Categories: ଜାତୀୟ

ରାଜୌରୀରେ ଅନୁପ୍ରବେଶ ଉଦ୍ୟମ ପଣ୍ଡ: ଜଣେ ଆତଙ୍କବାଦୀ ନିହତ

ଶ୍ରୀନଗର,୧୯।୧୧: ଜମ୍ମୁ-କଶ୍ମୀରର ରାଜୌରୀ ସେକ୍ଟରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଶନିବାର ସୁରକ୍ଷାକର୍ମୀ ଓ ପାକିସ୍ତାନୀ ଅନୁପ୍ରବେଶକାରୀ ମୁହାଁମୁହିଁ ହୋଇଛନ୍ତି। ଏହି ସମୟରେ ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ଜଣେ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି। ଅନ୍ୟପଟେ ବାକି ଆତଙ୍କବାଦୀମାନେ ଭୟଭୀତ ହୋଇ ସାମୀରୁ ଫେରାର ହୋଇଯାଇଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ନୌସେରା ସେକ୍ଟରର ସୀମାରେ କେତେକ ଆତଙ୍କବାଦୀ ଅନୁପ୍ରବେଶ କରିବା ପାଇଁ ଉଦ୍ୟମ କରିଥିଲେ। ହେଲେ ଏହି ସମୟରେ ସୁରକ୍ଷାକର୍ମୀ ତାଙ୍କ ଉଦ୍ୟମକୁ ପଣ୍ଡ କରିବା ସହ ସେମାନଙ୍କୁ ଆତ୍ମସମର୍ପଣ କରିବା ପାଇଁ ଚେତାବନୀ ଦେଇଥିଲେ। କିନ୍ତୁ ସେମାନେ ଆତ୍ମସମର୍ପଣ କରିବା ପରିବର୍ତ୍ତେ ପଳାୟନ କରିଥିଲେ। ସେତିକିବେଳେ ସୁରକ୍ଷାକର୍ମୀଙ୍କ ଗୁଳିବିନିମୟରେ ଜଣେ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି। ଘଟଣାସ୍ଥଳରୁ ଗୋଳା ବାରୁଦ ଜବତ ହେବା ହୋଇଥିବା ବେଳ ଏବେ ବି ସେଠାରେ ସର୍ଚ୍ଚ ଅପରେଶନ୍‌ ଜାରି ରହିଛି।

Share