Categories: ଜାତୀୟ

ଦୀର୍ଘ ୨୪ ବର୍ଷ ପରେ ମହାରାଷ୍ଟ୍ରରେ ଆସିଛି ମତଦାନ ମହାପର୍ବ, ୬ ଆସନରେ ଭାଜପା-ଶିବସେନା ମୁହାଁମୁହିଁ

ମୁମ୍ବାଇ,୪ ।୬: ମହାରାଷ୍ଟ୍ରରେ ରାଜ୍ୟ ସଭାର ୬ ଆସନ ପାଇଁ ଶିବସେନା ଓ ଭାରତୀୟ ଜନତା ପାର୍ଟି(ଭାଜପା) ମଧ୍ୟରେ ମୁକାବିଲା ସୁନିଶ୍ଚିତ ହୋଇଯାଇଛି । ନିର୍ବାଚନ ମଇଦାନରେ ଥିବା ୭ ଜଣ ପ୍ରାର୍ଥୀ କେହି ଶୁକ୍ରବାର ସେମାନଙ୍କ ପ୍ରାର୍ଥୀ ପତ୍ର ପ୍ରତ୍ୟାହାର କରିନାହାନ୍ତି । ଫଳରେ ୨ ଦଶକ ପରେ ରାଜ୍ୟ ସଭା ପାଇଁ ନିର୍ବାଚନ ହେଉଛି । ଏଥିରେ ୪ ପ୍ରାର୍ଥୀ ଶାସକ ମହା ବିକାଶ ଅଘାଡି(ଏମବିଏ) ଓ ୩ ପ୍ରାର୍ଥୀ ଭାଜପାର ରହିଛନ୍ତି ।
ମହାରାଷ୍ଟ୍ରରେ ଏହା ପୂର୍ବରୁ ୧୯୯୮ରେ ରାଜ୍ୟ ସଭା ନିର୍ବାଚନ ପାଇଁ ଭୋଟ ଗ୍ରହଣ କରାଯାଇଥିଲା । ସେତେବେଳେ ଶାସକ କଂଗ୍ରେସର ପ୍ରାର୍ଥୀ ରାମ ପ୍ରଧାନ ନିର୍ବାଚନରେ ହାରି ଯାଇଥିଲେ । ଏଥର ଇମ୍ରାନ ପ୍ରତାପଗରୀ ହେଉଛନ୍ତି କଂଗ୍ରେସ ପ୍ରାର୍ଥୀ, ଯାହାଙ୍କୁ ମହାରାଷ୍ଟ୍ର ଉପରେ ଲାଗୁ କରାଯାଇଥିବାରୁ ରାଜ୍ୟ କଂଗ୍ରେସର ନେତାମାନେ ଅତ୍ୟଧିକ ରାଗିଛନ୍ତି । ଏଭଳି ପରିସ୍ଥିତିରେ ୨୪ ବର୍ଷ ପୁରୁଣା ଇତିହାସ ପୁଣିଥରେ ମହାରାଷ୍ଟ୍ରରେ ପୁନରାବୃତ୍ତି ହେବା ଆଶଙ୍କା କରାଯାଉଛି ।

Share