Categories: ଜାତୀୟ

ସୋମବାର ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ

ନୂଆଦିଲ୍ଲୀ,୧୩।୯-ରାଜ୍ୟ ସଭା ଉପାଧ୍ୟକ୍ଷ ନିର୍ବାଚନ ସୋମବାର ଅନୁଷ୍ଠିତ ହେବ। ଏନ୍‌ଡିଏ ପକ୍ଷରୁ ହରିବଂଶ ନାରାୟଣ ସିଂଙ୍କୁ ପ୍ରର୍ଥୀ କରାଯାଇ ଥିବାବେଳେ ମିଳିତ ବିରୋଧୀ ପକ୍ଷରୁ ଆର୍‌ଜେଡି ଏମ୍‌ପି ମନୋଜ ଝା’ଙ୍କୁ ପ୍ରାର୍ଥୀ କରାଯାଇଛି। ଅପରାହ୍ନରେ ଉପାଧ୍ୟକ୍ଷ ନିର୍ବାଚନ ହେବ ବୋଲି ରାଜ୍ୟ ସଭା ପକ୍ଷରୁ ସୂଚନା ଦିଆଯାଇଛି। ୨୦୧୮ରେ ହରିବଂଶ ଏନ୍‌ଡିଏର ପ୍ରାର୍ଥୀ ହୋଇଥିଲେ। ବିଜେଡି ଏନ୍‌ଡିଏ ପ୍ରାର୍ଥୀଙ୍କୁ ସମର୍ଥନ କରିଥିଲା। ଜେଡିୟୁ ହରିବଂଶକୁ ପ୍ରାର୍ଥି କରିବା ପରେ ଏନଡିଏ ତାଙ୍କୁ ସମର୍ଥନ କରିଛି। ଅପରପକ୍ଷେ ସମଭାବାପନ୍ନ ଦଳ ଝା’ଙ୍କୁ ସମର୍ଥନ ଦେବା ନେଇ ସୂଚନା ମିଳିଛି।

Share