Posted inଜାତୀୟ

ରାଜ୍ୟ ସଭା ପ୍ରାର୍ଥୀ ଚୟନ: ଭାଜପାର ଓବିସି-ଦଳିତ ସୂତ୍ର

ନୂଆଦିଲ୍ଲୀ,୧ା୬: ରାଜ୍ୟ ସଭା ନିର୍ବାଚନ ଲାଗି ଭାଜପା ପ୍ରାର୍ଥୀ ଚୟନରେ ଓବିସି-ଦଳିତ ସୂତ୍ର ଆପଣାଇଥବା କୁହାଯାଉଛି। ରବିବାର ଓ ସୋମବାର ଘୋଷଣା କରାଯାଇଥିବା ୨୨ ପ୍ରାର୍ଥୀଙ୍କ ମଧ୍ୟରୁ ଅଧାରୁ ଅଧିକ ସାମାଜିକ ପଛୁଆ ବର୍ଗର ବୋଲି ଜଣାପଡ଼ିଛି। ବିଭିନ୍ନ ଦଳ, ଏପରିକି ଭାଜପାର ସହଯୋଗୀ ଦଳଗୁଡ଼ିକ ଜାତିଭିତ୍ତିକ ଜନଗଣନା ଲାଗି ଦାବିକୁ ଜୋର୍‌ଦାର କରିଥିବାବେଳେ ଶାସକ ଦଳ ଜୁନ୍‌ ୧୦ ରାଜ୍ୟ ସଭା ନିର୍ବାଚନ ପାଇଁ ଓବିସି ଏବଂ ଦଳିତଙ୍କୁ ରାଜନୈତିକ ସଶକ୍ତିକରଣକୁ ଫୋକସ୍‌ କରିଛି। ୯ ଜଣ ଓବିସିଙ୍କୁ ପ୍ରାର୍ଥୀ କରି ଗୈରିକ ଦଳ ଜାତିଭିତ୍ତିକ ଜନଗଣନା ରାଜନୀତିର ମୁକାବିଲା କରିବାକୁ ଚାହୁଁଥିବା ଅନୁମାନ କରାଯାଉଛି। ୨୦୧୪ରୁ ଭାଜପା ଜିତିବା ପାଇଁ ଏହି ସୂତ୍ର ଆପଣାଇ ଆସିଛି। ଉତ୍ତରପ୍ରଦେଶରେ କ୍ଷମତାକୁ ଫେରିବାକୁ ହେଲେ ଓବିସି-ଦଳିତ ଭୋଟ ବ୍ୟାଙ୍କକୁ କବ୍‌ଜା କରିବାକୁ ହେବ ବୋଲି ଦଳୀୟ ନେତାମାନେ ଆକଳନ କରିଥିଲେ। ୨୨ ପ୍ରାର୍ଥୀଙ୍କ ମଧ୍ୟରେ ୬ ଜଣ ମହିଳା ଅଛନ୍ତି। ଉତ୍ତରପ୍ରଦେଶରେ ଦିଆଯାଇଥିବା ୮ ପ୍ରାର୍ଥୀଙ୍କ ମଧ୍ୟରୁ ଲକ୍ଷ୍ମୀକାନ୍ତ ବାଜପାୟୀ ଏବଂ ରାଧାମୋହନ ଦାସ ଉଚ୍ଚ ଜାତିର ହୋଇଥିବାବେଳେ ଅନ୍ୟ ୬ ଜଣ ପଛୁଆ ବର୍ଗର। ସେହିପରି ବିହାରରେ ଓବିସି ନେତା ଶମ୍ଭୁଶରନ ପଟେଲ ଏବଂ ବ୍ରାହ୍ମଣ ସମ୍ପ୍ରଦାୟରୁ ସତୀଶ ଚନ୍ଦ୍ର ଦୁବେଙ୍କୁ ପ୍ରାର୍ଥୀ କରାଯାଇଛି। କର୍ନାଟକରେ କେନ୍ଦ୍ରମନ୍ତ୍ରୀ ନିର୍ମଳା ସୀତାରାମନ୍‌ଙ୍କ ବ୍ୟତୀତ ଭୋକ୍କାଲିଗା ସମ୍ପ୍ରଦାୟର ପୂର୍ବତନ ଅଭିନେତା ଜଗୀଶ ଏବଂ ଦଳର ପୂର୍ବତନ କୋଷାଧ୍ୟକ୍ଷ ଲାହର ସିଂ ସିରୋୟାଙ୍କୁ ପ୍ରାର୍ଥୀ କରାଯାଇଛି। ସେହିପରି ମଧ୍ୟପ୍ରଦେଶରେ ଦୁଇଜଣ ମହିଳା, ଜଣେ ଦଳିତ ଏବଂ ଜଣେ ଓବିସି ନେତା ପ୍ରାର୍ଥୀ ହୋଇଛନ୍ତି। ଉତ୍ତରାଖଣ୍ଡରୁ ପ୍ରାର୍ଥୀ ହୋଇଥିବା କଳ୍ପନା ସାଇନି ପଛୁଆ ବର୍ଗର। ମହାରାଷ୍ଟ୍ରରେ ଓବିସି ନେତା ଅନିଲ ସୁଖଦେବରାଓ ବଣ୍ଡେ ଏବଂ ରାଜସ୍ଥାନରୁ ବ୍ରାହ୍ମଣ ସମ୍ପ୍ରଦାୟ ନେତା ଘନଶ୍ୟାମ ତିଓ୍ବ୍‌ାରିଙ୍କୁ ଭାଜପା ଟିକେଟ ଦେଇଛି।

 


Enter your email to get our daily news in your inbox.

All Right Reserved By Dharitri.Com

ଏପ୍ରିଲ ୨୦ରେ ଐତିହାସିକ ଚନ୍ଦନ ଯାତ୍ରା, ଠାକୁରଙ୍କ ନୌବିହାର ପାଇଁ ଆସିଲା ଡ଼ଙ୍ଗା

ଗଞ୍ଜାମ,୨ା୪(ବିଦ୍ୟାଧର ସାହୁ ): ଗଞ୍ଜାମ ଏନଏସି ଅନ୍ତର୍ଗତ କରଣ ସାହି ସ୍ଥିତ ଶ୍ରୀଶ୍ରୀ ମଦନ ମୋହନ ଗୋପାଳ ସ୍ୱାମୀଙ୍କ ପୀଠରେ ଚଳିତ ମାସ ରୁ ଆରମ୍ଭ ହେବ…

ମୁହାଁମୁହିଁ ଧକ୍କା ହୋଇ ଓଲଟିପଡିଲା ଅଟୋ, ଦୁଇ ଯାତ୍ରୀ….

ନନ୍ଦପୁର,୨।୪(ତୁଷାର କାନ୍ତ ମହାନ୍ତି): ନନ୍ଦପୁର ହାଣ୍ଡିପୁଟ ସଂଯୋଗୀ ଏମଡିଆର ୫୫ ରାସ୍ତାର ହିକିମପୁଟ-ମାରଡା ଛକ ମଧ୍ୟରେ ଗୁରୁବାର ସକାଳେ ଏପି୩୯ ଟିଏମ ୦୦୬୫ ଓ ଓଡ଼ି ୧୦…

SIR ଡ୍ୟୁଟିରେ ଥିବା ବିଚାରପତିଙ୍କୁ ସୁରକ୍ଷା ଦେବା ପାଇଁ ସୁପ୍ରିମକୋର୍ଟଙ୍କ କଡ଼ା ନିର୍ଦ୍ଦେଶ

ନୂଆଦିଲ୍ଲୀ/କୋଲକାତା,୨ା୪: ପଶ୍ଚିମବଙ୍ଗରେ ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (SIR) ପାଇଁ ନିଯୁକ୍ତ ନ୍ୟାୟିକ ବିଚାରପତିମାନଙ୍କ ପ୍ରତି ସୃଷ୍ଟି ହୋଇଥିବା ବିପଦକୁ ସୁପ୍ରିମକୋର୍ଟ ଗୁରୁବାର ଗମ୍ଭୀର ଭାବରେ…

ରାଘବ ଚଢାଙ୍କୁ ବଡ଼ ଝଟକା , ଉପନେତା ପଦରୁ ହଟାଇଲା AAP

ନୂଆଦିଲ୍ଲୀ,୨।୪: ଆମ ଆଦମୀ ପାର୍ଟି (ଏଏପି) ରାଘବ ଚଢାଙ୍କୁ ଏକ ବଡ଼ ଝଟ୍‌କା ଦେଇଛି। ଦଳ ରାଜ୍ୟ ସଭା ସଚିବାଳୟକୁ ଚିଠି ଲେଖି ତାଙ୍କୁ ଗୃହର ଉପନେତା…

ନଦୀକୁ ଡେଇଁ କରୁଥିଲେ ରିଲସ, ପାଣିରେ ବୁଡ଼ି ଯୁବକ….

ଭଦ୍ରକ,୨।୪(ସନାତନ ରାଉତ): ରିଲସ କରିବା ହେଲା କାଳ । ଗୁରୁବାର ଭଦ୍ରକ ପୁରୁଣା ବଜାର ଥାନା ସଂଥିଆ ପୋଲ ଉପରୁ ସାଳନ୍ଦୀ ନଦୀକୁ ଡେଇଁ ୨ ଯୁବକ…

SIR ଅଧିକାରୀଙ୍କୁ ବନ୍ଧକ ରଖିବା ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ କଠୋର ଆଭିମୁଖ୍ୟ: ମମତା ବାନାର୍ଜୀ ସରକାରଙ୍କୁ କାରଣ ଦର୍ଶାଅ ନୋଟିସ

ନୂଆଦିଲ୍ଲୀ,୨।୪: ପଶ୍ଚିମବଙ୍ଗରେ ଏକ ସ୍ବତନ୍ତ୍ର ସଘନ ସମୀକ୍ଷା (SIR) କରିବାକୁ ଯାଇଥିବା ଅଧିକାରୀମାନଙ୍କୁ ବନ୍ଧକ ରଖିବା ମାମଲାରେ ସୁପ୍ରିମକୋର୍ଟ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଏହି ମାମଲାରେ…

ଫିଲ୍ମ ଷ୍ଟାଇଲ୍‌ରେ ଗୋରୁ ଗାଡ଼ିକୁ ୧୨ କିଲୋମିଟର ଗୋଡ଼ାଇ ଗୋଡ଼ାଇ ଶେଷରେ ପୋଲିସ…

ପରଜଙ୍ଗ,୨ା୪(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ସାଆନ୍ଦା ଫାଣ୍ଡି ପୋଲିସ ଫିଲ୍ମ ଷ୍ଟାଇଲରେ ପ୍ରାୟ ୧୨ କିଲୋମିଟର ରାସ୍ତା ଗୋଡ଼ାଇ ଗୋଡ଼ାଇ ଗୋରୁ ଗାଡ଼ି ଧରିବାରେ…

ଆନ୍ଦୋଳନରେ ସୁଇପର, ଅଳିଆ ଆବର୍ଜନାରେ ପୂରିଛି ସହର

ଗଞ୍ଜାମ,୨ା୪(ବିଦ୍ୟାଧର ସାହୁ): ୧୨ଟି ଓ୍ବାର୍ଡକୁ ନେଇ ଗଠିତ ଗଞ୍ଜାମ ଏନ୍‌ଏସି ବିଭିନ୍ନ ସମସ୍ୟା ଦେଇ ଗତି କରୁଥିବା ବେଳେ ୩ ଦିନରୁ ଊର୍ଦ୍ଧ୍ୱ ହେବ ସଫେଇ କାର୍ଯ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri