Categories: ଜାତୀୟ

ଆନ୍ଦୋଳନରୁ ହଟିବା ପ୍ରଶ୍ନ ଉଠୁ ନାହିଁ: ରାକେଶ ଟିକାୟତ

ନୂଆଦିଲ୍ଲୀ,୨୯।୧୧: ଲୋକ ସଭାରେ ସୋମବାର ତିନି କୃଷି ଆଇନ ପ୍ରତ୍ୟାହାର ବିଲ ପାରିତ ହୋଇଛି। କିନ୍ତୁ ଚାଷୀ ନେତା ରାକେଶ ଟିକାୟତ ଏବେ ବି ଆନ୍ଦୋଳନ ଜାରି ରଖିବାକୁ ଘୋଷଣା କରିଛନ୍ତି। ଏମଏସପି ବୃଦ୍ଧି ପ୍ରସଙ୍ଗ ଓ ଚାଷୀଙ୍କ ସହ ସରକାରଙ୍କ ସିଧା ଆଲୋଚନା ପାଇଁ ସେ ଦାବି କରିଛନ୍ତି। କୌଣସି ଆଲୋଚନା ବିନା ଚାଷୀମାନେ ଆନ୍ଦୋଳନରୁ ହଟିବା ପ୍ରଶ୍ନ ଉଠୁ ନାହିଁ ବୋଲି ଟିକାୟତ କହିଛନ୍ତି। ଏମଏସପି ଅଧିନିୟମ ସମେତ ଅନେକ ବିଷୟ ଉପରେ ବର୍ତ୍ତମାନ ଆଲୋଚନା ହେବା ଆବଶ୍ୟକ ରହିଛି ଏବଂ ସରକାର ସେମାନଙ୍କ ଉପରେ ଆଲୋଚନା ନକରିବା ପର୍ଯ୍ୟନ୍ତ ଆମେ ଆନ୍ଦୋଳନରୁ ହଟିବୁ ନାହିଁ। ଆସନ୍ତା ୪ ତାରିଖରେ ହେବାକୁ ଥିବା ବୈଠକରେ ନିଷ୍ପତ୍ତି ହେବ ବୋଲି କହିଛନ୍ତି।
ଆଜି ପ୍ରବଳ ହଟ୍ଟଗୋଳ ଭିତରେ ଲୋକସଭାରେ ତିନି କୃଷି ଆଇନ ବିଲ ପାରିତ ହୋଇଛି। ବଚନିକା ଭୋଟରେ ଏହାକୁ ପାରିତ କରାଯାଇଛି।

Share