ଅପରେଶନ ସିନ୍ଦୂରକୁ ନେଇ ୩ ଶବ୍ଦରେ ବିରୋଧିଙ୍କୁ ଜବାବ ଦେଲେ ରାଜନାଥ

ନୂଆଦିଲ୍ଲୀ,୨୮।୭: ଲୋକ ସଭାରେ ଅପରେଶନ ସିନ୍ଦୂର ଉପରେ ଆଲୋଚନା ଆରମ୍ଭ ହୋଇଛି। ଗୃହରେ ପ୍ରାରମ୍ଭିକ ହଟ୍ଟଗୋଳ ପରେ, ଏବେ ୧୬ ଘଣ୍ଟାର ବିତର୍କ ଆରମ୍ଭ ହୋଇଛି, ଯାହା ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆରମ୍ଭ କରିଥିଲେ। ଏହି ସମୟରେ ସେ ଅପରେଶନ ସିନ୍ଦୂରରେ ଭାରତୀୟ ସେନାର ବୀରତ୍ୱକୁ ପ୍ରଶଂସା କରିଥିଲେ ଏବଂ ହଠାତ ଏହି ଅପରେଶନ ବନ୍ଦ କରିବାର କାରଣ ମଧ୍ୟ ବ୍ୟାଖ୍ୟା କରିଥିଲେ। ଏହା ସହିତ, ସେ ଏହି ଅପରେଶନକୁ ନେଇ ପ୍ରଶ୍ନ କରୁଥିବା ବିରୋଧୀ ଦଳଗୁଡ଼ିକୁ ମଧ୍ୟ କଡ଼kା ଜବାବ ଦେଇଥିଲେ।
ଅନ୍ୟପକ୍ଷରେ, ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଏବଂ ଏସପି ମୁଖ୍ୟ ଅଖିଳେଶ ଯାଦବ ବିରୋଧୀ ଦଳର ନେତୃତ୍ୱ ନେବେ। ଅନ୍ୟପକ୍ଷରେ, ବିହାରରେ ନିର୍ବାଚନ କମିଶନଙ୍କ SIR ଅଭିଯାନ ବିରୋଧରେ ରାଜ୍ୟ ସଭାରେ ପୁଣି ଥରେ ହଟ୍ଟଗୋଳ ଦେଖିବାକୁ ମିଳିଥିଲା, ଯାହା ଯୋଗୁ ଗୃହର କାର୍ଯ୍ୟକୁ ୨ଟା ପର୍ଯ୍ୟନ୍ତ ମୁଲତବୀ ରଖାଯାଇଥିଲା। ଅନ୍ୟପକ୍ଷରେ, ଏସପି ସାଂସଦ ଡିମ୍ପଲ ଯାଦବଙ୍କ ସମ୍ପର୍କରେ ମୌଲାନା ସାଜିଦ ରଶିଦିଙ୍କ ଆପତ୍ତିଜନକ ବୟାନ ଉପରେ ଭାଜପା ଆଜି ସଂସଦ ଭବନର ମକର ଦ୍ୱାରରେ ପ୍ରତିବାଦ କରିଥିଲା।
ରାଜନାଥ ସିଂହ କହିଛନ୍ତି, ‘ବିରୋଧୀ ଦଳ ଆମକୁ ଥରେ ମଧ୍ୟ ପଚାରି ନଥିଲେ ଯେ ଆମର ସେନା କେତେ ଶତ୍ରୁ ସୈନିକଙ୍କୁ ହତ୍ୟା କରିଛନ୍ତି। ସେମାନେ ଏହା ପଚାରିବା ଉଚିତ…
ଭାରତ କ’ଣ ପାକିସ୍ତାନରେ ଆତଙ୍କବାଦୀ ଆଡ୍ଡାକୁ ନଷ୍ଟ କରିଥିଲା? ଉତ୍ତର ହେଉଛି ହଁ।
ତୁମେ ପଚାରିବା ଉଚିତ ଯେ ଅପରେଶନ ସିନ୍ଦୂର ସଫଳ ହୋଇଥିଲା କି ନାହିଁ। ଉତ୍ତର ହେଉଛି ହଁ।
ଏହି ଅପରେଶନରେ ଆମର ସାହସୀ ସୈନିକମାନେ କିଛି କ୍ଷତି ସହିଥିଲେ କି? ଉତ୍ତର ହେଉଛି ନା।
ରାଜନାଥଙ୍କ ଏମିତି ଉତ୍ତର ଏବେ ଚର୍ଚ୍ଚାର ବିଷୟ ପାଲଟିଛି।
ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି, ‘ଆତଙ୍କବାଦ ବିରୁଦ୍ଧରେ ଆମର ଲଢ଼େଇ କେବଳ ସୀମାରେ ନୁହେଁ ବରଂ ଆଦର୍ଶ ମୋର୍ଚ୍ଚାରେ ମଧ୍ୟ ଲଢ଼ାଯାଉଛି। ଏହି ଉଦ୍ଦେଶ୍ୟରେ, ପ୍ରଧାନମନ୍ତ୍ରୀ ଅନେକ ପ୍ରତିନିଧିମଣ୍ଡଳ ଗଠନ କରିଥିଲେ, ଯେଉଁଥିରେ ଆମର ଦଳର ଅଧିକାଂଶ ସାଂସଦ ସାମିଲ ଥିଲେ। ପ୍ରକୃତରେ, ଏହି ଗୋଷ୍ଠୀ ବିଶ୍ୱ ମଞ୍ଚରେ ଭାରତର ଦୃଷ୍ଟିକୋଣକୁ ବହୁତ ପ୍ରଭାବଶାଳୀ ଭାବରେ ଉପସ୍ଥାପନ କରିଥିଲା ଏବଂ ଆତଙ୍କବାଦ ବିରୁଦ୍ଧରେ ବିଶ୍ୱ ସମର୍ଥନକୁ ମଜବୁତ କରିଥିଲା। ମୁଁ ମୋର ମୁଣ୍ଡ ନଇଁ ସେହି ସମସ୍ତ ସମ୍ମାନୀୟ ସଦସ୍ୟଙ୍କ ପ୍ରତି ମୋର କୃତଜ୍ଞତା ପ୍ରକାଶ କରିବାକୁ ଚାହୁଁଛି।’


Enter your email to get our daily news in your inbox.

All Right Reserved By Dharitri.Com

ଭାରତୀୟ ଜାହାଜ ସୁରକ୍ଷିତ ଛାଡିବାକୁ ଦୁଇଟି ସର୍ତ୍ତ ରଖିଲା ଇରାନ

ନୂଆଦିଲ୍ଲୀ,୧୬।୩: ଗଲ୍ଫ ଅଞ୍ଚଳରେ ଜାରି ରହିଥିବା ଯୁଦ୍ଧ ମଧ୍ୟରେ ଭାରତୀୟ ଜାହାଜଗୁଡ଼ିକର ସୁରକ୍ଷିତ ଯାତାୟାତ ପାଇଁ କୂଟନୈତିକ ସ୍ତରରେ ବଡ଼ ଧରଣର ଆଲୋଚନା ଆରମ୍ଭ ହୋଇଛି। ହର୍ମୁଜ…

ଓଡ଼ିଶାର ୯ ଜିଲା ଦେଇ ଯିବ ଖଡ଼ଗପୁର-ବିଜୟୱାଡା ଏକ୍ସପ୍ରେସୱେ

ଭୁବନେଶ୍ୱର,୧୬।୩: ଓଡ଼ିଶା ପାଇଁ ଏକ ବଡ଼ ଖବର। ରାଜ୍ୟରେ ଗଡ଼ିବ ବିକାଶର ଗାଡ଼ି। ପଶ୍ଚିମବଙ୍ଗର ଖଡ଼ଗପୁରରୁ ଆନ୍ଧ୍ରପ୍ରଦେଶର ବିଜୟୱାଡାକୁ ସଂଯୋଗ କରୁଥିବା ହାଇସ୍ପିଡ୍ କରିଡର ଏବେ ଓଡ଼ିଶାର…

ଗୋଟେ ଚୁଟ୍‌କିରେ ବଦଳିଗଲା ରାଜ୍ୟ ସଭା ଗଣିତ: କ’ଣ ଭାବିଥିଲେ, କ’ଣ ହେଲା…

ଭୁବନେଶ୍ୱର,୧୬।୩: ଅପେକ୍ଷାର ଅନ୍ତ ଘଟିଛି । ରାଜ୍ୟ ସଭା ନିର୍ବାଚନର ଫଳାଫଳ ସାମ୍ନାକୁ ଆସିଛି । ଭାଜପାର ମନମୋହନ ସାମଲ ଓ ସୁଜିତ କୁମାର ବିଜୟୀ ହୋଇଛନ୍ତି…

ଓଡ଼ିଶା ରାଜ୍ୟସଭା ନିର୍ବାଚନ: ଭାଜପାର ଦବଦବା; ବିଜେଡି ଗୋଟିଏରେ ବିଜୟୀ

ଭୁବନେଶ୍ୱର,୧୬।୩: ଓଡ଼ିଶାରେ ସୋମବାର ଅନୁଷ୍ଠିତ ରାଜ୍ୟସଭା ନିର୍ବାଚନରେ ଶାସକ ଭାରତୀୟ ଜନତା ପାର୍ଟି (ଭାଜପା) ବଡ଼ ସଫଳତା ହାସଲ କରିଛି। ରାଜ୍ୟର ୪ଟି ଆସନ ମଧ୍ୟରୁ ଭାଜପା…

ରାଜ୍ୟ ସଭା ନିର୍ବାଚନରେ ବିଜୟୀ ହେଲେ ଦିଲ୍ଲୀପ ରାୟ

ଭୁବନେଶ୍ୱର,୧୬।୩: ରାଜ୍ୟ ସଭା ନିର୍ବାଚନରେ ଦିଲ୍ଲୀପ ରାୟ ବିଜୟୀ ହୋଇଛନ୍ତି। ସେ ସ୍ବାଧୀନ ପ୍ରାର୍ଥୀ ଭାବେ ଜିତିଛନ୍ତି। ଚତୁର୍ଥ ଆସନ ପାଇଁ ହୋଇଥିବା କଡ଼ା ମୁକାବିଲାରେ ଭାଜପା…

ବିଶ୍ୱରେ ଚାଲିଛି ଯୁଦ୍ଧ, ଭାରତରେ ହ୍ରାସ ପାଇଲା ବେକାରୀ ହାର

ନୂଆଦିଲ୍ଲୀ,୧୬।୩: ବିଶ୍ୱ ଅର୍ଥନୀତିରେ ଯୁଦ୍ଧ ଓ ଅସ୍ଥିରତା ମଧ୍ୟରେ ଭାରତରୁ ଆସିଛି ଏକ ଆଶ୍ୱସ୍ତିକର ଖବର। ଦେଶରେ ବେକାରୀ ହାରରେ ସାମାନ୍ୟ ହ୍ରାସ ଘଟିଥିବା ପରିସଂଖ୍ୟାନ ମନ୍ତ୍ରଣାଳୟ…

SCBରେ ନିଆଁ: ରିପୋର୍ଟ ମାଗିଲେ NHRC

କଟକ, ୧୬।୩: କଟକ SCBରେ ନିଆଁ ଲାଗି ୧୦ ଜଣଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟ ସଚିବଙ୍କୁ ରିପୋର୍ଟ ମାଗିଛନ୍ତି ଜାତୀୟ ମାନବାଧିକାର କମିଶନ(NHRC )। ଘଟଣାର ଅନୁଧ୍ୟାନ…

ପାରିବାରିକ କଳହର କରୁଣ ପରିଣତି, ଶାଶୁ-ଶଳାଙ୍କୁ ଛୁରୀ ଭୁସିଲେ ଜ୍ବାଇଁ

ଲକ୍ଷ୍ନୌ,୧୬ା୩: ଉତ୍ତରପ୍ରଦେଶ ବରେଲି ଜିଲାର ଇଜ୍ଜତନଗର ପୋଲିସ ଷ୍ଟେସନ ଅଞ୍ଚଳର ରାହପୁରା ଚୌଧୁରୀ ଅଞ୍ଚଳରେ ସୋମବାର ଏକ ପାରିବାରିକ ବିବାଦର ସମାଧାନ ପାଇଁ ଏକ ବୈଠକ ବସିଥିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri