Categories: ଜାତୀୟ

ରାଜ୍ୟ ସଭା ନିର୍ବାଚନ: ହରିୟାଣାରେ କଂଗ୍ରେସ ପାଇଁ ସମସ୍ୟା ହୋଇପାରନ୍ତି କୁଲଦୀପ

ନୂଆଦିଲ୍ଲୀ,୪ ।୬: ଆସନ୍ତା ୧୦ ତାରିଖରେ ହେବାକୁ ଯାଉଛି ରାଜ୍ୟ ସଭା ନିର୍ବାଚନ । ଏଥିପାଇଁ ଦୁଇଟି ବଡ ରାଜ୍ୟରେ ଟକ୍କର ଚାଲିଛି । ହେଲେ କେଉଁ ଆସନ କାହା ନିକଟକୁ ଯିବ ତାହା ଏବେବି ଅନୁମାନ କରିବା କଷ୍ଟକର ହୋଇ ରହିଛି । ହରିୟାଣାରେ ସବୁଠାରୁ ବଡ ସମସ୍ୟା ରହିଛି କଂଗ୍ରେସ ପାଇଁ । ଏଠାରେ ଦଳକୁ କ୍ରସ ଭୋଟିଂର ଭୟ ରହିଛି । ଇତିମଧ୍ୟରେ ଏବେ ଦଳର ଅସନ୍ତୁଷ୍ଟ ନେତା କୁଲଦୀପ ବିଶ୍ନୋଇ କହିଛନ୍ତି ତାଙ୍କ ମନ ଯାହା କହିବ ରାଜ୍ୟ ସଭା ନିର୍ବାଚନରେ ସେ ତାହାହିଁ କରିବେ ।
ବିଶ୍ନୋଇ କହିଛନ୍ତି ରଣଦୀପ ସୁରଜେୱାଲା ଭଲ ନେତା ତେଣୁ ହରିୟାଣା ବିଧାୟକଙ୍କୁ ଅନୁରୋଧ ସେ ତାଙ୍କୁ ଭୋଟ ଦିଅନ୍ତୁ । ହେଲେ ରାହୁଲ ଗାନ୍ଧୀଙ୍କୁ ସାକ୍ଷାତ୍ ନ କରିବା ପର୍ଯ୍ୟନ୍ତ ସେ କାହାକୁ ଭୋଟ ଦେବେ ତାହା କହିପାରିବେ ନାହିଁ ବୋଲି କହିଛନ୍ତି । କିନ୍ତୁ ସେ କହିଛନ୍ତି ଯେଉଁଠି ତ୍ରିଶଙ୍କୁ ହେଉଛି ସେଠାରେ ଭାରତୀୟ ଜନତା ପାର୍ଟି(ଭାଜପା)କୁ ଫାଇଦା ହେଉଛି । ହେଲେ ସେ କାହାର ଚାପରେ ଭୋଟ ଦେବେ ନାହିଁ ବୋଲି କହିଛନ୍ତି । ତାଙ୍କ ମନ ଯାହା କହିବ ସେ ତାହାହିଁ କରିବେ ।

Share