Categories: ଜାତୀୟ

ବାଡ଼ ଡେଇଁବେ ରାଜକୁମାର ସିଂ !

ପାଟନା, ୨୬/୧: ଏଲ୍‌ଜେପି ମୁଖ୍ୟ ଚିରାଗ ପାସୱାନଙ୍କ ଚିନ୍ତା ବଢ଼ିବାରେ ଲାଗିଛି । ଏହାର ମୁଖ୍ୟ କାରଣ ପାଲଟିଛନ୍ତି ଏଲଜେପିର ଏକ ମାତ୍ର ବିଧାୟକ ରାଜକୁମାର ସିଂ। ରାଜକୁମାର ଏଲ୍‌ଜେପି ବାଡ଼ ଡେଇଁବା ପାଇଁ ଯୋଜନା କରିଥିବା ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି। ନିକଟରେ ରାଜକୁମାର ଜେଡିୟୁ ନେତା ତଥା ବିହାର ସରକାରରେ ମନ୍ତ୍ରୀ ଥିବା ଅଶୋକ ଚୌଧୁରୀଙ୍କ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏଥିରେ ସେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ବେଶ୍‌ ପ୍ରଶଂସା କରିଥିଲେ। ନୀତିଶଙ୍କ ଭଳି ସେ ମଧ୍ୟ ଏନ୍‌ଡିଏରେ ରହିଛନ୍ତି ବୋଲି ରାଜକୁମାର କହିଥିଲେ। ରାଜ୍ୟର ଶାସନ ବ୍ୟବସ୍ଥା ସମ୍ପର୍କିତ ଏକ ପ୍ରଶ୍ନର ଉତ୍ତରରେ ସେ କହିଥିଲେ ଯେ, ନୀତିଶ ସୁଶାସନର ପ୍ରତୀକ। ରାଜକୁମାରଙ୍କ ଏଭଳି ମନ୍ତବ୍ୟରୁ ସେ ଏଲ୍‌ଜେପି ଛାଡି ଜେଡିୟୁରେ ଯୋଗ ଦେବାକୁ ଯାଉଥିବା ନେଇ କଳ୍ପନା ଜଳ୍ପନା ପ୍ରକାଶ ପାଇଛି।

Share