Categories: ଜାତୀୟ

ଆମେ ବ୍ରହ୍ମୋସ କ୍ଷେପଣାସ୍ତ୍ର ଏଇଥିପାଇଁ ନିର୍ମାଣ କରୁଛୁ, ବିଶ୍ୱର କୌଣସି ଦେଶ ଆମକୁ ଶତ୍ରୁ ଭାବେ ନ ଦେଖୁ: ରାଜନାଥ

ଲକ୍ଷ୍ନୌ,୨୬ ।୧୨: ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ରବିବାର ଉତ୍ତର ପ୍ରଦେଶର ଲକ୍ଷ୍ନୌରେ ବ୍ରହ୍ମୋସ କ୍ଷେପଣାସ୍ତ୍ର ଉତ୍ପାଦନ ୟୁନିଟର ଶିଳାନ୍ୟାସ କରିଛନ୍ତି । ଏହି ଅବସରରେ ସେ କହିଛନ୍ତି ବ୍ରହ୍ମୋସ ଏଇଥିପାଇଁ ନିର୍ମାଣ କରାଯାଉଛି, ଯେ ବିଶ୍ୱର କୌଣସି ବି ଦେଶ ଭାରତକୁ ଶତ୍ରୁ ନଜରରେ ଦେଖିବାକୁ ସାହସ ବି କରିବ ନାହିଁ । ସେ ଆହୁରି ମଧ୍ୟ କହିଛନ୍ତି ବହ୍ମୋସ ଏଇଥିପାଇଁ ନିର୍ମାଣ କରାଯାଉଛି ଯେ ଦେଶ ନିକଟରେ ଏମିତି ଶକ୍ତି ଥାଉ ଯାହାର ସାମ୍ନା କରିବାକୁ ଶତ୍ରୁକୁ ତିନି ଥର ଭାବିକୁ ପଡିବ । ପାକିସ୍ତାନର ନାଁ ନ ନେଇ ରାଜନାଥ କହିଛନ୍ତି ଉରି, ପୁଲୱାମା ଘଟଣାକୁ ଟିକେ ମନେ ପକାନ୍ତୁ, ଆମର ଗୋଟିଏ ପଡୋଶୀ ଦେଶ ଯିଏ ପୁଲୱାରେ ଆତଙ୍କବାଦୀ ଆକ୍ରମଣକୁ ସଫଳ କରାଇଲା, ଏହାପରେ ଆମର ପ୍ରଧାନମନ୍ତ୍ରୀ ଯେଉଁ ନିଷ୍ପତ୍ତି ନେଲେ ଆମେ ସେହି ଦେଶରେ ଯାଇ ସେଠାରେ ଥିବା ଆତଙ୍କବାଦୀଙ୍କୁ ସଫା କରି ଆସିଲୁ । ତେଣୁ ପ୍ରତି ମୁହୂର୍ତ୍ତରେ ଆମ ସେନାଙ୍କ ଶକ୍ତି ବୃଦ୍ଧି ହେବା ଭଲ । ସେ ଆହୁରି ମଧ୍ୟ କହିଛନ୍ତି ଏହା ଦ୍ୱାରା ଲୋକଙ୍କ ରୋଜଗାରର ମାଧ୍ୟମ ମିଳିଯିବ ଓ ଉତ୍ତର ପ୍ରଦେଶ ଅର୍ଥ ବ୍ୟବସ୍ଥାରେ ଏକ ନୂଆ ଅଧ୍ୟାୟ ଯୋଡିହେବ । ଏହି ଅବସରରେ ପ୍ରତିକ୍ଷାମନ୍ତ୍ରୀ ରାଜନାଥ ସିଂ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଭ୍‌କ ପ୍ରଶଂସା କରି କହିଛନ୍ତି, ମୋତେ ବିଶ୍ୱାସ ହେଉନି ଏତେଶୀଘ୍ୟ ଏହି ୟୁନିଟ କରାମ କରିବାକୁ ଯାଉଛି । ଏଥିପାଇଁ ୋଗୀ ସରକାର ୨ଶହ ଏକର ଜମି ଯୋଗାଇ ଦେଛନ୍ତି । ଏହାସହ ଉତ୍ତର ପ୍ରଦେଶରେ ଯୋଗୀ ସରକାରଙ୍କ ପ୍ରଶଂସା କରିଛନ୍ତି ରାଜନାଥ ।

Share