Categories: ଜାତୀୟ

ମୁଖ୍ୟମନ୍ତ୍ରୀ ଦୌଡରୁ ବାହାରିଗଲେ ବାବା ବାଲକନାଥ! ସୋସିଆଲ ମିଡିଆରେ ପୋଷ୍ଟ କରି ଦେଲେ ଏଭଳି ସଙ୍କେତ

ଜୟପୁର,୯।୧୨: ରାଜସ୍ଥାନ ବିଧାନସଭାରେ ବିଜୟ ପରେ ଭାରତୀୟ ଜନତା ପାର୍ଟି (ଭାଜପା) ଏଠାରେ କାହାକୁ ମୁଖ୍ୟମନ୍ତ୍ରୀ କରିବ ସେନେଇ ସନ୍ଦେହ ଘେରରେ ରହିଛି। ସବୁଠାରୁ ଚର୍ଚ୍ଚିତ ଚେହେରାମାନଙ୍କ ମଧ୍ୟରେ ବାବା ବାଲକନାଥଙ୍କ ନାମ ଅଛି ଯାହାକୁ ରାଜସ୍ଥାନର ଯୋଗୀ ମଧ୍ୟ କୁହାଯାଏ। ପ୍ରକାଶ ଥାଉକି, ଶନିବାର ସେ ନିଜେ ଏପରି କିଛି କହିଛନ୍ତି, ଯାହାକୁ ଦେଖିଲେ ମନେହେଉଛି ଯେ ସେ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ପଦ ଦୌଡରୁ ବାହାରିଯାଇଛନ୍ତି।

୨୦୧୯ରେ ଭାଜପା ଟିକଟରେ ଅଲୱର ଲୋକ ସଭା ନିର୍ବାଚନମଣ୍ଡଳୀରୁ ଏମ୍‌ପି ଭାବରେ ନିର୍ବାଚିତ ହୋଇଥିବା ବାଲକନାଥ ସୋସିଆଲ ମିଡିଆ ଏକ୍ସରେ ଲେଖିଛନ୍ତି କି, ଦଳ ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଲୋକମାନେ ପ୍ରଥମ ଥର ପାଇଁ ଏମ୍‌ପି ଓ ବିଧାୟକ କରି ଦେଶ ସେବା କରିବାର ସୁଯୋଗ ଦେଇଛନ୍ତି। ନିର୍ବାଚନ ଫଳାଫଳ ବାହାରିବା ପରେ ମିଡିଆ ଏବଂ ସୋସିଆଲ ମିଡିଆରେ ଚାଲିଥିବା ଚର୍ଚ୍ଚାକୁ ଅଣଦେଖା କରନ୍ତୁ। ମୁଁ ଏବେ ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନରେ ଅଭିଜ୍ଞତା ହାସଲ କରିବାକୁ ଚାହୁଁଛି।

ବାବା ବାଲକନାଥ ୨୦୧୯ରେ ଭାଜପା ଟିକେଟରେ ଅଲୱର ଲୋକ ସଭା ନିର୍ବାଚନମଣ୍ଡଳୀରୁ ଏମ୍‌ପି ଭାବରେ ନିର୍ବାଚିତ ହୋଇଥିଲେ। ଏଥର ଦଳ ତାଙ୍କୁ ଜିଲାର ତିଜାରା ଆସନରୁ ବିଧାନସଭା ନିର୍ବାଚନ ପାଇଁ ଟିକେଟ ଦେଇଥିଲା। ସେ କଂଗ୍ରେସ ପ୍ରାର୍ଥୀ ଇମ୍‌ରାନ ଖାନଙ୍କୁ ପରାସ୍ତ କରି ବିଜୟ ହୋଇଥିଲେ। ଏହା ପରେ ସେ ଏମ୍‌ପି ପଦରୁ ଇସ୍ତଫା ଦେଇଛନ୍ତି ଏବଂ ତାଙ୍କ ନାମ ରାଜ୍ୟ ମୁଖ୍ୟମନ୍ତ୍ରୀ ଦୌଡରେ ଅଛି।

Share