ସ୍ବାମୀଙ୍କ ନାଁର ଟାଟୁ ହଟାଇଲେ ରାଖୀ, କହିଲେ ଏମିତି

ଡ୍ରାମାକୁଇନ୍‌ ରାଖୀ ସାଓ୍ବନ୍ତ ସର୍ବଦା ଚର୍ଚ୍ଚାରେ ରହିଥାନ୍ତି, ସେ ଚର୍ଚ୍ଚାରେ ରହିବା ପାଇଁ କୌଣସି ଉପାଉ ଛାଡ଼ନ୍ତି ନାହିଁ। ବୃତ୍ତିଗତ ଜୀବନ ହେଉ କିମ୍ବା ବ୍ୟକ୍ତିଗତ ଅନେକ ସମୟରେ ସେ ଚର୍ଚ୍ଚାକୁ ଆସିଥାନ୍ତି। ବର୍ତ୍ତମାନ ସେ ତାଙ୍କ ବୈବାହିକ ଜୀବନକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି। ସ୍ବାମୀ ରିତେଶଙ୍କ ପ୍ରେମରେ ପାଗଳ ଥିବା ରାଖୀ ଏବେ ତାଙ୍କ ନାମର ଟାଟୁକୁ ଲିଭାଇବାକୁ ଲାଗିପଡ଼ିଛନ୍ତି।
ରାଖୀ ନିଜ ଡାହାଣ ପାର୍ଶ୍ୱ ଅଣ୍ଟା ଉପରକୁ ସ୍ବାମୀ ରିତେଶଙ୍କ ନାଁର ଟାଟୁ କରିଥିଲେ। ଏବେ ସେ ଏହି ଟାଟୁକୁ ଲେଜର୍‌ ଜରିଆରେ ସବୁ ଦିନ ପାଇଁ ହଟାଇ ଦେଇଛନ୍ତି। ଟାଟୁ ହଟାଇବା ବେଳର ଏକ ଭିଡିଓକୁ ରାଖୀ ନିଜ ଇନଷ୍ଟାଗ୍ରାମରେ ଶେୟାର କରିଛନ୍ତି। ଏହି ଭିଡିଓରେ ରାଖୀ କହୁଛନ୍ତି, ‘ଆଜି ମୁଁ ମୋ ଦେହରୁ ରିତେଶଙ୍କ ନାମ ହଟାଇବାକୁ ଯାଉଛି। କେବଳ ଏତିକି ନୁହେଁ, ରାଖୀ ପ୍ରଶଂସକମାନଙ୍କୁ ମଧ୍ୟ କହିଛନ୍ତି ଯେ ପ୍ରେମରେ ପଡ଼ିବା ପରେ ପାଗଳ ହୋଇ କାହାର ନାଁକୁ ଟାଟୁ କରିବା ଠିକ୍‌ ନୁହେଁ। ପରେ ଏହାକୁ ହଟାଇବା କଷ୍ଟ ହୋଇପଡେ।’
ରାଖୀ ଓ ତାଙ୍କ ସ୍ବାମୀ ରିତେଶ ସିଂହଙ୍କୁ ବିଗ ବସ୍‌ ସିଜିନ-୧୫ରେ ଦେଖିବାକୁ ମିଳିଥିଲା। ଶୋ’ରେ ଦୁହିଁଙ୍କ ମଧ୍ୟରେ କୌଣସି ବିଶେଷ ପ୍ରେମ ସମ୍ପର୍କ ଥିବା ନଜର ଆସି ନ ଥିଲା। ଦୁହେଁ ପରସ୍ପର ସହ ପ୍ରାୟତଃ ଝଗଡା କରୁଥିଲେ। ଏହି ଶୋ’ରୁ ବାହାରକୁ ଆସିବାର କିଛି ଦିନ ପରେ ଉଭୟ ଅଲଗା ହେବା ନେଇ ନିଷ୍ପତ୍ତି ନେଇଥିଲେ।

Share