Categories: ଜାତୀୟ

ରାଜ୍ୟ ସଭା ପାଇଁ ଆଜି ପ୍ରାର୍ଥୀ ତାଲିକା ଘୋଷଣା କରିପାରେ ଭାଜପା

ନୂଆଦିଲ୍ଲୀ,୨୮ ।୫: ରାଜ୍ୟ ସଭା ପ୍ରାର୍ଥୀ ତାଲିକାକୁ ନେଇ ଏବେ ସବୁଦଳ ମଧ୍ୟରେ ଚାଲିଛି ମନ୍ଥନ । ତେବେ ଶନିବାର ଭାରତୀୟ ଜନତା ପାର୍ଟି(ଭାଜପା) ରାଜ୍ୟ ସଭା ପାଇଁ ପ୍ରାର୍ଥୀ ଘୋଷଣା କରିପାରେ ବୋଲି କୁହାଯାଉଛି । ଏଥିରେ ଭାଜପା ଏବେ ରାଜ୍ୟ ସଭାରେ ସଦସ୍ୟ ଥିବା କେତେଜଣଙ୍କୁ ପ୍ରାର୍ଥୀ କରିବା ବେଳେ ଆଉ କେତେଜଣ ନୂଆ ମୁହଁକୁ ସାମିଲ କରିପାରେ ।
ରାଜ୍ୟ ସଭାରେ ଉତ୍ତର ପ୍ରଦେଶର ୩୧ ସସ୍ୟଙ୍କ ମଧ୍ୟରୁ ୧୧ ଜଣଙ୍କ କାର୍ଯ୍ୟକାଳ ୪ ଜୁଲାଇରେ ଶେଷ ହେଉଛି । ରାଜ୍ୟ ସଭାର ୧୧ ଆସନ ପାଇଁ ହେଉଥିବା ନିର୍ବାଚନ ଲାଗି ୩୧ ମେ’ ପର୍ଯ୍ୟନ୍ତ ପ୍ରାର୍ଥିପତ୍ର ଦାଖଲ ହୋଇପାରିବ । ପ୍ରଦେଶ ଭାଜପା ଅଧ୍ୟକ୍ଷ ସ୍ୱତନ୍ତ୍ର ଦେବ ସିଂ ୮ ଆସନ ଲାଗି ୧୫ ଦାବିଦାରଙ୍କ ନାମ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ନିକଟକୁ ପଠାଇଛନ୍ତି ।

Share