Categories: ଜାତୀୟ

ଭାରତ ଯୋଡୋ ଯାତ୍ରାରେ ସାମିଲ ହେବେନାହିଁ ରାକେଶ ଟିକାୟତ

ନୂଆଦିଲ୍ଲୀ,୨।୧: ଚାଷୀ ନେତା ରାକେଶ ଟିକାୟତ କଂଗ୍ରେସର ଭାରତ ଯୋଡୋ ଯାତ୍ରାରେ ସାମିଲ ହେବେ ନାହିଁ। ସୋମବାର ଚାଷୀ ନେତା କହିଛନ୍ତି, ସେ କଂଗ୍ରେସର ଭାରତ ଯୋଡା ଯାତ୍ରାରେ ଯୋଗ ଦେଉନାହାନ୍ତି। ଭାରତୀୟ କିଷାନ ୟୁନିୟନ କର୍ମୀମାନେ ଅଂଶଗ୍ରହଣ କରିପାରିବେ। କିନ୍ତୁ ଜିଲା ଅଧ୍ୟକ୍ଷ ପଦବୀ ଉପରେ ଥିବା ପଦାଧିକାରୀ ଏଥିରେ ସାମିଲ ହେବେ ନାହିଁ ବୋଲି ଟିକାୟତ କହିଛନ୍ତି।

ସେ ଆହୁରି କହିଛନ୍ତି, ଆମର ଏକ ଅଣ-ରାଜନୈତିକ ସଂଗଠନ। ସଂଗଠନରେ ବିଭିନ୍ନ ବିଚାରଧାରାର ଲୋକ ଅଛନ୍ତି। ମୁଁ ଏହି ଯାତ୍ରାକୁ ଯାଉନାହିଁ, କିନ୍ତୁ ଏହି ଯାତ୍ରାରେ କୃଷକ ସଂଗଠନ ଥାଇପାରନ୍ତି ବୋଲି ଚାଷୀ ନେତା କହିଛନ୍ତି।

Share