ନୂଆଦିଲ୍ଲୀ,୧୫।୪: ଆମ ଆଦମୀ ପାର୍ଟି ନେତା ଏବଂ ରାଜ୍ୟ ସଭାର ଉପନେତା ଅଶୋକ ମିତ୍ତଲଙ୍କ ଘର ଏବଂ କାର୍ଯ୍ୟାଳୟରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ୱାରା ଚଢାଉ ମଧ୍ୟରେ, ପଞ୍ଜାବ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟ ସରକାର ରାଜ୍ୟ ସଭା ସାଂସଦ ରାଘବ ଚଢାଙ୍କୁ ପ୍ରଦାନ କରାଯାଇଥିବା ସୁରକ୍ଷା ପ୍ରତ୍ୟାହାର କରିନେଇଛନ୍ତି।
୨୦୨୨ରେ ଆମ ଆଦମୀ ପାର୍ଟି ପଞ୍ଜାବରେ କ୍ଷମତାକୁ ଆସିବା ପରେ ରାଘବ ଚଢାଙ୍କୁ ପଞ୍ଜାବ ସରକାର ସୁରକ୍ଷା ପ୍ରଦାନ କରିଥିଲେ। ଏହି ସୁରକ୍ଷା ସେବେଠାରୁ ବଳବତ୍ତର ରହିଥିଲା। ରାଜ୍ୟ ସଭାରେ ଉପନେତା ପଦରୁ ତାଙ୍କୁ ହଟାଇବା ପରେ, ଚଢାଙ୍କ ସୁରକ୍ଷା ପ୍ରତ୍ୟାହାର କରାଯିବ ବୋଲି କଳ୍ପନାଜଳ୍ପନା କରାଯାଉଥିଲା।
ନିକଟରେ, ଆମ ଆଦମୀ ପାର୍ଟି ଚଢାଙ୍କୁ ରାଜ୍ୟ ସଭାରେ ଦଳର ଉପନେତା ପଦରୁ ହଟାଇ ଦେଇଥିଲା । ଚଢାଙ୍କ ପରେ, ଆମ ଆଦମୀ ପାର୍ଟି ରାଜ୍ୟ ସଭା ସାଂସଦ ଅଶୋକ ମିତ୍ତଲଙ୍କୁ ରାଜ୍ୟ ସଭାରେ ଦଳର ଉପନେତା ଭାବରେ ନିଯୁକ୍ତ କରିଛି।