‘ମେକ୍‌ ଇନ୍‌ ଇଣ୍ଡିଆ’ କୁ ‘ମେକ୍‌ ଫର ଦ ଓ୍ବାଲର୍‌ଡ’ ପାଇଁ ଆହ୍ବାନ, ବୋଇଙ୍ଗ୍‌-ରାୟଥୋନ ପ୍ରମୁଖଙ୍କୁ ଭେଟିଲେ ରାଜନାଥ…

ଓ୍ବାଶିଂଟନ, ୧୧।୪ : ଭାରତ ଆମେରିକା ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ମଧ୍ୟରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ‘ମେକ୍‌ ଇନ୍‌ ଇଣ୍ଡିଆ’ କୁ ‘ମେକ୍‌ ଫର ଦ ଓ୍ବାଲ୍ଡର୍ର୍’ ପାଇଁ ଆହ୍ବାନରେ ପରିଣତ କରିବା ଲାଗି ପ୍ରୟାସ କରିଛନ୍ତି। ଏହି ପରିପ୍ରେକ୍ଷୀରେ ସେ ବୋଇଙ୍ଗ୍‌ ଏବଂ ରାୟଥୋନ ପ୍ରମୁଖଙ୍କୁ ଓ୍ବାଶିଂଟନ ଡିସିରେ ଭେଟିଛନ୍ତି। ‘ମେକ୍‌ ଇନ୍‌ ଇଣ୍ଡିଆ’ର ଲାଭ ନେବାକୁ ସେ କହିଛନ୍ତି।

ଏହାକୁ ‘ମେକ୍‌ ଫର ଦ ଓ୍ବାଲ୍ଡର୍ର୍’ କରିବା ଲାଗି ସହାୟତା ଯୋଗାଇ ଦେବାକୁ ରାଜନାଥ ସେମାନଙ୍କୁ ଅନୁରୋଧ କରିଛନ୍ତି। ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ସହିତ ଏକ ଭର୍ଚୁଆଲ ବୈଠକରେ ଯୋଗଦେବା ପୂର୍ବରୁ ରାଜନାଥ ବୋଇଙ୍ଗ୍‌ ଏବଂ ରାୟଥୋନ ପ୍ରମୁଖଙ୍କୁ ଭେଟିଛନ୍ତି।

ପ୍ରତିରକ୍ଷାମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟୁଇଟ୍‌ କରି ଏ ସମ୍ପର୍କରେ ସୂଚନା ପ୍ରଦାନ କରାଯାଇଛି। ରାଜନାଥ ୫ ଦିନିଆ ଆମେରିକା ଗସ୍ତରେ ରବିବାର ଓ୍ବାଶିଂଟନ ଡିସିରେ ପହଞ୍ଚିଛନ୍ତି।

Share