Categories: ଜାତୀୟ

ରାଜେଶ ଟିକାଏତଙ୍କ ସମେତ ତାଙ୍କ ପରିବାରକୁ ବୋମାରେ ଉଡାଇ ଦେବାକୁ ଧମକ

ନୂଆଦିଲ୍ଲୀ,୧୦ ।୩: ଭାରତୀୟ କୃଷକ ୟୁନିୟନର ରାଷ୍ଟ୍ରୀୟ ପ୍ରବକ୍ତା ରାଜେଶ ଟିକାଏତ ଓ ତାଙ୍କ ପରିବାରକୁ ପୁଣିଥରେ ଜୀବନରୁ ମାରି ଦେବାକୁ ଧମକ ଦିଆଯାଇଛି । ବୁଧବାର ରାତିରେ ବିକେୟୁର ଅଧ୍ୟକ୍ଷ ନରେଶ ଟିକାଏତଙ୍କ ପୁଅ ଗୌରବ ଟିକାଏତଙ୍କ ଫୋନକୁ ଫୋନ କରି ଏହି ଧମକ ଦିଆଯାଇଛି । ଯେତେବେଳେ ସେ ତାଙ୍କ ଗାଁ ସିସୌଲିରେ ଥିଲେ ତାଙ୍କୁ ସେତେବେଳେ ଏହି ଧମକ ମିଳିଛି । ଏହାପରେ ସେ ଫାନ ସୁଇଚ୍ ଅଫ୍ କରିଦେଇଥିଲେ, ହେଲେ ଏହାପରେ ତାଙ୍କ ଫୋନକୁ କିଛି ଧମକପୂର୍ଣ୍ଣ ମେସେଜ ଆସିଥିଲା । ଏହାକୁ ନେଇ ଟିକାଏତ ପରିବାର ଅଜ୍ଞାତ ବ୍ୟକ୍ତିଙ୍କ ବିରୋଧରେ ଅଭିଯୋଗ କରିଛନ୍ତି । ଏହାପୂର୍ବରୁ ବି ରାଜେଶ ଟିକାଏତଙ୍କ ପରିବାରକୁ ହତ୍ୟା ଧମକ ଦିଆଯାଇଥିଲା ।
ଏଥରର ଧମକକୁ ନେଇ ରାଜେଶ ଟିକାଏତ କହିଛନ୍ତି, ପୂର୍ବରୁ ବି ତାଙ୍କୁ ଜୀବନରୁ ମାରି ଦେବାକୁ ଧମକ ଦିଆଯାଇଥିଲା । କେବେ ଛୁରୀରେ ତ କେବେ ଗୁଳି କରି ମାରିଦେବାକୁ ଧମକ ଦିଆଯାଇଥିଲା । ହେଲେ ଏଥର ବୋମାରେ ଉଡାଇ ଦେବାକୁ ଧମକ ଦିଆଯାଇଛି । ଧମକରେ ଆହୁରି ମଧ୍ୟ କୁହାଯାଇଛି ବାହାରକୁ ଯାଆନ୍ତୁ ନାହିଁ, ଅର୍ଥାତ୍ ଆମେ କୌଣସି ମିଟିଂରେ ଯୋଗ ନ ଦେଉ । ରାଜେଶ କହିଛନ୍ତି ଗୌରବଙ୍କ ମୋବାଇଲକୁ ରାତି ପ୍ରାୟ ୯ଟା ୧୦ରେ ବାରମ୍ବାର ଫୋନ ଆସିଥିଲା ଏଥିରେ ହତ୍ୟା ଧମକ ସହ ଗାଳି ଗୁଲଜ ବି କରାଯାଇଥିଲା । ଏହାପରେ ସେ ଫୋନ ସୁଇଚ ଅଫ କରି ଦେଇଥିଲେ । ଏହାପରେ ଯେଉଁ ମେସେଜ ଆସିଥିଲା ସେଥିରେ ଲେଖାଥିଲା ଫୋନ ସୁଇଚ ଅଫ କର ିକେଉଁଯାଏ ଯିବ ଆମେ ତୁମକୁ ଛାଡିବୁ ନାହିଁ ।

Share