Posted inଜାତୀୟ

ବିଦାୟୀ ଭାଷଣରେ ବିଭ୍ରାନ୍ତିକର ବ୍ୟାଖ୍ୟାନକୁ ଟାର୍ଗେଟ କଲେ ରାଜୀବ କୁମାର

ନୂଆଦିଲ୍ଲୀ, ୧୮।୨: ଭାରତର ମୁଖ୍ୟ ନିର୍ବାଚନ ଆୟୋଗ (ସିଇସି)ଙ୍କର କାର୍ଯ୍ୟକାଳ ମଙ୍ଗଳବାର ଶେଷ ହେବାକୁ ଯାଉଛି। ଏହାପୂର୍ବରୁ ସୋମବାର ସେ ତାଙ୍କ ବିଦାୟୀ ଭାଷଣରେ କହିଛନ୍ତି, ଗତ କିଛି ବର୍ଷ ହେବ ଭାରତରେ ହେଉଥିବା ନିର୍ବାଚନରେ ବିଭ୍ରାନ୍ତିକର ବ୍ୟାଖ୍ୟାନ ଏବଂ ବୟାନବାଜୀ ବଢ଼ିଚାଲିଛି। ଖାସ୍‌କରି ନିର୍ବାଚନରେ ମତଦାନ ସମୟରେ କିମ୍ବା ମତଗଣନାର ପ୍ରଥମ କିଛି ଘଣ୍ଟା ମଧ୍ୟରେ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ବିଭ୍ରାନ୍ତିକର ବୟାନବାଜୀ କରାଯାଇ ପ୍ରକୃତ ତଥ୍ୟକୁ ବିକୃତ କରାଯାଉଛି। ନିର୍ବାଚନରେ ପରାଜିତ ହେଉଥିବା ଦଳ ଗୁଡ଼ିକ ଆତ୍ମସମୀକ୍ଷା କରିବା ପରିବର୍ତ୍ତେ ବିନା ତଥ୍ୟ ଓ ପ୍ରମାଣରେ ନିର୍ବାଚନ ପ୍ରକ୍ରିୟା ଉପରେ ପ୍ରଶ୍ନ ଉଠାଇବା ନିଶ୍ଚିତ ଭାବେ ଚିନ୍ତାଜନକ ବୋଲି ରାଜୀବ କହିଛନ୍ତି। ତେବେ ନନ୍‌ ରେସିଡେଣ୍ଡ ଇଣ୍ଡିଆନ୍‌ (ଏନ୍‌ଆର୍‌ଆଇ) ଏବଂ ପ୍ରବାସୀ ଶ୍ରମିକମାନଙ୍କ ପାଇଁ ରିମୋଟ ଭୋଟିଂ ମେକାନିଜମ୍‌ ପ୍ରକ୍ରିୟା ସମ୍ପର୍କରେ ବିଚାର କରିବାର ଏହା ପ୍ରକୃଷ୍ଠ ସମୟ ବୋଲି ସେ କହିଛନ୍ତି। ସେହିପରି ମତଦାନ କେନ୍ଦ୍ରରେ ବାୟୋମାଟ୍ରିକ ଯାଞ୍ଚ୍‌ର ବ୍ୟବସ୍ଥା ପାଇଁ ଇସି ପ୍ରୟାସ କରିବା ଆବଶ୍ୟକ। ଏହାଦ୍ୱାରା ଭୋଟରଙ୍କ ପରିଚୟକୁ ପ୍ରଭାବୀ ଢଙ୍ଗରେ ଚିହ୍ନଟ କରାଯାଇପାରିବ ବୋଲି ରାଜୀବ କହିଛନ୍ତି। ପ୍ରକାଶ ଯେ, ୨୦୨୨ ମେ’ରେ ରାଜୀବ କୁମାର ଭାରତର ସିଇସି ଭାବେ ନିଯୁକ୍ତ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରତିଷ୍ଠିତ ବ୍ୟବସାୟୀଙ୍କୁ ଅପହରଣ, ଲୋକେସନ୍‌ ଟ୍ରାକ୍‌ କରି ତନାଘନା ଚଳାଇଛି ପୋଲିସ

ବଲାଙ୍ଗୀର,୧୫ା୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀରର ଜଣାଶୁଣା ବ୍ୟବସାୟୀ ନରେନ୍ଦ୍ର ସାହୁ (ଗୁଣ୍ଡା)ଙ୍କୁ କିଛି ଲୋକ ଅପହରଣ କରିଥିବା ପରିବାର ଲୋକେ ସନ୍ଦେହ କରି ବଲାଙ୍ଗୀର ଟାଉନ ଥାନାରେ…

ବିକଶିତ ଭାରତ ପାଇଁ ମୋଦି ଦେଲେ ୭ ଫର୍ମୁଲା: ଜାଣନ୍ତୁ କ’ଣ କ’ଣ

ନୂଆଦିଲ୍ଲୀ,୧୫।୮: ସ୍ବାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲାଲକିଲ୍ଲାର ପ୍ରାଚୀରରୁ ଦେଶକୁ ‘ଶକ୍ତିର ସପ୍ତଧାରା’ର ଦୃଷ୍ଟିକୋଣ ଉପସ୍ଥାପନ କରିଛନ୍ତି। ସେ କହିଛନ୍ତି, ବିକଶିତ ଭାରତ ନିର୍ମାଣ…

ଉତ୍କଳ ଗୌରବ ମଧୁସୂଦନ ଦାସ ଉଚ୍ଚ ବିଦ୍ୟାଳୟରେ ଫରଫର ଉଡ଼ିଲା ତ୍ରିରଙ୍ଗା, ଦେଶପ୍ରେମୀଙ୍କ ବଳିଦାନ ପାଇଁ ଆଜି…

ଦାରିଙ୍ଗବାଡ଼ି,୧୫ା୮(ଅରୁଣ ସାହୁ): ଦେଶ ଆଜି ପାଳୁଛି ୮୦ତମ ସ୍ବାଧୀନତା ଦିବସ। ଏଥିପାଇଁ ପଲ୍ଲୀଠାରୁ ଦିଲ୍ଲୀ ପର୍ଯ୍ୟନ୍ତ ଉତ୍ସବ ମୁଖର ହୋଇପଡ଼ିଛି। ଏହି ପ୍ରରିପ୍ରେକ୍ଷୀରେ କନ୍ଧମାଳ ଜିଲା ଦାରିଙ୍ଗବାଡ଼ି…

ଯୁବଗୋଷ୍ଠୀ ହିଁ ଆମ ରାଷ୍ଟ୍ରର ମହାନ ଶକ୍ତି: ଉପମୁଖ୍ୟମନ୍ତ୍ରୀ

ସୁନ୍ଦରଗଡ,୧୫।୮(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ ଜିଲା ସଦରମହଟୁମାରେ ୮୦ତମ ସ୍ବାଧୀନତା ଦିବସ ସମାରୋହ ହର୍ଷଉଲ୍ଲାସ ମଧ୍ୟରେ ପାଳିତ ହୋଇଯାଇଛି। ସୁନ୍ଦରଗଡ ସରକାରୀ ମହାବିଦ୍ୟାଳୟ ସମ୍ମୁଖ ଯାତରା ପଡିଆଠାରେ…

ବିଭିନ୍ନ ସ୍ଥାନରେ ସ୍ବାଧୀନତା ଦିବସ ପାଳିତ: କୃତୀ ପ୍ରତିଯୋଗୀ ପୁରସ୍କୃତ

ଭଞ୍ଜନଗର, ୧୫।୮(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ଜେଲ ପଡ଼ିଆରେ ଶନିବାର ଉପଖଣ୍ଡସ୍ତରୀୟ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଭଞ୍ଜନଗର ଉପଜିଲାପାଳ ଉମାଶଙ୍କର ବେହେରା…

ହର୍ମୁଜରେ ୟୁଏଇର ୨ ଟ୍ୟାଙ୍କର ଉପରେ ଆକ୍ରମଣ

ଦୁବାଇ, ୧୫।୮: ହର୍ମୁଜ ପ୍ରଣାଳୀ ଦେଇ ଯାଉଥିବା ୟୁଏଇର ଦୁଇଟି ତେଲ ଟ୍ୟାଙ୍କର ଉପରେ ଡ୍ରୋନ ଆକ୍ରମଣ ହୋଇଛି। ଏହି ଆକ୍ରମଣ ପାଇଁ ସଂଯୁକ୍ତ ଆରବ ଏମିରେଟ୍ସ…

ଲାଲକିଲ୍ଲାରେ ସମ୍ବୋଧନ ପରେ ପିଲାମାନଙ୍କ ଗହଣରେ ନିଜକୁ ହଜାଇ ଦେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୫।୮: ଦେଶ ଆଜି ତା’ର 80ତମ ସ୍ବାଧୀନତା ଦିବସ ପାଳନ କରୁଛି। ପ୍ରଧାନମନ୍ତ୍ରୀ ମୋଦି ଲାଲକିଲ୍ଲାରୁ ଲଗାତାର 13ତମ ଥର ପାଇଁ ତ୍ରିରଙ୍ଗା ଉତ୍ତୋଳନ କରିଛନ୍ତି। ଲାଲକିଲ୍ଲାର…

ତ୍ରିରଙ୍ଗା ଉଡ଼ାଇଲେ ମୁଖ୍ୟମନ୍ତ୍ରୀ: କହିଲେ, ମୋଦିଙ୍କ ହାତରେ ଦେଶ ଆଜି ସୁରକ୍ଷିତ

ଭୁବନେଶ୍ୱର,୧୫।୮: ଗାନ୍ଧି ମାର୍ଗରେ ରାଜ୍ୟସ୍ତରୀୟ ୮୦ତମ ସ୍ବାଧୀନତା ଦିବସ ସମାରୋହ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଜାତୀୟ ପତାକା ଉତ୍ତୋଳନ କକରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri