୪୪ କୋଟିରେ ରାଜକୁମାରଙ୍କୁ ଘର ବିକିଲେ ଜାହ୍ନବୀ

ବମ୍ବେ: ଅଭିନେତା ରାଜକୁମାର ରାଓଙ୍କୁ ଘର ବିକିଲେ ଅଭିନେତ୍ରୀ ଜାହ୍ନବୀ କପୁର। ଦୁଇ ବର୍ଷ ତଳେ ଜାହ୍ନବୀ ଆପାର୍ଟମେଣ୍ଟକୁ କିଣିଥିଲେ। ହେଲେ ଏବେ ସେ ୪୪ କୋଟିରେ ତାକୁ ବିକି ଦେଇଛନ୍ତି।

ଜାହ୍ନବୀଙ୍କ ଆପାର୍ଟମେଣ୍ଟଟି ୩,୪୫୬ ବର୍ଗଫୁଟ ଅଞ୍ଚଳରେ ପରିବ୍ୟାପ୍ତ। ଏହା ଏକ ଟ୍ରିପ୍‌ଲେକ୍ସ ଆପାର୍ଟମେଣ୍ଟ। ଏଥିସହ ପାର୍କିଂ ସୁବିଧା ମଧ୍ୟ ରହିଛି। ରାଜକୁମାର ଏହାକୁ କିଣିବାକୁ ୪୪ କୋଟି ବ୍ୟତିତ ଅଧିକ ୨.୧୯ କୋଟି ରେଜିଷ୍ଟ୍ରେଶନ ଫିସ୍‌ ଦେଇଛନ୍ତି।

ଜାହ୍ନବୀ ୩୯ କୋଟିରେ ଆପାର୍ଟମେଣ୍ଟକୁ କିଣିଥିବା ବେଳେ ଏବେ ଅଧିକରେ ବିକିଥିବା ସ୍ପଷ୍ଟ ହୋଇଛି। ଏଥିରେ ଅଭିନେତ୍ରୀଙ୍କର ୫ କୋଟି ଲାଭ ହୋଇଛି। ସ୍ତ୍ରୀଙ୍କ ସହ ଅଭିନେତା ଏହି ଘରେ ରହିବାକୁ ଯାଉଥିବାରୁ ବେଶ ଖୁସି ଥିବା କୁହାଯାଉଛି।

Share