ଭୂତକୋଠି ପାଲଟିଛି ରାଜୀବ ଗାନ୍ଧୀ ସେବାକେନ୍ଦ୍ର

ରଘୁନାଥପୁର,୨୦।୩(ରାଜେନ୍ଦ୍ର ନାରାୟଣ ସିଂହ): ଜଗତ୍‌ସିଂହପୁର ଜିଲା ରଘୁନାଥପୁର ବ୍ଲକ ଠାରୁ ମାତ୍ର ୪ଶହ ମିଟର ଦୂର କଟକ-ପାରାଦୀପ ରାସ୍ତାର ବଜାର ପଛପାର୍ଶ୍ୱରେ ରହିଛି ରଘୁନାଥପୁର ପଞ୍ଚାୟତ ରାଜୀବ ଗାନ୍ଧୀ ସେବାକେନ୍ଦ୍ର। ଏହା ଏବେ ଭୂତକୋଠି ପାଲଟିଛି। ନିର୍ମାଣ କାର୍ଯ୍ୟ ଶେଷ ହେବା ପରଠୁ ଦିନକ ପାଇଁ ଏହାକୁ ବ୍ୟବହାର କରାଯାଇନାହିଁ। ଅପରପକ୍ଷେ ମରାମତି ପାଇଁ ଆସିଥିବା ଅନୁଦାନ ଟଙ୍କାକୁ ଲୁଟ୍‌ କରାଯାଇଥିବା ନେଇ ପଞ୍ଚାୟତବାସୀଙ୍କ ପକ୍ଷରୁ ଅଭିଯୋଗ ହେଉଛି। ଏହାଛଡ଼ା ସମ୍ମୁଖରେ କୁଢ଼କଢ଼ ଅଳିଆ ପଡ଼ିରହିଛି। ଏନେଇ ସ୍ଥାନୀୟ ଲୋକେ ଅସନ୍ତୋଷବ୍ୟକ୍ତ କରିଛନ୍ତି।
ଗତ ଦଶବର୍ଷ ତଳେ ବଜାର ପଛ ପାର୍ଶ୍ୱ ଏକ ପରିତ୍ୟକ୍ତ ସ୍ଥାନରେ ଅଟକଳ ମୂଲ୍ୟ ୧୧ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟ ବରାଦରେ ଉକ୍ତ ସେବାକେନ୍ଦ୍ରର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ଏଥିରେ ରାସ୍ତା ଓ ବାଲି ଫିଲିଂ ପାଇଁ ୨୪ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଥିଲା। ଗତ ୨୦୧୭ରେ ତତ୍କାଳୀନ ସରପଞ୍ଚ ପ୍ରମୋଦ କୁମାର ଜେନା କୌଣସି କାରଣରୁ ଉକ୍ତ ସେବାକେନ୍ଦ୍ରକୁ ପଞ୍ଚାୟତ ଅଧୀନକୁ ଆଣିବା ପାଇଁ ମନା କରିଦେଇଥିଲେ। ଏହାପରେ ଦିନଟିଏ ଜନସାଧାରଣଙ୍କ ସେବାରେ ଏହା ଲାଗିପାରି ନାହିଁ। ଏହାପରେ ସେବାକେନ୍ଦ୍ରର ମରାମତି ପାଇଁ ଆସିଥିବା ୨ ଲକ୍ଷରୁ ଊଦ୍ଧର୍‌ବ ଟଙ୍କା ଅନୁଦାନକୁ ଠିକାଦାର ଓ ଯନ୍ତ୍ରୀ ଚଳୁ କରିଦେଇଥିବା ନେଇ ସ୍ଥାନୀୟ ଅଧିବାସୀ ଅଭିଯୋଗ କରିଛନ୍ତି। ଅପରପକ୍ଷେ ସରକାରଙ୍କ ଯୋଜନା ଏଠି ଫେଲ ମାରିଥିବା ଏବଂ ଲକ୍ଷାଧିକ ଟଙ୍କା ପାଣିରେ ପଡିଥିବା କହି ସ୍ଥାନୀୟ ବୁଦ୍ଧିଜୀବୀମାନେ କ୍ଷୋଭ ପ୍ରକାଶ କରିଛନ୍ତି। ଏହି ସେବାକେନ୍ଦ୍ର ସମ୍ମୁଖରେ ଜଳଖିଆ ଓ ପାନ ଦୋକାନ ରହିଛି। ଉକ୍ତ ଦୋକାନୀମାନେ ଦୋକାନରୁ ବାହାରୁଥିବା ଅଇଁଠା ପତ୍ରଠୋଲା, ପଲିଥିନ ଓ ପ୍ଲାଷ୍ଟିକ ବୋତଲ ସେଠାରେ ପକେଇ ଦେଉଛନ୍ତି। ଫଳରେ ପରିବେଶ ଦୂଷିତ ହୋଇଯାଇଛି। ନିକଟରେ ଏକ ଡ୍ରେନ ଥିବାରୁ ଏହାର ଚର୍ତୁଃପାର୍ଶ୍ୱ ଲୋକଙ୍କ ଶୌଚ ସ୍ଥାନ ପାଲଟିଯାଇଛି। ବର୍ଷାଦିନେ ଉକ୍ତ ସ୍ଥାନର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇଯାଉଛି। ଏଭଳି ପରିତ୍ୟକ୍ତ ସ୍ଥାନରେ ରାଜୀବ ଗାନ୍ଧୀ ସେବାକେନ୍ଦ୍ର ନିର୍ମାଣ ନେଇ ଜାଗା ଚିହ୍ନଟ ଓ ଅନୁମତି ଦେଲା କିଏ ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଯଦି ଏଠାରେ କେନ୍ଦ୍ର ନିର୍ମାଣ ହେଲା ତା’ହାଲେ ଏହାକୁ ଲୋକଙ୍କ ସେବାରେ ଉପଲବ୍ଧ ପାଇଁ କାହିଁକି ଆବଶ୍ୟକ ପଦକ୍ଷେପ ନିଆଗଲା ନାହଁ ବୋଲି ଲୋକେ ପ୍ରଶ୍ନ ଉଠାଇଛନ୍ତି। ତୁରନ୍ତ ଜିଲାପାଳ ଏଥିପ୍ରତି ଦୃଷ୍ଟିଦେଇ ଉକ୍ତ ସେବାକେନ୍ଦ୍ରକୁ ଜନତାଙ୍କ ସେବାରେ ଲଗାଇବା ସହ ଏହାର ଟିକିନିଖି ଖର୍ଚ୍ଚର ହିସାବକୁ ତଦନ୍ତ କରିବା ପାଇଁ ଦାବି ହେଉଛି। ଏ ସମ୍ପର୍କରେ ବିଡିଓଙ୍କ ସହ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ ମୋବାଇଲ ଫୋନ ଉଠାଇ ନ ଥିଲେ। ଏ ପ୍ରସଙ୍ଗରେ ଏବିଡିଓ ଜ୍ଞାନଦା ନାୟକଙ୍କୁ ପଚାରିବାରୁ ସ୍ଥିତି କ’ଣ ଅଛି ସେ ସମ୍ପର୍କରେ ସେ ଅନୁଧ୍ୟାନ କରିବେ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମବାର୍ଷିକୀ ପାଇଁ ଦେଓଲ ପରିବାର ନେଲେ ବଡ଼ ନିଷ୍ପତ୍ତି, ପ୍ରଶଂସକଙ୍କୁ ମିଳିବ…

ମୁମ୍ବାଇ,୬।୧୨: ବଲିଉଡର ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ଜନ୍ମଦିନର ମାତ୍ର ୧୫ ଦିନ ପୂର୍ବରୁ ଦେହାନ୍ତ ହୋଇଗଲା। ଏବେ, ସନି ଦେଓଲ ଏବଂ ବବି ଦେଓଲ ସମେତ...

ସୋଲାର ଲାଇଟ ଅଚଳ:ଠିକା ସଂସ୍ଥାକୁ ତାଗିଦ୍‌ କଲେ ବିଡିଓ, ଦେଖନ୍ତୁ VIDEO

ଦାରିଙ୍ଗବାଡି,୬/୧୨(ଅରୁଣ ସାହୁ ): ଓଡିଶାର କଶ୍ମୀର ଦାରିଙ୍ଗବାଡିରେ ସନ୍ଧ୍ୟା ହେଲେ ରାସ୍ତାଘାଟ ଅନ୍ଧାର ହୋଇପଡୁଛି। ପଞ୍ଚାୟତ ଏବଂ ଜାତୀୟ ରାଜପଥ ବିଭାଗ ପକ୍ଷରୁ ଷ୍ଟ୍ରିଟ ଆଲୁଅର...

କଣ୍ଟେନରରେ ୩୦ରୁ ଅଧିକ ଗୋରୁଙ୍କୁ ପଶ୍ଚିମବଙ୍ଗକୁ କରାଯାଉଥିଲା ଚାଲାଣ, ମାଡିବସିଲା ପୋଲିସ, ତା’ପରେ…

ନୀଳଗିରି,୬।୧୨(ପ୍ରଶାନ୍ତ କୁମାର ବିଶ୍ବାଳ): ଭଦ୍ରକରୁ ପାଖାପାଖି ୩୦ରୁ ଊର୍ଦ୍ଧ୍ୱ ଗୋରୁଙ୍କୁ କଣ୍ଟେନରରେ ନେଇ ପଶ୍ଚିମବଙ୍ଗକୁ ଚାଲାଣ ହେଉଥିବା ବେଳେ ବାଲେଶ୍ୱର ଜିଲା ନୀଳଗିରି ପୋଲିସ ଇଶ୍ୱରପୁର...

ସାରଥିଙ୍କ ବିରୋଧରେ ଚାଲିବ ମାମଲା: ଚାର୍ଜଫ୍ରେମ୍‌ କଲେ ଅଦାଲତ

କଟକ,୬।୧୨(କାର୍ତ୍ତିକ ସାହୁ):ବହୁଚର୍ଚ୍ଚିତ ଆତ୍ମଘୋଷିତ ବାବା ସାରଥି ଓରଫ ସନ୍ତୋଷ ରାଉଳ, ତାଙ୍କ ପୁଅ ସତ୍ୟମ ଶେଖର ଓ ଅନ୍ୟ ୪ ଜଣଙ୍କ ବିରୋଧରେ କଟକ ସ୍ବତନ୍ତ୍ର...

ଇଣ୍ଡିଗୋ ସଙ୍କଟ ମଧ୍ୟରେ ବଡ଼ ପଦକ୍ଷେପ ନେଲାେ ରେଲଓ୍ବେ, ଅତିରିକ୍ତ କୋଚ ବୃଦ୍ଧି ସହ ସ୍ବତନ୍ତ୍ର ଟ୍ରେନ ସେବା ଘୋଷଣା

ନୂଆଦିଲ୍ଲୀ,୬।୧୨: ଦେଶବ୍ୟାପୀ ଇଣ୍ଡିଗୋ ଏବଂ ଅନ୍ୟ ଅନେକ ଏୟାରଲାଇନ୍ସର ଉଡ଼ାଣ ବାତିଲ ହେବା ପରେ, ଲକ୍ଷ ଲକ୍ଷ ଯାତ୍ରୀ ହଠାତ୍‌ ରେଳବାଇକୁ ଭିଡ଼ ଜମାଇଥିଲେ। ଟିକେଟର...

ପୁଣି ଆନ୍ଦୋଳନକୁ ଓହ୍ଲାଇଲେ ପ୍ରାଥମିକ ଶିକ୍ଷକ: ଦାବି ପୂରଣ ନ ହେବା ଯାଏ ସମୂହ ଛୁଟିରେ ରହିବାକୁ ନିଷ୍ପତ୍ତି

ଭୁବନେଶ୍ୱର,୬ା୧୨(ସୁଚିସ୍ମିତା ସାହୁ):ପୁଣି ଆନ୍ଦୋଳନକୁ ଓହ୍ଲାଇଲେ ପ୍ରାଥମିକ ଶିକ୍ଷକ। ଛାତ୍ରୀଛାତ୍ରଙ୍କ ପରୀକ୍ଷା ପାଖେଇ ଆସିଥିବା ବେଳେ ବିଦ୍ୟାଳୟରେ ପାଠ ପଢ଼ାଇବା ବଦଳରେ ଦାବି ପୂରଣ ପାଇଁ ଶିକ୍ଷକମାନେ...

ଏଇ ଭାରତରେ

ପ୍ରବେଶିକାର ଲିଖିତ ଓ ଶାରୀରିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ପୋଲିସରେ ନିଯୁକ୍ତି ମିଳିଥାଏ। ଏଥିପାଇଁ ଅଶାୟୀମାନେ ବୟସ ସୀମା ମଧ୍ୟରେ ନିଜକୁ ପ୍ରସ୍ତୁତ କରିଥାନ୍ତି।...

ସ୍ମାର୍ଟ ସିଟି ଲୋକର ବ୍ୟଥା

ପ୍ରବଳ ଶୀତରେ କିଛି ବେସାହାରା ଲୋକ ପୋଲ ତଳେ, ଦୋକାନ ପିଣ୍ଡାରେ, ପାର୍କ ବେଞ୍ଚ ଉପରେ କଟାଉଥିବା ଦେଖାଯାଏ। ସେମାନଙ୍କ ମଧ୍ୟରୁ କୌଣସି ବୃଦ୍ଧାବୃଦ୍ଧ ରୋଗୀଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri