ମୁଖ୍ୟମନ୍ତ୍ରୀ ହେବାକୁ ଚାହୁଁଛନ୍ତି ରାକ୍ଷୀ, କହିଲେ ମୋଦି ଚା’ କରୁ କରୁ ପ୍ରଧାନମନ୍ତ୍ରୀ ଆଉ ମୁଁ…

ମୁମ୍ବାଇ: ଏଣ୍ଟରଟେନମେଣ୍ଟ କୁଇନ ରାକ୍ଷୀ ସାୱନ୍ତ ସୋସିଆଲ ମିଡିଆରେ ଖୁବ୍ ଆକ୍ଟିଭ । ତାଙ୍କର ବେକାବୁ ବୟାନକୁ ନେଇ ସେ ସବୁବେଳେ ଥାଆନ୍ତି ଚର୍ଚ୍ଚାରେ । ତାଙ୍କର କମେଣ୍ଟସ ଦର୍ଶକଙ୍କ ଚେହେରାରେ ହସ ଫୁଟାଇ ଥାଏ । ପ୍ରାୟ ସବୁ ବିଷୟକୁ ନେଇ ସେ ତାଙ୍କ ରାୟ ଦେଇଥାଆନ୍ତି କହିଲେ ଚଳେ । ଏବେ ସେ ରାଜନୀତିରେ ପାଦ ରଖିବାକୁ ନେଇ ଏମିତି କଥା କହିଛନ୍ତି ଯାହା ଚର୍ଚ୍ଚାକୁ ଆସିଛି । ଏବେ ରାକ୍ଷୀ ସାୱନ୍ତଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ସେଥିରେ ସେ ମୁଖ୍ୟମନ୍ତ୍ରୀ ହେବାକୁ ଇଚ୍ଛା ପ୍ରକାଶ କରିଛନ୍ତି । ଆହୁରି ମଧ୍ୟ କହିଛନ୍ତି ଯଦି ସେ ମୁଖ୍ୟମନ୍ତ୍ରୀ ହେବେ ତେବେ ସେ କ’ଣ କରିବେ ।
ଏହାସହ ଏହି ଡ୍ରାମା କୁଇନ ନିଜକୁ ହେମା ମାଳିନୀଙ୍କ ସହ ତୁଳନା କରିଛନ୍ତି । ସେ କହିଛନ୍ତି ତାଙ୍କ ଭଳି ସେ ସୁନ୍ଦର ହୋଇ ପାରିବେ ନାହିଁ ସତ । ହେଲେ ରାଜନୀତିକୁ ଆସିଲେ ସେ ନିଶ୍ଚୟ ବାଜି ମାରିବେ । ସେ ଆହୁରି ମଧ୍ୟ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯଦି ଚା’ ବିକ୍ରି କରୁ କରୁ ପ୍ରଧାନମନ୍ତ୍ରୀ ହୋଇଗଲେ ତେବେ ମୁଁ ବସି ବସି, ହସି ହସି ଶୋଇ ଶୋଇ ମୁଖ୍ୟମନ୍ତ୍ରୀ ହୋଇ ପାରିବି ନାହିଁ କାହିଁକି । ରାକ୍ଷୀଙ୍କର ଏହି ଭିଡିଓ ଏବେ ଭାଇରାଲ ହେଉଛି ।

Share