ଦିନେ ଚୁମ୍ବନ ଦେଇ ଚର୍ଚ୍ଚାରେ ଥିଲେ, ଆଜି ମିକାଙ୍କ ପାଦ ଛୁଇଁଲେ ଡ୍ରାମା କୁଇନ୍‌

ବଲିଉଡର ପ୍ରସିଦ୍ଧ ଗାୟକ ମିକା ସିଂ ତାଙ୍କ ଗୀତ ଅପେକ୍ଷା ମନ୍ତବ୍ୟ ପାଇଁ ଅଧିକ ଚର୍ଚ୍ଚାରେ ଥା’ନ୍ତି। ମିକା ଆଜି ଜଣେ ବଲିଉଡର ଜଣେ ସଫଳ ଗାୟକ। ଥରେ ତାଙ୍କ ଜନ୍ମଦିନରେ ଆଇଟମ ଗର୍ଲ ରାକ୍ଷୀ ସାୱନ୍ତଙ୍କ ଓଠରେ ଜବରଦସ୍ତି ଚୁମ୍ବନ ଦେଇ ଚର୍ଚ୍ଚାରେ ଥିଲେ। ନିକଟରେ ଦୁହେଁ ମୁମ୍ବାଇର ରାସ୍ତାରେ ଏକାଠି ନଜର ଆସିଥିଲେ। ରାକ୍ଷୀ ମିକାଙ୍କୁ ଦେଖିବା ମାତ୍ରେ ଚିତ୍କାର କରିବାକୁ ଲାଗିଲେ। ଏହାପରେ ଦୁହେଁ ଏକାଠି କୋଳାଗ୍ରତ କରି ପରସ୍ପରର ପ୍ରଶଂସା କରିଛନ୍ତି। ମିକା କହିଛନ୍ତି, ମୁଁ ରାକ୍ଷୀଙ୍କୁ ଠିଆ ହେବାର ଦେଖି ଅଣଦେଖା କରିପାରଲି ନାହିଁ, ତେଣୁ ମୋତେ ଗାଡିରୁ ଓହ୍ଲାଇବାକୁ ପଡିଲା। ଏଥି ସହିତ ରାକ୍ଷୀ ଏହା ମଧ୍ୟ କହିଛନ୍ତି ଯେ ଆମେ ବନ୍ଧୁ ଅଟୁ। ମିକା କହିଛନ୍ତି ଯେ, ରାକ୍ଷୀ ସାୱନ୍ତଙ୍କ କାରଣରୁ ହିଁ ବିଗ୍‌ ବସ୍‌ ଚାଲିଛି। ଏହା ଶୁଣି ରାକ୍ଷୀ ଖୁସିରେ ମିକାଙ୍କ ପାଦକୁ ମଧ୍ୟ ଛୁଇଁଲେ।

ମକା ନିଜ ଜନ୍ମଦିନରେ ରାକ୍ଷୀଙ୍କୁ ଜବରଦସ୍ତ ଚୁମ୍ବନ ଦେଇଥିଲେ। ଚୁମ୍ବନ କରିବାର ଏହି ଭିଡିଓ ମଧ୍ୟ ବହୁତ ଭାଇରାଲ ହେଲା। ଏହି ଘଟଣା ପରେ ବହୁତ ଗଣ୍ଡଗୋଳ ହୋଇଥିଲା। ମିକାଙ୍କ ବିରୋଧରେ ରାକ୍ଷୀ ଅନେକ ଅଭିଯୋଗ ମଧ୍ୟ କରିଥିଲେ।

Share