Categories: ଜାତୀୟ

୭ ମହାପଞ୍ଚାୟତରେ ଯୋଗଦେବେ ରାକେଶ ଟିକାଏତ୍‌

ଗାଜିଆବାଦ୍‌, ୧୨।୨: ଭାରତୀୟ କିଷାନ ୟୁନିୟନ ନେତା ରାକେଶ ଟିକାଏତ୍‌ ହରିୟାଣା, ମହାରାଷ୍ଟ୍ର ଓ ରାଜସ୍ଥାନରେ ଚାଲିଥିବା ୭ଟି କୃଷକଙ୍କ ବୈଠକରେ ଯୋଗଦେବେ।  ଏହି ମହାପଞ୍ଚାୟତ ଆସନ୍ତା ୨୩ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ବିକେୟୁର ଗଣମାଧ୍ୟମ ଦାୟିତ୍ୱରେ ଥିବା ଧର୍ମେନ୍ଦ୍ର ମଲ୍ଲିକ କହିଛନ୍ତି। ଏହି ମହାପଞ୍ଚାୟତ ଗୁଡ଼ିକ ହରିୟାଣର କର୍ନାଲ, ରୋହତକ, ସିର୍ସା ଓ ହିସାର ଜିଲା ଓ ମହାରାଷ୍ଟ୍ରର ଆକୋଲା ଓ ରାଜସ୍ଥାନର ସିକାରଠାରେ ହେବାର ଅଛି।

Share