Posted inଜାତୀୟ

ରାଜ୍ୟ ସଭାର ୧୬ ଆସନ ପାଇଁ ଆଜି ଭୋଟ ଗ୍ରହଣ

ନୂଆଦିଲ୍ଲୀ,୧୦ ।୬: କିଣା ବିକା ବା ଘୋଡା ବେପାର ଭଳି ଅଭିଯୋଗ ମଧ୍ୟରେ ଶୁକ୍ରବାର ୧୬ ରାଜ୍ୟ ସଭା ଆସନ ପାଇଁ ହେବାକୁ ଯାଉଛି ନିର୍ବାଚନ । ଏହାକୁ ଦୃଷ୍ଟିରେ ରଖି କଂଗ୍ରେସ ଓ ଭାରତୀୟ ଜନତା ପାର୍ଟି(ଭାଜପା) ନିଜ ନିଜର ବିଧାୟକମାନଙ୍କୁ ହୋଟେଲ ଓ ରିସୋର୍ଟରେ ରଖିଛନ୍ତି । ଏହି ନିର୍ବାଚନରେ ଯେଉଁମାନଙ୍କ ଭାଗ୍ୟ ନିଦ୍ଧାରଣ କରାଯିବ ସେମାନଙ୍କ ମଧ୍ୟରେ କେନ୍ଦ୍ରମନ୍ତ୍ରୀ ନିର୍ମଳା ସିତାରାମଣ ଓ ପିୟୁଷ ଗୋୟଲ, କଂଗ୍ରେସର ରଣଦୀପ ସୁରଜେୱାଲା, ଜୟରାମ ରମେଶ ଓ ମୁକୁଲ ବାସନିକ, ଶିବସେନା ନେତା ସଞ୍ଜୟ ରାଉତ ମୁଖ୍ୟ ବୋଲି କୁହାଯାଉଛି । ଏହି ରାଜନେତାମାନେ ବିନା କୌଣସି ବାଧାରେ ବିଜୟ ଲାଭ କରିବେ ବୋଲି ଆଶା କରାଯାଉଛି ।

ସୂଚନାଯୋଗ୍ୟ, ନିକଟରେ ରାଜ୍ୟ ସଭାର ୫୭ଟି ଆସନ ପାଇଁ ଦ୍ୱିବାର୍ଷିକ ନିର୍ବାଚନର ଘୋଷଣା କରାଯାଇଥିଲା । ଉତ୍ତର ପ୍ରଦେଶ, ତାମିଲନାଡୁ, ବିହାର, ଆନ୍ଧ୍ରପ୍ରଦେଶ, ମଧ୍ୟପ୍ରଦେଶ, ଓଡ଼ିଶା, ଛତିଶଗଡ, ପଞ୍ଜାବ, ତେଲେଙ୍ଗାନା, ଝାଡଖଣ୍ଡ ଓ ଉତ୍ତରାଖଣ୍ଡର ସମସ୍ତ ୪୧ ପ୍ରାର୍ଥୀ ଗତ ଶୁକ୍ରବାର ନିର୍ଦ୍ଦୋନ୍ଦ୍ୱରେ ନିର୍ବାଚିତ ହୋଇଥିଲେ । ତେବେ ହରିୟାଣ. ରାଜସ୍ଥାନ, ମହାରାଷ୍ଟ୍ର ଓ କର୍ନାଟକର ୧୬ ଆସନ ଲାଗି ଶୁକ୍ରବାର ନିର୍ବାଚନ ହେବାକୁ ଯାଉଛି । କାରଣ ଏସବୁ ରାଜ୍ୟରେ ଆସନ ଅପେକ୍ଷା ପ୍ରାର୍ଥୀଙ୍କ ସଂଖ୍ୟା ଅଧିକ ରହିଛି ।


Enter your email to get our daily news in your inbox.

All Right Reserved By Dharitri.Com

ଚକରା ଘାଟିରେ ପର୍ଯ୍ୟଟକ-ଦନ୍ତା ମୁହାଁମୁହିଁ: ଲୋକେ ଆତଙ୍କିତ

ଭଞ୍ଜନଗର,୧୮।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ ରେ ଦନ୍ତା ହାତୀମାନଙ୍କ ଦୌରାତ୍ମ ଦିନକୁ ଦିନ ବଢ଼ିବାରେ ଲାଗିଛି। ଯାହାକୁ ନେଇ ଜଙ୍ଗଲ...

ପରଲୋକରେ ଷ୍ଟାଚ୍ୟୁ ଅଫ ୟୁନିଟିର ନିର୍ମାତା: ଖେଳିଗଲା ଶୋକର ଲହରୀ

ନୋଏଡା,୧୮।୧୨: ପ୍ରସିଦ୍ଧ ମୂର୍ତ୍ତିକାର ରାମ ସୂତାରଙ୍କ ଦେହାନ୍ତ ହୋଇଛି। ସେ ପ୍ରାୟ ୧୦୦ ବର୍ଷ ବୟସରେ ନୋଏଡାର ସେକ୍ଟର ୧୯ସ୍ଥିତ ତାଙ୍କ ବାସଭବନରେ ଶେଷ ନିଶ୍ୱାସ...

ଦିଲ୍ଲୀ ବାୟୁ ପ୍ରଦୂଷଣ ସଙ୍କଟ: ଚାଇନା ଦେଲା ସଫଳତାର ‘ମନ୍ତ୍ର’, ବେଜିଂ ମଡେଲ୍‌ରୁ ଶିଖିବ କି ଭାରତ?

ନୂଆଦିଲ୍ଲୀ,୧୮ା୧୨: ଦିଲ୍ଲୀରେ ପ୍ରତିବର୍ଷ ଶୀତଦିନେ ବାୟୁ ପ୍ରଦୂଷଣ ଏକ ସାଧାରଣ ସମସ୍ୟା ପାଲଟିଛି। ବିଷାକ୍ତ ବାୟୁ, ଘନ କୁହୁଡ଼ି ଏବଂ ଶ୍ୱାସକ୍ରିୟା ଜନିତ ରୋଗରେ ଦିଲ୍ଲୀବାସୀ...

ହଠାତ୍‌ ରାଗିଗଲେ ବୁମ୍‌ରା, ପ୍ରଶଂସକଙ୍କ ମୋବାଇଲ୍‌ ଛଡ଼ାଇନେଲେ…ଦେଖନ୍ତୁ VIDEO

ଲକ୍ଷ୍ନୌ,୧୮।୧୨: ଲକ୍ଷ୍ନୌରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚତୁର୍ଥ ଟି-୨୦ ମ୍ୟାଚ ବାତିଲ ହୋଇଗଲା। ଜସପ୍ରୀତ ବୁମରାଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ...

ପ୍ରଧାନମନ୍ତ୍ରୀ ମୋଦିଙ୍କ ନୂତନ ବର୍ଷର ଉପହାର: ଜାନୁଆରୀ ୧ରୁ ସାରା ଦେଶରେ…

ନୂଆଦିଲ୍ଲୀ,୧୮।୧୨: ନୂତନ ବର୍ଷ ୨୦୨୬ ସାରା ଦେଶର ଲକ୍ଷ ଲକ୍ଷ ଗ୍ୟାସ ଗ୍ରାହକଙ୍କୁ ଖୁସି କରିବ ବୋଲି ଖୁସିର ଖବର ଆଣିଛି। ପେଟ୍ରୋଲିୟମ ଏବଂ ପ୍ରାକୃତିକ...

ୟୁନୁସଙ୍କୁ କଡ଼ା ଜବାବ ଦେଲା ଭାରତ: ନେଲା ବଡ଼ ପଦକ୍ଷେପ, ବାଂଲାଦେଶରେ…

ନୂଆଦିଲ୍ଲୀ,୧୮।୧୨: କେନ୍ଦ୍ର ସରକାର ଡିସେମ୍ବର ୧୭, ୨୦୨୫ରେ ବାଂଲାଦେଶର ରାଜଧାନୀ ଢାକାରେ ଥିବା ଭାରତୀୟ ଭିସା ଆବେଦନ କେନ୍ଦ୍ର (IVAC)କୁ ବନ୍ଦ କରିବାକୁ ଏକ ନୋଟିସ...

ଆହତ ଛୁଆହାତୀକୁ ଉଦ୍ଧାର କଲା ବନବିଭାଗ: କରାଯାଉଛି ଚିକିତ୍ସା

କେସିଙ୍ଗା୧୮।୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବନାଞ୍ଚଳ ଅଧିନସ୍ଥ ନୂନମାଠ ଗ୍ରାମ ନିକଟରେ ଥିବା ଜଙ୍ଗଲକୁ ଖାଦ୍ୟ ଅନ୍ବେଷଣରେ ୩୫ ଟିକିଆ ହାତୀପଲ ଗତକାଲି ଗାଁ...

ମୋଦିଙ୍କ ସ୍ବାଗତରେ ଇଥିଓପିଆ ସଂସଦରେ ୯୦ ସେକେଣ୍ଡ ପର୍ଯ୍ୟନ୍ତ ବାଜିଲା ତାଳି

ଅଦିସ ଅବାବା,୧୮।୧୨: ବୁଧବାର ଇଥିଓପିଆ ସଂସଦର ମିଳିତ ଅଧିବେଶନକୁ ସମ୍ବୋଧିତ କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରାୟ ୯୦ ସେକେଣ୍ଡ ଧରି ଠିଆ ହୋଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri