ପତ୍ରଲେଖାଙ୍କ ହାତ ଧରିଲେ ରାଜକୁମାର

ବଲିଉଡ ଅଭିନେତା ରାଜକୁମାର ରାଓ ଗର୍ଲଫ୍ରେଣ୍ଡ ପତ୍ରଲେଖାଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ଉଭୟ ନିଜ ନିଜ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ବିବାହର ସୁନ୍ଦର ଫଟୋ ଶେୟାର କରିଛନ୍ତି। ଚଣ୍ଡିଗଡରେ ଉଭୟଙ୍କ ପରିବାର ଅନୁଷ୍ଠିତ ହୋଇଥିଲା। ୧୧ ବର୍ଷର ପ୍ରେମ ସମ୍ପର୍କ ପରେ ଦୁହେଁ ବିବାହ କରିଛନ୍ତି।
ରାଜକୁମାର ରାଓ ଏବଂ ପତ୍ରଲେଖା ୨୦୧୦ ପରଠାରୁ ପରସ୍ପରକୁ ଡେଟ କରୁଛନ୍ତି। ଦୁହେଁ ଦୀର୍ଘ ଦିନ ଧରିି ଲିଭ୍‌ ଇନ୍‌ ରିଲେସନ୍‌ସିପ୍‌ରେ ରହୁଥିଲେ। ରାଜକୁମାର ପ୍ରଥମେ ଏକ ବିଜ୍ଞାପନରେ ପତ୍ରଲେଖାଙ୍କୁ ଦେଖିଥିଲେ, ସେବେଠାରୁ ସେ ତାଙ୍କ ପ୍ରେମରେ ପଡିଥିଲେ। ମୁମ୍ବାଇକୁ ଆସିବା ପରେ ପତ୍ରଲେଖା ହଂଶାଲ ମେହେଟ୍ଟାଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ‘ସିଟି ଲାଇଟ’ରୁ ତାଙ୍କ କ୍ୟାରିଅର୍‌ ଆରମ୍ଭ କରିଥିଲେ। ରାଜକୁମାର ତାଙ୍କ ସହ ମୁଖ୍ୟ ଭୂମିକାରେ ଥିଲେ।

Share