ଦିଗପହଣ୍ଡି,୨୦।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ନଗର କଂଗ୍ରେସ କମିଟି ପକ୍ଷରୁ ଗୁରୁବାର ସ୍ଥାନୀୟ ଯୁବ କଂଗ୍ରେସ କାର୍ଯ୍ୟାଳୟ ପରିସରରେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ୮୨ତମ ଜୟନ୍ତୀ ଅବସରରେ ଜାତୀୟ ସଦଭାବନା ଦିବସ ପାଳିତ ହୋଇଯାଇଛି। ନଗର କଂଗ୍ରେସ ସଭାପତି ତଥା ଦିଗପହଣ୍ଡି ଏନଏସି ୧୦ନଂ ୱାର୍ଡ କାଉନସିଲର ଦୀପକ କୁମାର ମିଶ୍ର ସଂଯୋଜନାରେ ଅନୁଷ୍ଠିତ ସ୍ମୃତି ସଭାରେ ଦିଗପହଣ୍ଡି ଏନଏସି ଅଧ୍ୟକ୍ଷ ପ୍ରଫୁଲ ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜୀବ ଗାନ୍ଧୀ ମାତ୍ର ୪୦ ବର୍ଷ ବୟସରେ ଦେଶର ସର୍ବକନିଷ୍ଠ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱର ଗ୍ରହଣ କରିଥିଲେ। ତାଙ୍କ ଜୀବନ ଏକ ସଂଘର୍ଷମୟ ହୋଇଥିବାବେଳେ ଭାରତର ସ୍ବାୟତ୍ତ ଶାସନ ତଥା ପଞ୍ଚାୟତିରାଜ ବ୍ୟବସ୍ଥାକୁ ଅଧିକ ଶକ୍ତିଶାଳୀ କରିବା ପାଇଁ ମହିଳାମାନଙ୍କ ପାଇଁ ୩୩ ପ୍ରତିଶତ ଆସନ ସଂରକ୍ଷଣ।
ନିର୍ବାଚନରେ ମତଦାନ କରିବାର ବୟସ ସୀମା ୨୧ରୁ ୧୮ ବର୍ଷକୁ ହ୍ରାସ କରାଯିବା। ସମଗ୍ର ଦେଶରେ ପ୍ରଯୁକ୍ତିବିଦ୍ୟା ସ୍ବରୂପ କମ୍ପୁଟରୀକରଣ ଓ ଟେଲି ଯୋଗାଯୋଗ କ୍ଷେତ୍ରରେ ବୈପ୍ଲବିକ ପଦକ୍ଷେପ ନେଇ ସେ ଆପ୍ରାଣ ଉଦ୍ୟମ ଜାରି ରଖି ଶେଷରେ ୧୯୯୧ ମେ ୨୧ ତାରିଖରେ ନିର୍ବାଚନ ପ୍ରଚାର ସମୟରେ ଆତ୍ମଘାତୀ ବିସ୍ଫୋରଣ ଦାରା ସେ ନିଜ ଜୀବନ ହାରିଥିଲେ ବୋଲି କହିଥିଲେ। ପରବର୍ତ୍ତୀ ଅବସ୍ଥାରେ ତାଙ୍କୁ ମରୋଣୋତ୍ତର ଭାରତରତ୍ନ ଉପାଧି ଦିଆଯାଇଥିଲା।
ଜାତୀୟ ସଂହତି,ଶାନ୍ତିପୂର୍ଣ୍ଣ ସହାବସ୍ଥାନ ଓ ସାମାଜିକ ବନ୍ଧନକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଗତ ୧୯୯୨ ମସିହାଠାରୁ ଜାତୀୟସ୍ତରରେ ସ୍ବର୍ଗତ ରାଜୀବଙ୍କ ଜନ୍ମଦିବସକୁ ସଦଭାବନା ଦିବସ ଭାବେ ପାଳନ କରାଯାଉଛି। ସ୍ମୃତି ସଭାରେ ପୂର୍ବତନ କାଉନସିଲର ରସାନନ୍ଦ ରାଉତ, କାଉନସିଲର ସୁନୀଲ ପଣ୍ଡା, କାଉନସିଲର ପ୍ରତିନିଧି ରଞ୍ଜୀତ କୁମାର ବେହେରା ,ଇ.ଶଙ୍କର, କାର୍ଯ୍ୟକର୍ତ୍ତା ଶଙ୍କର ମହାରଣା, ଶିବ ପ୍ରଧାନ, ଟିକିନା ପଟ୍ଟନାୟକ, ବଣ୍ଟି ପଣ୍ଡା, ଅଜିତ ପାଣିଗ୍ରାହୀ, କୁକ ପାଣିଗ୍ରାହୀ,ଏମ.ପଞ୍ଚୁଙ୍କ ସମେତ ବହୁ ସଂଖ୍ୟକ କଂଗ୍ରେସ କର୍ମକର୍ତ୍ତା ଉପସ୍ଥିତ ରହି ରାଜୀବଗାନ୍ଧୀଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ।