାଇଛନ୍ତି । ଏହାକୁ ନେଇ ରାକ୍ଷୀ ଏବେ ଖୁସିରେ ଆତ୍ମହରା ହୋଇ ଉଠିଛନ୍ତି । ରାକ୍ଷୀଙ୍କ ଏହି ବୟଫ୍ରେଣ୍ଡକୁ ନେଇ ଏବେ ସବୁଠି ଚର୍ଚ୍ଚା ଚାଲିଛି ।
ରାକ୍ଷୀ ତାଙ୍କ ଇନଷ୍ଟାଗ୍ରାମରେ ଏକ ଭିଡିଓ ଶେୟାର କରି ସାରା ବିଶ୍ୱକୁ ଜଣାଇ ଦେଇଛନ୍ତି କି ଏବେ ସେ ସିଙ୍ଗଲ ନୁହେଁ । ବରଂ ଆଦିଲ ସହ ରିଲେସନଶିପରେ ଅଛନ୍ତି । ଆଦିଲଙ୍କୁ ରାକ୍ଷୀ ତାଙ୍କ ବୟଫ୍ରଣ୍ଡ ବୋଲି କହୁଛନ୍ତି । ରାକ୍ଷୀ ତାଙ୍କର ଖୁବ ପ୍ରଶଂସା ବି କରୁଛନ୍ତି । ଏବେ ଡ୍ରାମା କୁଇନ୍ କହୁଛନ୍ତି ଉପରବାଲା ଯେତେବେଳେ ଦେଇଥାଏ ସେତେବେଳେ ଛପର ଫାଡି ଦେଇଥାଏ । ଈଶ୍ୱର ମୋତେ ଦେଇଛନ୍ତି । ଆଦିଲ ସୁଇଟହାର୍ଟ ଅଟନ୍ତି ।
ନୂଆ ଗାଡିକୁ ନେଇ ରାକ୍ଷୀ କହିଛନ୍ତି ଏତେ ଦାମୀ କାର ମୋତେ ଆଦିଲ ହିଁ ଦେଇଛନ୍ତି । ମୋ ସୁଇଟହାର୍ଟ ମୋତେ ଏହି କାର ଦେଇଛନ୍ତି । ଅନ୍ୟପଟେ ଏକ ଇଭେଣ୍ଟରେ ରାକ୍ଷୀ ସାୱନ୍ତଙ୍କର ଆଉ ଏକ ଭଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ରାକ୍ଷୀ ଆଦିଲଙ୍କ ସହ ନିଜର ପ୍ରେମକୁ ସମସ୍ତଙ୍କ ସହ ଶେୟାର କରୁଛନ୍ତି । ରାକ୍ଷୀ କହୁଛନ୍ତି, ଆଦିଲ ଆଇ ଲଭ ୟୁ । ତୁମେ ମୋର ହୃଦୟ, ଯଦି ମୋ ଜୀବନରେ ମୋତେ କିଏ ସଚ୍ଚା ପ୍ୟାର ଦେଇଥାଏ ତେବେ ସେ ହେଉଛନ୍ତି ଆଦିଲ ।
ନିଜ ବୟଫ୍ରେଣ୍ଡଙ୍କୁ ନେଇ ରାକ୍ଷୀ କହିଛନ୍ତି, ଯେତେବେଳେ ମୁଁ ଡିପ୍ରେଶନରେ ଥିଲି ସେତେବେଳେ ଆଦିଲ ମୋତେ ସହାୟତା ଦେଇଛନ୍ତି । କିଛି ଭୁଲ କାମ କରିବାକୁ ସେ ମୋତେ ବାରଣ କରିଛନ୍ତି । ଆଦିଲ ଓ ତାଙ୍କ ଭଉଣୀ ମୋର ମୁଡକୁ ଫ୍ରେସ୍ କରିବାକୁ ମୋତେ ବିଏମଡବ୍ଲୁ କାର ଉପହାର ଦେଇଛନ୍ତି । କାରଣ ମୁଁ ଛୋଟ କାରରେ ବୁଲିବା ତାଙ୍କୁ ପସନ୍ଦ ନୁହେଁ । ଫାଇନାଲି ମୋତେ ଜଣେ ଭଲ ପୁରୁଷ ବନ୍ଧୁ ମିଳିଯାଇଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ମହଙ୍ଗା ପଡ଼ିଲା କର୍ତ୍ତବ୍ୟରେ ଅବହେଳା: ବିଏଲ୍‌ଓ ନିଲମ୍ବିତ

ଗଜପତ/ମୋହନା,୪।୪(ଗିରିଧାରୀ ପରିଛା/ମନ୍ମଥ ମିଶ୍ର): ଗଜପତି ଜିଲା ୧୩୭-ପାରଳାଖେମୁଣ୍ଡି ବିଧାନସଭାର କାଶୀନଗର ବ୍ଲକ ଅନ୍ତର୍ଗତ ଭୋଟଗ୍ରହଣ କେନ୍ଦ୍ରର ବୁଥସ୍ତରୀୟ ଅଧିକାରୀ ଦାୟିତ୍ୱରେ ଥିବା ସହକାରୀ ଶିକ୍ଷକଙ୍କୁ ଜିଲା ନିର୍ବାଚନ…

ରେଷ୍ଟୁରାଣ୍ଟ-ଢାବା ମାଲିକଙ୍କ ପାଇଁ ନିର୍ଦ୍ଦେଶ: କେବଳ ଏମିତି କଲେ ମିଳିବ ବାଣିଜ୍ୟିକ ସିଲିଣ୍ଡର

ନୂଆଦିଲ୍ଲୀ,୪।୪: ଦିଲ୍ଲୀ ସରକାର ବାଣିଜ୍ୟିକ LPG ସିଲିଣ୍ଡର ଯୋଗାଣ ନିୟନ୍ତ୍ରଣ ନିୟମକୁ କଡ଼ାକଡ଼ି କରିଛନ୍ତି। ଏବେ, ଯେଉଁ ଅଞ୍ଚଳରେ ପାଇପ ଯୁକ୍ତ ପ୍ରାକୃତିକ ଗ୍ୟାସ (PNG) ନେଟୱାର୍କ…

ଇସ୍ତଫା ଦେଲେ ପେଣ୍ଡିଲି ସରପଞ୍ଚ, କାରଣ କହିଲେ…

ଗୁଡାରି,୪।୪(ପ୍ରମୋଦ କୁମାର ପତି ): ଗୁଡାରି ବ୍ଲକର ପେଣ୍ଡିଲି ପଞ୍ଚାୟତ ସରପଞ୍ଚ ରେଣୁକା ଶବର ନିଜ ପଦବୀରୁ ଶନିବାର ଅପରାହ୍ନରେ ଇସ୍ତଫା ଦେଇଛନ୍ତି। ସେ ନିଜ ଇସ୍ତଫା…

ଚାଲିଛି ଆଇପିଏଲ ସିଜନ୍‌: ଯୁବ ଗୋଷ୍ଠୀଙ୍କୁ ଲୋଭ ଦେଖାଇ ଆକୃଷ୍ଟ କରୁଛନ୍ତି ଦଲାଲ

ଗଞ୍ଜାମ,୪।୪(ବିଦ୍ୟାଧର ସାହୁ ): ବର୍ତ୍ତମାନ ଆରମ୍ଭ ହୋଇଯାଇଛି ଆଇପିଏଲ ସିଜନ । ପ୍ରତ୍ୟେକ ଦିନ ବିଭିନ୍ନ ଫ୍ରାଞ୍ଚାଇଜ ଦଳ ସହ ଅନୁଷ୍ଠିତ ହେଉଛି ୨୦-୨୦ ମ୍ୟାଚ ।…

ପୁରୀ ବିମାନବନ୍ଦର ଜଙ୍ଗଲ ଜମି ଅନୁମତି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲେ ଭକ୍ତ, କହିଲେ…

ଭୁବନେଶ୍ୱର,୪ା୪: ପୁରୀ ବିମାନବନ୍ଦର ପାଇଁ ଜଙ୍ଗଲ ଜମି ଅନୁମତି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ। ପିସିସି ସଭାପତି ଭକ୍ତ ଶନିବାର ଗଣମାଧ୍ୟକୁ…

ନିଜ ପଢ଼ା ସମୟର କଥା କହିଲେ ଉପଜିଲାପାଳ: କେମିତି ପଢ଼ିଲେ…

ତୁମୁଡିବନ୍ଧ,୪।୪(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧସ୍ଥିତ ନେତାଜୀ ସୁଭାଷ ବୋଷ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂତନ ଭାବେ ନିର୍ମିତ ହୋଇଥିବା କୋଠା ଗୃହକୁ ବାଲିଗୁଡା ଉପଜିଲାପାଳ …

ସମ୍ପର୍କରେ ଲାଗିଲା କଳଙ୍କ: ଜ୍ୱାଇଁଙ୍କ ସହ ଶାଶୁ ଫେରାର, ମୋବାଇଲ ଲୋକେସନ ଖୋଲିଦେଲା ସବୁ ଗୁମର

ରାଞ୍ଚି,୪ା୪: ଝାଡ଼ଖଣ୍ଡର ଦୁମକା ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଶାଶୁ-ଜ୍ୱାଇଁଙ୍କ ପରି ପବିତ୍ର ସମ୍ପର୍କରେ କଳଙ୍କ ଲଗାଇଛି। ସରିଆହାଟ ଥାନା ଅଞ୍ଚଳର ମଥାକେସୋ…

ଭାରତ ପାଇଁ ହେବ ଦ୍ୱିତୀୟ ମଧ୍ୟପ୍ରାଚ୍ୟ! ପ୍ରଚୁର ପରିମାଣରେ ଆସିବ LPG ସହ ପେଟ୍ରୋଲ, ହର୍ମୁଜକୁ ନେଇ ଆଉ ରହିବ ନାହିଁ ଚିନ୍ତା

ଓ୍ବାଶିଂଟନ,୪।୪: ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ, ‘ଷ୍ଟ୍ରେଟ ଅଫ ହର୍ମୁଜ’ ପ୍ରଭାବଶାଳୀ ଭାବରେ ଅବରୋଧିତ ରହିଛି। ଇରାନ ବନ୍ଧୁତ୍ୱପୂର୍ଣ୍ଣ ରାଷ୍ଟ୍ରଗୁଡ଼ିକୁ ଏହି ପ୍ରଣାଳୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri