ରିଲିଜ ହେବ ‘ବଧାଇ ଦୋ’

ମୁମ୍ବାଇ : ଆସୁଛି ‘ବଧାଇ ଦୋ’। ଆସନ୍ତାବର୍ଷ ସାଧାରଣତନ୍ତ୍ର ଦିବସର ଶେଷ ସପ୍ତାହରେ ଏହି ଫିଲ ରିଲିଜ୍‌ ହେବ। ହର୍ଷବର୍ଦ୍ଧନ କୁଲକର୍ଣ୍ଣିଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ରିଲିଜ ହେବା ନେଇ ନିର୍ମାତା ଏହାର ରିଲିଜ ତାରିଖ ଘୋଷଣା କରିସାରିଲେଣି। ଏହି ଫିଲ୍ମରେ ବଲିଉଡ ଅଭନେତା ରାଜକୁମାର ରାଓଙ୍କ ସହ ଭୂମି ପେଡ୍‌ନକରଙ୍କୁ ଦେଖିବାକୁ ମିଳିବ। ଏଥିରେ ସୀମା ପହୱା, ଶିବା ଚଢ଼ା, ଲଭ୍‌ଲିନା ମିଶ୍ରା, ନୀତୀଶ ପାଣ୍ଡେ, ଶଶି ଭୂଷଣ ପ୍ରମୁଖ ନଜର ଆସିବେ।
ବଧାଇ ହୋ ନୁହେଁ, ‘ବଧାଇ ଦୋ’ର ସମୟ ଆସିଛି। ପ୍ରେକ୍ଷାଳୟରେ ଦେଖିବାକୁ ଭୁଲନ୍ତୁ ନାହିଁ ଓ ଏବେଠୁ ତାରିଖ ଦିନ ମନେ ରଖନ୍ତୁ ବୋଲି ଅଭିିନେତ୍ରୀ ସୋସିଆଲ ମିଡିଆରେ କହିଛନ୍ତି। ପାରିବାରିକ କମେଡିକୁ ନେଇ ଫିଲ୍ମର ବିଷୟବସ୍ତୁ ରହିଛି। ରାଜକୁମାର ମହିଳା ପୋଲିସ ଷ୍ଟେଶନରେ ଜଣେ ପୋଲିସ ଭାବରେ କାର୍ଯ୍ୟରତ ଥିବାବେଳେ ଅଭିନେତ୍ରୀ ଖେଳ ଶିକ୍ଷୟିତ୍ରୀ ଭାବରେ ନଜର ଆସିବେ। ୨୦୧୮ରେ ‘ବଧାଇ ହୋ’ ନାମକ ଫିଲ୍ମ ଜାତୀୟ ପୁରସ୍କାର ପାଇବା ପରେ ଜଙ୍ଗଲି ପିକ୍ଚର୍ସ ଏହାର ସିକ୍ୱେଲ୍‌ ‘ବଧାଇ ଦୋ’ ରିଲିଜ୍‌ ହେବାକୁ ଯାଉଛି।

Share